ପରୀକ୍ଷା ଦିନ ନାତି ଶୋଇ ରହିବାରୁ ପୁଲିସକୁ ଡ଼ାକିଲେ ଜେଜେ ମା’, ତା’ ପରେ……

ନୂଆଦିଲ୍ଲୀ : ସାଧାରଣତଃ ଭାବରେ ଆମେ କୌଣସି ଅପରାଧ ବା ଝଗଡ଼ା ହେଲେ ପୁଲିସକୁ ଫୋନ କରିଥାଉ । ପୁଲିସ ଆସି ଝଗଡ଼ାର ସମାଧାନ କରିଥାଏ ବା ହତ୍ୟା କରିଥିବା ଅଭିଯୁକ୍ତ ଗିରଫ କରିଥାଏ । କିନ୍ତୁ ଥାଇଲାଣ୍ଡରେ ଜଣେ ବୃଦ୍ଧା କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାତି ଶୋଇକରି ନ ଉଠିବାରୁ ଜଣେ ବୃଦ୍ଧା ପୁଲିସକୁ ଫୋନ କରିଥିଲେ । ପୁଲିସ ଖବର ପାଇ ପହଞ୍ଚିବା ସହ ବୃଦ୍ଧାଙ୍କ ନାତିକୁ ସ୍କୁଲରେ ଛାଡ଼ିଥିବା ଜଣା ପଡ଼ିଛି ।

ସୂଚନ ମୁତାବକ, ଥାଇଲଣ୍ଡରେ ଜଣେ ବୃଦ୍ଧା ନିଜ ନାତି ସହ ରୁହନ୍ତି । ଶୁକ୍ରବାର ସକାଳ ସମୟରେ ବୃଦ୍ଧା ନିଜ ନାତିକୁ ପରୀକ୍ଷା ଥିବାରୁ ଡ଼ାକିଥିଲେ । କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ଡ଼ାକିବା ପରେ ମଧ୍ୟ ତାଙ୍କ ନାତି ଉଠି ନଥିଲେ । ଯାହା ପରେ ଚିନ୍ତିତ ହୋଇ ସେ ପୁଲିସକୁ ଫୋନ କରି ଦେଇଥିଲେ । ଏହା ପରେ ପୁଲିସକର୍ମୀ ପହଞ୍ଚି ନାବାଳକକୁ ପଢ଼ାର ମହତ୍ୱ ବୁଝାଇବା ସହ ନିଜ ସହ ସ୍କୁଲକୁ ନେଇ ଯାଇଥିଲେ । ସ୍କୁଲରେ ପହଞ୍ଚି ନାବାଳକଜଣଙ୍କ ନିଜର ପରୀକ୍ଷା ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର