ସାହସର ସହ ୩୪ବର୍ଷୀୟ ଯୁବକଙ୍କୁ ପାଣିରେ ବୁଡ଼ିବାରୁ ବଞ୍ଚାଇଲେ ୧୧ବର୍ଷୀୟ ନାବାଳକ

ନୂଆଦିଲ୍ଲୀ : ଆମେରିକାରେ ଜଣେ ଭାରତୀୟ ନାବାଳକ ନିଜର ସାହସ ପାଇଁ ଜଣେ ୩୪ବର୍ଷୀୟ ଯୁବକଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସୁଇମିଙ୍ଗ ପୁଲ୍‌ ଚାରି ପାଖରେ ଅନେକ ଲୋକ ଥିବା ବେଳେ କେହି ବୁଡ଼ି ଯାଉଥିବା ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନ ଥିଲେ । କେହି କିଛି ଭାବିବା ପୂର୍ବରୁ ନାବାଳକ ସୁଇମିଙ୍ଗ ପୁଲ୍‌କୁ ନେଇ ବୁଡ଼ି ଯାଉଥିବା ଯୁବକଙ୍କ ହାତ ଟାଣି ଟାଣି କୂଳକୁ ଆଣିଥିଲେ।  ଏହା ପରେ କୂଳରେ ଠିଆ ହୋଇଥିବା ବେଳେ ଲୋକମାନେ ଯୁବକଙ୍କୁ ଉପରକୁ ଉଠାଇଥିଲେ।  ଏ ନେଇ ପୁଲିସକୁ ଖବର ଦିଆ ଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇଥିଲା । ଏବେ ଯୁବକଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

indiatimes.com

ସୂଚନା ମୁତାବକ, ଘଟଣାଟି ଘଟିଥିଲା ମିନେସୋଟା ଆପାର୍ଟମେଣ୍ଟ ପରିସରରେ ଥିବା ସୁଇମିଙ୍ଗ ପୁଲ୍‌ରେ । ଯୁବକଜଣଙ୍କ ସୁଇମିଙ୍ଗ ପୁଲକୁ ଯାଇ ପହଁରୁଥିବା ବେଳେ ହଠାତ୍‌ ତଳକୁ ଖସି ଯିବା ସହ ଉପରକୁ ଉଠି ପାରି ନଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ କେହି ପହଁରିବା ଜାଣି ନଥିବାରୁ ଯୁବକଙ୍କୁ ସାହାଯ୍ୟ କରିବା ପାଇଁ କେହି ଆଗକୁ ଆସି ନଥିଲେ । କିନ୍ତୁ ୨୦୧୫ରୁ ପହଁରା ଶିଖୁଥିବା ଅଦ୍‌ବୈକ୍‌ ନନ୍ଦିକୋଟ୍‌କୁରଙ୍କୁ ତାଙ୍କ ମା’ ସୁଇମିଙ୍ଗ୍‌ ପୁଲ୍‌କୁ ଡ଼େଇଁ ଯୁବକଙ୍କୁ ବଞ୍ଚାଇବାକୁ କହିଥିଲେ । ଏହା ପରେ ଅଦ୍‌ବୈକ୍‌ କିଛି ନ ଭାବି ପାଣିକୁ ଡ଼େଇଁବା ସହ ଯୁବକଙ୍କୁ ବଞ୍ଚାଇଥିଲେ । ଅଦ୍‌ବୈକ୍‌ ସାହାସ ପାଇଁ ଜଣେ ନୂଆ ଜୀବନ ପାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର