ନୂଆଦିଲ୍ଲୀ: ଜନୈକ୧୫ବର୍ଷୀୟ ବାଳକ କରିଥବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ଜୀବନକୁ ଖାତିର ନ କରି ନିଜ ଭଉଣୀକୁ ଯେଉଁ ଭଳି ଭାବେ ବାଳକଟି ମୃତ୍ୟୁ ମୁହଁରୁ ବଞ୍ଚାଇଛି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁମ୍ଭୀର ଆଗକୁ ଯିବା ପାଇଁ ଲୋକେ ଡ଼ରୁଥିବା ବେଳେ ୧୫ବର୍ଷୀୟ ବାଳକଟି କୁମ୍ଭୀର ସହ ଭଉଣୀ ପାଇଁ ଲଢ଼େଇ କରିବା ଖବର ଏବେ ବାଳକକୁ ପ୍ରଶଂସାର ପାତ୍ର ବନାଇଛି।
ସୂଚନା ମୁତାବକ, ଘଟଣାଟି ଫିଲିପାଇନ୍ସରେ ଘଟିଛି। ଦୁଇ ଭାଇ-ଭଉଣୀ ଏକ ପୋଖରୀ ଦେଇ ଯାଉଥିବା ବେଳେ ହଠାତ୍ କୁମ୍ଭୀରଟି ପାଣି ଭିତରୁ ବାହାରି ନାବାଳିକାର ଗୋଡ଼କୁ ଧରି ନେଇଥିଲା। ପାଣି ଭିତରକୁ ଟାଣି ନେଉଥିବା ବେଳେ ବାଳକଜଣଙ୍କ ଅନ୍ୟ କିଛି ବାଟ ନ ପାଇ ନିଜେ କୁମ୍ଭୀର ସହ ଲଢ଼ିବାର ନିଷ୍ପତ୍ତି ନେଇଥିଲେ। ପାଖରେ ପଡ଼ିଥିବା ପଥର ଧରି ବାଳକଟି କୁମ୍ଭୀର ମୁଣ୍ଡକୁ ଛେଚିବା ଆରମ୍ଭ କରିଥିଲା। ବାରମ୍ବାର ଆଘାତ ପାଇ କୁମ୍ଭୀରଟି ଶେଷରେ ନାବାଳିକାର ଗୋଡ଼ ଛାଡ଼ି ପାଣି ଭିତରକୁ ଚାଲି ଯାଇଥିଲା। ଏହି ଘଟଣାରେ ନାବାଳିକାଟି ଗୁରୁତର ଆହତ ହୋଇଥିଲେ ମଧ୍ୟ ତା’ର ଜୀବନ ବଞ୍ଚିଯାଇଛି। ଯାହା କେବଳ ତା’ର ଭାଇ ପାଇଁ ସମ୍ଭବ ହୋଇ ପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/crocodile_thumb.jpg)