ନୋରା ଫତେହିଙ୍କୁ ପଛରେ ପକାଇଲେ ଯୁବକ, ଭାଇରାଲ ହେବାରେ ଲାଗିଛି, ‘ଦିଲ୍‌ବର… ଦିଲ୍‌ବର’ ଗୀତରେ ନାଚୁଥିବା ଏହି ଯୁବକଙ୍କ ବେଲି ଡ୍ୟାନ୍ସ

0 4,492

ନୂଆଦିଲ୍ଲୀ: କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଜନ୍‌ ଆବ୍ରାହିମ୍‌ଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେ । ଏହି ଫିଲ୍ମରେ ସିରଫ୍‌ ତୁମ୍‌ ଫିଲ୍ମରେ ଥିବା ଗୀତ ଦିଲ୍‌ବର ଦିଲ୍‌ବରର ରିମେକ୍‌ କରାଯାଇଥିବା ବେଳେ ଗୀତରେ ଚାର୍‌ ଚାନ୍ଦ ଲଗାଇଥିଲେ ଅଭିନେତ୍ରୀ ନୋରା ଫତେହି । ଗୀତରେ ଥବା ତାଙ୍କ ନୃତ୍ୟ ଶୈଳୀ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏଥିରେ ସେ ବେଲି ଡ଼୍ୟାନ୍ସ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । କିନ୍ତୁ ଏବେ ଜଣେ ଯୁବକ ଏହି ଗୀତରେ ଡ଼୍ୟାନ୍ସ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଯୁବକଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଲୋକମାନେ ଯୁବକଙ୍କ ନୃତ୍ୟ ଶୈଳୀକୁ ପସନ୍ଦ କରୁଥିବା ଦେଖାଯାଇଛି । ଭିଡ଼ିଓରେ ଥିବା ଯୁବକ ନୋରାଙ୍କୁ ମଧ୍ୟ ପଛରେ ପକାଇ ଦେଇଥିବା ଲୋକେ କହିବା ଆରମ୍ଭ କରିଛନ୍ତି । ଏହି ଭିଡ଼ିଓରେ ନଜର ଆସୁଥିବା ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବକ ନିଜର ପ୍ରତିଭା ଦେଖାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.