ବରପାତ୍ର/ କନ୍ୟା ପାତ୍ରୀ ଖୋଜିବାକୁ ଚାହୁଁଛନ୍ତି  ତ , ଏସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

ଆଜିାକାଲି ଅନ୍‌ଲାଇନ୍‌ରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବାକୁ ସହଜ ଉପାୟ ମନେ କରୁଛନ୍ତି ଲୋକେ। ଏଥି ଲାଗି ଅନେକ ସାଇଟସ୍‌ ଅଛି । ଏତଦ୍‌ବ୍ୟତୀତ ଧର୍ମ ଓ ଜାତି ଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍‌ ଉପଲବ୍ଧ । ଏହି ସାଇଟସ୍‌ମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ ।
-ପଂଜିକରଣ ଲାଗି ଏକ ସର୍ଟ ଫର୍ମ ରହିଛି, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ । ଆପଣ ଚାହିଁଲେ ସେଥିରେ ନିଜର ଫଟୋ ମଧ୍ୟ ଲଗାଇପାରିବେ ।
ଓ୍ଵବସାଇଟ୍‌ରେ ନିଜର ପ୍ରୋଫାଇଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ଚାରି ପାଞ୍ଚଜଣଙ୍କର ପ୍ରୋଫାଇଲ୍‌କୁ ଭଲଭାବେ ପଢ଼ନ୍ତୁ । ସେଥିରୁ ଆପଣଙ୍କର ଆଇଡିଆ ଆସିଯିବ ଯେ ପ୍ରୋଫାଇଲରେ କ’ଣ ଓ କିପରି ଲେଖାଯିବ ।
– ପ୍ରୋଫାଇଲ୍‌ରେ ନିଜର ବା ନିଜ ପରିବାରର ପ୍ରଶଂସା ଆଦୌ ସୂଚିତ କରନ୍ତୁ ନାହିଁ । ସେପରି କଲେ ପ୍ରୋଫାଇଲ୍‌ ପଢ଼ିବା ଲୋକ ଆପଣଙ୍କୁ ଗର୍ବୀ ମନେକରିପାରେ । ଏଣୁ ଯଥାସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ ।
-ପ୍ରୋଫାଇଲ୍‌ରେ ନିଜର ବିଶେଷତ୍ୱ, ରୁଚି ଓ ଉପଲବ୍ଧ ସଂପର୍କରେ ଅବଶ୍ୟ ସୂଚନା ଦିଅନ୍ତୁ ।
ଓ୍ଵବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିବାପରେ ଆପଣଙ୍କୁ ୟୁଜର୍‌ଆଇଡି ଓ ପାସ୍‌ଓ୍ଵାର୍ଡ ଦିଆଯିବ, ଯାହା ଦ୍ୱାରା ଆପଣ ଏହି େଓ୍ଵବ୍‌ସାଇଟ୍‌ରେ ସାଇନ୍‌ଇନ୍‌ କରିପାରିବେ ।
– ଫର୍ମ ପୂରଣ କରିବା ସମୟରେ ଆପଣଙ୍କୁ ନିଜର ମେଲ ଆଇଡି ଦେବାକୁ ପଡିବ, ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣ ହେବା ପରେ ସେହି ମେଲ୍‌ ଆଇଡି ରେ ଆପଣଙ୍କ ପାଖକୁ ରେଜିଷ୍ଟ୍ରେସନ୍‌ ଲାଗି ଏକ ମେଲ୍‌ ପଠାଯିବ ।


– ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣଭାବେ ‘ ଫ୍ରି’ ଅଟେ, କିନ୍ତୁ ଅନ୍ୟମାନଙ୍କର ପ୍ରୋଫାଇଲ୍‌ ଦେଖିବାକୁ ହେଲେ ଆପଣଙ୍କୁ ଫିସ୍‌ ଦେବାକୁ ପଡିବ । ଆପଣ ଛଅ ମାସରୁ ଏକ ବର୍ଷ ଯାଏଁ ମେମ୍ବରସିପ୍‌ ମଧ୍ୟ ନେଇପାରନ୍ତି ।

ସମ୍ବନ୍ଧିତ ଖବର