ପତ୍ନୀଙ୍କ ରାଗ ହେତୁ ବ୍ରହ୍ମଦେବ ରହିଲେ ଅପୂଜା, ବୈକୁଣ୍ଠରୁ ଉଭେଇ ଗଲା ସମସ୍ତ ଧନସଂପତ୍ତି

ସ୍ୱୟଂ ଭଗବାନ ମଧ୍ୟ ନିଜ ପତ୍ନୀଙ୍କୁ ଡରୁଥିଲେ। ସଂହାରକର୍ତ୍ତା ଭଗବାନ ଶିବଙ୍କୁ ସମସ୍ତେ ଡରନ୍ତି। କିନ୍ତୁ ସେ ତାଙ୍କ ନିଜ ପତ୍ନୀଙ୍କୁ ଭୟ କରୁଥିଲେ। ପୁରାଣରେ ଏଭଳି ଅନେକ ଆଖ୍ୟାନ ବର୍ଣ୍ଣିତ ହୋଇଛି ଯାହା ଏହା ପ୍ରମାଣ କରେ।

ଦେବ ଦେବ ମହାଦେବ ଯେତେବେଳେ ଦେବୀ ସତୀଙ୍କୁ ପତ୍ନୀ ଭାବରେ ଗ୍ରହଣ କଲେ, ସେତେବେଳେ ତାଙ୍କର ନାରୀ ଶକ୍ତି ସହିତ ପରିଚୟ ହେଲା । ଥରେ ମହାଦେବ ଦେବୀ ସତୀଙ୍କୁ ନିଜ ବାପଘରକୁ ଯିବା ପାଇଁ ମନା କରିଦେଇଥିଲେ। ଦେବୀ କ୍ରୋଧିତ ହୋଇ ନିଜର ସଂକଳ୍ପ ଶକ୍ତିରୁ ୧୦ ମହାବିଦ୍ୟାକୁ ଉତ୍ପନ୍ନ କରିଥିଲେ। ଏହି ୧୦ ମହାବିଦ୍ୟାକୁ ସେ ଶିବଙ୍କ ଉପରେ ପ୍ରୟୋଗ କଲେ ଏବଂ ସେହି ଶକ୍ତିର ପ୍ରକୋପରୁ ବଞ୍ଚିବା ପାଇଁ ମହାଦେବଙ୍କୁ ନିଜର ପତ୍ନୀଙ୍କ ଶରଣରେ ଯିବାକୁ ପଡ଼ିଲା।

dreamstime.com

ଥରେ ଋଷି ଦୁର୍ବାସାଙ୍କ ଅଭିଶାପ ହେତୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ଦେବୀ ଲକ୍ଷ୍ମୀ ନିଜର ଶାଶୁଘର ଛାଡି ବାପଘର ଚାଲିଯାଇଥିଲେ। ସେ ଯିବା ପରେ ବୈକୁଣ୍ଡରେ ସବୁ ସମ୍ପତ୍ତି ମଧ୍ୟ ଉଭାନ୍‌ ହୋଇଗଲା। ଦେବୀ ଲକ୍ଷ୍ମୀ ଯିବା ପରେ ଭଗବାନ ବିଷ୍ଣୁ ଏକଥା ବୁଝିପାରିଲେ। ଦେବୀ ଲକ୍ଷ୍ମୀଙ୍କ ବିନା ସଂସାର ଚଳାଇବା ଅସମ୍ଭବ ବୋଲି ସେ ଅନୁଭବ କରିଥିଲେ।

ଥରେ ବ୍ରହ୍ମଦେବ ପୁଷ୍କର ରେ ଏକ ଯଜ୍ଞର ଆୟୋଜନ କରିଥିଲେ। ଦେବୀ ସରସ୍ୱତୀଙ୍କୁ ସେଠାରେ ପହଞ୍ଚବାରେ ଟିକିଏ ବିଳମ୍ବ ହୋଇଯିବାରୁ ବ୍ରହ୍ମଦେବ ଗାୟତ୍ରୀ ନାମ୍ନୀ ଜଣେ କନ୍ୟାଙ୍କୁ ବିବାହ କରିଥିଲେ। ଯେତେବେଳେ ଦେବୀ ସରସ୍ୱତୀ ଦେଖିଲେ ଯେ ବ୍ରହ୍ମଦେବ ଅନ୍ୟ ଜଣେ ନାରୀ ସହିତ ଯଜ୍ଞ କରୁଛନ୍ତି, ସେ ଅଭିଶାପ ଦେଲେ ଯେ ଆପଣଙ୍କୁ କୌଣସି ବି ସ୍ଥାନରେ କେହି ପୂଜା କରିବେନି। ଏହାପରେ ସେ ରତ୍ନଗିରି ପର୍ବତକୁ ଚାଲି ଯାଇଥିଲେ। ଏହି ସ୍ଥାନରେ ଦେବୀ ସରସ୍ୱତୀ ସାବିତ୍ରୀ ରୂପରେ ପୂଜା ପାଉଛନ୍ତି।

ସମ୍ବନ୍ଧିତ ଖବର