ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯

ଇମର୍ଜିଂ

ଇମର୍ଜିଂ

ପ୍ଲାଟିନମ୍‌

ହେଲ୍‌ଥ ଆଣ୍ଡ୍‌ କେୟାର ଏଣ୍ଟରପ୍ରାଇଜେସ୍‌ 

ସୁନ୍ଦରଗଡ଼ର ରାଉରକେଲା ସହରରେ ରହିଛି ହେଲ୍‌ଥ ଆଣ୍ଡ କେୟାର ଏଣ୍ଟରପ୍ରା‌ଇଜେସ୍‌। କଂପାନିର ଲୋକପ୍ରିୟ ବ୍ରାଣ୍ଡ୍‌ ହେଉଛି ୱାଟରକ୍ରାଫ୍ଟ। ଜିତେନ୍ଦ୍ର କୁମାର ବସ୍ତିଆଙ୍କ ଦ୍ବାରା ଏହି ସଂସ୍ଥା ୨୦୧୫ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ତତ୍ତ୍ବାବଧାୟକ ହେଉଛନ୍ତି ନିହାରିକା ବସ୍ତିଆ। ଓଡ଼ିଶା ସମେତ ଏହା ଛତିଶଗଡ଼ ଏବଂ ଝାଡ଼ଖଣ୍ଡ୍‌ରେ ମଧ୍ୟ କାରବାର କରୁଛି। ୱାଟର ଟ୍ରି‌ଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ଉତ୍ପାଦନ କ୍ଷେତ୍ରରେ ହେଲ୍‌ଥ ଆଣ୍ଡ୍‌ କେୟାର କାମ କରୁଛି। କଂପାନିର ପ୍ରତିଷ୍ଠାତା ଜିତେନ୍ଦ୍ରଙ୍କ ଲକ୍ଷ୍ୟ ହେଉଛି ଦୂଷିତ ଜଳ ସମସ୍ୟାଙ୍କୁ ସମ୍ପୂର୍ଣ୍ଣ ଦୂର କରିବା। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସେ ଓ ତାଙ୍କ ଟିମ୍ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ କ୍ଲାଏଣ୍ଟ୍‌ ତାଲିକାରେ ଅନେକ ପ୍ରତିଷ୍ଠିତ ସଂସ୍ଥାର ନାମ ରହିଛି। ସେଗୁଡ଼ିକ ହେଉଛି ଡିଆର୍‌ଡିଏ ସୁନ୍ଦରଗଡ଼, ଭାରତୀୟ ରେଳ, ଡିଡବ୍‌ଲ୍ୟୁଓ କେନ୍ଦୁଝର, ଆର୍‌ଏସ୍‌ପି ରାଉରକେଲା, ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଓଡ଼ିଶା ପୁଲିସ, ଜେଏସପିଏଲ୍‌ ଅନୁଗୁଳ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ଧାମରା ବନ୍ଦର, ଆଇଟିଡିଏ, କୁଚିଣ୍ଡା, ସମ୍ବଲପୁର, କାନାରା ବ୍ୟାଙ୍କ, ଏଲଆଣ୍ଡଟି କନଷ୍ଟ୍ରକ୍‌ସନ୍ସ, ଭୋଲ୍‌ଟାସ୍‌ ଇତ୍ୟାଦି।

ଗୋଲ୍ଡ

ସିମ୍ ଆଣ୍ଡ୍‌ ଟ୍ରିମ୍ ଫେସନ୍‌ ପ୍ରାଇଭେଟ୍ ଲିମିଟେଡ୍‌

ଆଶୁତୋଷ ରଥଙ୍କ ଦ୍ବାରା ୨୦୧୪ରେ ପ୍ରତିଷ୍ଠା କରାଯାଇଥିବା ସିମ୍ ଆଣ୍ଡ୍‌ ଟ୍ରିମ୍ ଫେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍ ପୋଷାକ ଶିଳ୍ପରେ ଏକ ବହୁ ପରିଚିତ ନାମ। ଏହା ଏକ ଅଭିଜ୍ଞ ପ୍ରଫେସନାଲ୍‌ ଟିମ୍ ଦ୍ବାରା ପରିଚାଳିତ ହେଉଛି। ଶ୍ରୀ ରଥ କଂପାନିର ସିଇଓ ଦାୟିତ୍ବ ନିର୍ବାହ କରୁଛନ୍ତି। ପୋଷାକ କାରବାରରେ ତାଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଶ୍ରୀ ରଥଙ୍କ କଂପାନି ଡିଜାଇନ୍, ଉତ୍ପାଦ ବିକାଶ, ମାନୁଫାକ୍‌ଚରିଂ, ମାର୍କେଟିଂ ଏବଂ ବିତରଣ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରୁଛି। ପରବର୍ତି ପିଢ଼ିର ପ୍ରଯୁକ୍ତିକୁ କାରଖାନାରେ ବ୍ୟବହାର କରି କଂପାନି ଏହାର ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରୁଛି। ସ୍ମାର୍ଟ ଉତ୍ପାଦନ ପ୍ରକ୍ରିୟା ବ୍ୟବହାର କରାଯାଉଛି। ସିମ୍ ଆଣ୍ଡ୍‌ ଟ୍ରିମ୍ ପକ୍ଷରୁ ଗ୍ରାମୀଣ ଓ ଅର୍ଧ ସହରାଞ୍ଚଳର ମହିଳାଙ୍କୁ ତାଲିମ ଜରିଆରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଅନେକ କାମ କରାଯାଉଛି। ଏହା ବ୍ୟତୀତ କଂପାନି ସେମାନଙ୍କୁ ଆର୍ଥିକ ସ୍ତରରେ ସହାୟତା ପ୍ରଦାନ କରୁଥିବା ବେଳେ ସେମାନଙ୍କ ସାମାଜିକ ଉନ୍ନତି ପାଇଁ କାମ କରୁଛି। କଂପାନିର ବ୍ରାଣ୍ଡ୍‌ ନାମ ହେଉଛି ‘ଫାଭିଓ’। ଏହା ଫେସନ୍‌କୁ ଏକ ନୂତନ ଭାଷା ପ୍ରଦାନ କରିଛି। ଫାଭିଓ ସମ୍ଭାରରେ ଥିବା ପୋଷାକଗୁଡ଼ିକ ଶକ୍ତିରେ ଭରପୁର, ରଙ୍ଗିନ, ‌ସେଥିରେ ସହରୀ ଛାପ ରହିଛି ଓ ତାହାକୁ ପିନ୍ଧିଲେ ବହୁତ ଖୁସି ମଧ୍ୟ ଲାଗିବ। କଂପାନିର ଉତ୍ପାଦନକୁ ଆଇଏସ୍‌ଓ ସାର୍ଟିଫିକେସନ୍ ମିଳିଛି। ଏହାର ଉତ୍ପାଦଗୁଡ଼ିକ ହାଣ୍ଡ୍‌ଲୁମ୍ ସାର୍ଟିଫାଏଡ୍‌। ବ୍ୟବସାୟ ଆରମ୍ଭ କରିବାର ଖୁବ୍‌ କମ୍ ସମୟ ଭିତରେ କଂପାନିର ଉତ୍ପାଦ ଓଡ଼ିଶା ସମେତ ଆନ୍ଧ୍ର ଓ ଉତ୍ତର ପୂର୍ବାଞ୍ଚଳରେ ବିଶେଷ ଭାବେ ଆଦ୍ରୁତ ହୋଇଛି।

ସମ୍ବନ୍ଧିତ ଖବର