କନ୍ୟାର କାରନାମା ପର୍ଦ୍ଦାଫାସ୍‌ କଲା ବର : ବାହା ମଣ୍ଡପରେ ଚାଲିଲା ପର ପୁରୁଷ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

ଲଣ୍ଡନ: ବାହାଘର ବେଳେ ସଜେଇ ହୋଇ ବସିଥିବା ନୂଆ ବୋହୂ ସମସ୍ତଙ୍କ ଆକର୍ଷଣ ପାଲଟିଥାଏ । ଏ ଘଟଣା ସାଧାରଣ କଥା । ହେଲେ ସେହି ବାହା ମଣ୍ଡପରେ ନୂଆ ବୋହୂର ଜଣେ ପର ପୁରୁଷ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଚାଲିବା ଘଟଣା ନିଶ୍ଚିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଖାଲି ଆଶ୍ଚର୍ଯ୍ୟଜନକ ନୁହେଁ ବରଂ ଲଜ୍ଜାଦାୟକ ମଧ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସିଙ୍ଗାପୁରରେ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଓ ଚାଞ୍ଚଲ୍ୟ।

ସିଙ୍ଗାପୁରର ଏକ ହୋଟେଲରେ ବାହାଘର ପାଇଁ ସମସ୍ତେ ଏକାଠି ହୋଇଥିଲା । କିଛି ସମୟ ପରେ ନବ ବିବାହିତ ଯୋଡିକୁ ସମସ୍ତେ ଅଭିନନ୍ଦନ ଜଣାଇଥାନ୍ତେ । ହେଲେ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଦର୍ଶକଙ୍କ ସମ୍ମୁଖରେ ଚାଲୁଥାଏ ନବଦମ୍ପତ୍ତିଙ୍କ ବିଭିନ୍ନ ଭଙ୍ଗୀର ଫଟୋଚିତ୍ର ଓ ଭିଡିଓ। ହଠାତ୍‌ ଆରମ୍ଭ ହୋଇଗଲା ବଧୂଙ୍କର ଏକ ଭିଡିଓ । ଏହା ସବୁ କିଛି ବିଗାଡିଦେଲା । ବଧୂ ବେଶରେ ସଜେଇ ହୋଇ ବସିଥିବା ଯୁବତୀଙ୍କ ଜଣକ ଜଣେ ବଡ଼ ବ୍ୟବସାୟୀଙ୍କ ସହ ଥିଲେ ଉକ୍ତ ଭିଡିଓରେ । ଦୁହେଁ ଏକ ହୋଟେଲ ରୁମ୍‌ରେ ପ୍ରବେଶ କଲେ। ତା’ପରେ ଦୁହିଁଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଚିତ୍ର ସମସ୍ତଙ୍କ ସମ୍ମୁଖରେ ଥିଲା । କେତେକ ସମ୍ପର୍କୀୟ ଟୁପୁର ଟାପର ହେଉଥିଲେ ତ ଆଉ କତେଜଣ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲେ । ଏହି ଘଟଣା ଦେଖି ଶେଷରେ ନବବଧୂ ଜଣକ ସେଠାରୁ ଦୌଡି ଚାଲି ଯାଇଥିଲେ । ବରବେଶଧାରୀ ଯୁବକ ଜଣକ ଥିଲେ ସମ୍ପୂର୍ଣ୍ଣ ଘଟଣାର ସୂତ୍ରଧର ।

ଭାବି ପତ୍ନୀ ତାଙ୍କୁ ପ୍ରତାରଣା କରୁଥିବା ଜାଣିବା ପରେ ସେ ହିଁ ଏଭଳି ଭିଡିଓ ଉତ୍ତୋଳନ ପାଇଁ ଯୋଜନା କରିଥିଲେ । ଆଉ ସର୍ବ ସମ୍ମୁଖରେ ଉକ୍ତ ଯୁବତୀଙ୍କୁ ଲଜ୍ଜିତ କରି ପ୍ରତିଶୋଧ ନେବାକୁ ସେ ଏହି ଭିଡିଓ ଚଲାଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର