ବିନା ହାତରେ ଜନ୍ମ ଲାଭ କରିଥିବା ଦେବିକା ଗୋଡ଼ରେ ପରୀକ୍ଷା ଦେଇ ଦଶମ ବୋର୍ଡରେ ଏ+ ଗ୍ରେଡ୍‌ ହାସଲ କଲେ

କୋଚି: ସବୁବେଳେ ସଫଳତା ପାଇଁ ପୂର୍ଣ୍ଣାଙ୍ଗ ମଣିଷ ଭାବେ ଜନ୍ମ ଗ୍ରହଣ କରିବା ଜରୁରୀ ନୁହେଁ। ସଫଳତା ଅଙ୍ଗ ନୁହେଁ ବରଂ ମନବଳରେ ଥାଏ ବୋଲି ପ୍ରମାଣ କରିଦେଖାଇଛନ୍ତି କେରଳର ସୁନାଝିଅ ଦେବିକା। ମାଲ୍ଲାପୁରମ ଅଞ୍ଚଳର ଦେବିକା ବିନା ହାତରେ ଜନ୍ମ ଲାଭ କରିଥିଲେ। ପିଲାଟି ଦିନରୁ ହାତ ନଥାଇ ବି ପାଠ ପଢ଼ା ପ୍ରତି ଅହେତୁକ ଶ୍ରଦ୍ଧା ଦେଖାଇ ଶେଷରେ ସେ ତାହାର ଫଳ ପାଇଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦଶମ ବୋର୍ଡ ପରୀକ୍ଷାରେ ଦେବିକା ତାଙ୍କ ଗୋଡ଼ରେ ଲେଖି ପରୀକ୍ଷା ଦେଇ ସବୁ ବିଷୟରେ ଏ+ ଗ୍ରେଡ୍‌ ପାଇ ଚର୍ଚ୍ଚା ପାଲଟିଛନ୍ତି।

The News Minute

ଦେବିକାଙ୍କୁ ତାଙ୍କର ଏହି ସଫଳତା ପାଇଁ କେରଳ ପୁଲିସ୍‌ ମୁଖ୍ୟ ଲୋକନାଥ ବେହେରାଙ୍କ ଦ୍ୱାର ସମ୍ବୋଧନ କରାଯାଇଛି। ଦେବିକାଙ୍କୁ ସମ୍ମାନିତ କରିବା ପରେ ପୁଲିସ୍‌ ମୁଖ୍ୟ ଲୋକନାଥ କହିଥିଲେ ଯେ ‘ଏହା କେବଳ ଦେବିକାଙ୍କ ଇଚ୍ଛା ଶକ୍ତି ଓ ମାନସିକ ବଳ ପାଇଁ ସମ୍ଭବ ହୋଇପାରିଛି।’

ଦେବିକାଙ୍କ ପରିବାର ଲୋକଙ୍କ କହିବା କଥା ହେଲା ଦେବିକା ବହୁତ ଭଲ ପାଠ ପଢ଼ନ୍ତି ନାହିଁ। ମାତ୍ର ଏହା ତାଙ୍କ ଗୃହିଣୀ ମାଆଙ୍କ ପ୍ରଚେଷ୍ଠା ଯୋଗୁ ସମ୍ଭବ ହୋଇପାରିଛି।

ସମ୍ବନ୍ଧିତ ଖବର