ମହିଳାଙ୍କ ସାହସିକତା ପାଇଁ ବଞ୍ଚିଗଲା ଜୀବନ, ବିୟର କ୍ୟାନ୍‌ ଭିତରେ ମୁଣ୍ଡ ପୂରେଇ ଦେଇଥିବା ସାପକୁ ଉଦ୍ଧାର କଲେ ସାହସିନୀ

ଫ୍ଲୋରିଡା: ଫ୍ଲୋରିଡାର ଜଣେ ମହିଳା ନିଜର ସାହସିକତା ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ମହିଳା ଜଣକ ଏକ ବିୟର୍‌ କ୍ୟାନ୍‌ ଭିତରେ ମୁଣ୍ଡ ପୂରାଇ ଦେଇଥିବା ଏକ ସାପକୁ ଉଦ୍ଧାର କରି ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି।

ମହିଳା ଜଣକ ସାପଟିକୁ ଉଦ୍ଧାର କରୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳିଛି। ଭିଡିଓଟିକୁ ଦେଖିବା ପରେ ସମସ୍ତେ ମହିଳାଙ୍କର ଭୂରିଭୂରି ପ୍ରଶଂସା କରିଛନ୍ତି।

ମହିଳା ଜଣକ ବାଟରେ ଯାଉଥିବା ବେଳେ ଦେଖିଲେ ଯେ ଏକ ବିୟର୍‌ କ୍ୟାନ୍‌ ଭିତରେ ଏକ ସାପଟିର ମୁଣ୍ଡ ପଶି ଯାଇଛି। ସାପଟି ନିଜକୁ କ୍ୟାନ୍‌ ଭିତରୁ ବାହାର କରିବାକୁ ବହୁ ପ୍ରକାର ଚେଷ୍ଟା କରୁଛି ହେଲେ ବାହାରି ପାରୁନି।

ସାପିଟିକୁ ଦେଖି ମହିଳାଙ୍କ ମନରେ ଦୟା ଆସିଲେ। ସେ ସାପଟିକୁ ଉଦ୍ଧାର କରିବା ପାଇଁ ଲାଗିପଡ଼ିଲେ। ଏକ ବାଡ଼ି ସାହାଯ୍ୟରେ ସାପର ମୁଣ୍ଡକୁ ବିୟର୍‌ କ୍ୟାନ୍‌ ଭିତରୁ ବାହାର କରିବା ପାଇଁ ମହିଳା ଜଣକ ଲାଗିପଡ଼ିଲେ।

ଶେଷରେ ମହିଳାଙ୍କ ସାହସିକତା ପାଇଁ ସାପଟି ବାହାରକୁ ବାହାରି ପାରିଲା। ଏହି ଭିଡିଓଟିକୁ ରୋଜା ଫଣ୍ଡ୍‌ ନାମକ ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଅପ୍‌ଲୋଡ କରିବା ପରେ ଏହା ଇଣ୍ଟ୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲଗିଛି।

ସମ୍ବନ୍ଧିତ ଖବର