ଯଦି ଶରୀର ଏହି ୫ଟି ସଙ୍କେତ ଦିଏ, ତେବେ ସାବଧାନ ହୋଇ ଯାଆନ୍ତୁ! ଏହା ହେଉଛି ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ପୂର୍ବାଭାସ

ବ୍ରେନ୍‌ ଷ୍ଟ୍ରୋକ୍‌ ମସ୍ତିଷ୍କ ସହ ସମ୍ବନ୍ଧିତ ଏକ ଏମିତି ରୋଗ, ଯାହା ଯୋଗୁଁ ପ୍ରାଣ ମଧ୍ୟ ଯାଇପାରେ। ଯେଉଁ ବି ବ୍ୟକ୍ତିଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥାଏ, ତା’ର କିଛି ଦିନ ପୂର୍ବରୁ ହିଁ ଶରୀର ଏହି ସବୁ ସଙ୍କେତ ଦେବା ଆରମ୍ଭ କରିଥାଏ। ଯଦି ଏହି ସବୁ ସଙ୍କେତକୁ ଜାଣିପାରି ଠିକ୍‌ ସମୟରେ ଚିକିତ୍ସା ନେଉଛନ୍ତି ତା’ହେଲେ ଏହାର ଆଶଙ୍କାକୁ ହ୍ରାସ କରାଯାଇ ପାରିବ।

କହିବା ଓ ବୁଝିବାରେ ବାଧା ସୃଷ୍ଟି ହେବା।

ମୁହଁରୁ ଶବ୍ଦ ବାହାର (କଥାବାର୍ତ୍ତା) କଲାବେଳେ ସମସ୍ୟା ଦେଖା ଦେବା।

ମୁହଁ, ହାତ ଓ ଗୋଡ଼ରେ ଦୁର୍ବଳତା ଆସିବା କିମ୍ବା ଏମାନଙ୍କୁ ଅନୁଭବ କରିବାର କ୍ଷମତା ଧୀରେ ଧୀରେ କମିଯିବା।

ଗୋଟିଏ କିମ୍ବା ଉଭୟ ଦୁଇଟି ଆଖିରେ ଦେଖିବାରେ ସମସ୍ୟା ଆସିବା।

ହଠାତ୍‌ ଜୋର୍‌ରେ ମୁଣ୍ଡବିନ୍ଧା ହେବା ସହ ବାନ୍ତି ହେବା, ମୁଣ୍ଡ ବୁଲେଇବା କିମ୍ବା ବେହୋସ୍‌ ହୋଇଯିବା।

ଚାଲିବାରେ ସମସ୍ୟା ଆସିବା କିମ୍ବା ଅଧିକ ଚାଲିଲେ ହଠାତ୍‌ ଦୁର୍ବଳ ଅନୁଭବ କରିବା ଓ ଭାରସାମ୍ୟ ହରାଇବା।

ସମ୍ବନ୍ଧିତ ଖବର