ନିଆରା ଗାଁ: ବ୍ରାହ୍ମଣ ଓ ଶିଖ୍‌ ମିଶି ତିଆରି କଲେ ମସ୍‌ଜିଦ୍‌

ବର୍ଣ୍ଣାଲ: ଲୁଧିଆନା ସୀମାନ୍ତ ବର୍ଣ୍ଣାଲ ଜିଲ୍ଲାର ମୁମ୍‌ ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଜାତି, ଧର୍ମ ସଂପ୍ରଦାୟ ଭୁଲି ଦୁଇଟି ଭିନ୍ନ ସଂପ୍ରଦାୟର ଲୋକ ସଂପୃକ୍ତି ଅଞ୍ଚଳରେ ଏକ ମସ୍‌ଜିଦ୍‌ କରି ବେଶ୍‌ ଚର୍ଚ୍ଚା ପାଲଟିଛି। ଗ୍ରାମର ବ୍ରାହ୍ମଣ ଏବଂ ଶିଖ୍‌ ସଂପ୍ରଦାୟର ଲୋକେ ମିଶି ସେମାନଙ୍କର ମୁସ୍‌ଲିମ୍‌ ପଡ଼ୋଶୀଙ୍କ ପାଇଁ ଏକ ମସ୍‌ଜିଦ୍‌ ନିର୍ମାଣ କରିଛନ୍ତି।

ଏହି ଗ୍ରାମଟି ୩୦୦ ବର୍ଷ ପୁରୁଣା। ଏଠାରେ ପ୍ରାୟ ୪ ହଜାର ଲୋକ ବସବାସ କରନ୍ତି। ହିନ୍ଦୁ ଓ ମୁସ୍‌ଲମାନ ସମୁଦାୟ ୮୦୦ ଥିବା ବେଳେ ବାକି ସେଠାରେ ଥିବା ବାକି ସମସ୍ତେ ହେଉଛନ୍ତି ସିଖ୍‌। ତେବେ ମୁସଲ୍‌ମାନମାନେ ନିଜ ଗ୍ରାମେର ଏକ ମସଜିଦ୍‌ କରିବାରେ ଇଚ୍ଛା ରଖିଥିଲେ। ପଡ଼ୋଶୀମାଡ଼ଙ୍କ ଇଚ୍ଛା ପୂରା କରିବାକୁ ହିନ୍ଦୁମାନେ ମସ୍‌ଜିଦ୍‌ ପାଇଁ ଜାଗା ଦେଇଥିବା ବେଳେ ସିଖ୍‌ମାନେ ନିର୍ମାଣ କାର୍ଯ୍ୟ କରି ମସ୍‌ଜିଦ୍‌ ଗଢ଼ିବାରେ ସମର୍ଥ ହୋଇଛନ୍ତି।

ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ନଜିମ୍‌ ଖାନ୍‌ ଗଣମାଧ୍ୟମରେ କହିଛନ୍ତି, ‘ଆମେ ମୁସ୍‌ଲମାନ୍‌ ଭାଇମାନେ ପ୍ରାର୍ଥନା କରିବା ପାଇଁ ୨ଟି କକ୍ଷ ବିଶିଷ୍ଟ ଏକ ମସ୍‌ଜିଦ୍‌ କରିବାର ଯୋଜନା କରୁଥିଲୁ। ଯାହାହେଉ ବ୍ରାହ୍ମଣ ଏବଂ ସିଖ୍‌ମାଙ୍କମାନଙ୍କ ସହାୟତା ନଥିଲେ ଆମେ ମସ୍‌ଜିଦ୍‌ ନିର୍ମାଣ କରିପାରିନଥାନ୍ତୁ। ସେମାନଙ୍କ ସହଯୋଗ ପାଇଁ କୃତଜ୍ଞ। ସେମାନେ ଆମକୁ ଆର୍ଥିକ ସହଯୋଗ ମଧ୍ୟ କରିଛନ୍ତି।’

ଏ ସଂପର୍କରେ ଗ୍ରାମର ପଣ୍ଡିତ୍‌ ପୁରୁଷୋତ୍ତମ ଲାଲ କହନ୍ତି, ‘ଆମ ପାଇଁ ସବୁ ଧର୍ମ ସମାନ। ଯେହେତୁ ଆମେ ପଞ୍ଜାବୀ ତେଣୁ ଆମେ ପିଲାଦିନରୁ ଧର୍ମନିରପେକ୍ଷତା ବିଷୟରେ ଶୁଣି ଆସିଛୁ। ଧର୍ମନିରପେକ୍ଷତା ଆମର ଗର୍ଭ ଓ ଦମ୍ଭ। ଆମେ ଭାବୁ ପ୍ରତି ମଣିଷ ସମାନ। ଏପରିକି ମସ୍‌ଜିଦ୍‌କୁ ଲାଗି ଆମେ ଏକ ଶିବ ମନ୍ଦିର କରିବା ବିଷୟରେ ବି ଚିନ୍ତା କରିଛୁ।’

ସମ୍ବନ୍ଧିତ ଖବର