ଏହି କାଫେରେ ଘରର ଆବର୍ଜନା ବଦଳରେ ମିଳିଥାଏ ଖାଦ୍ୟ ଓ ସୁନା

ଲଣ୍ଡନ :ବର୍ତ୍ତମାନ ବ୍ରିଟେନ୍‌ରେ ଏକ ଭିନ୍ନ ଧରଣର କାଫେ ଆରମ୍ଭ କରାଯାଇଛି। ଏହି କାଫେରେ ଖାଇବା ପାଇଁ ପକେଟରେ ଟଙ୍କା ନୁହଁ ବରଂ ଘରେ ଇ-ଆବର୍ଜନା ଥିବା ଦରକାର । ଆଜ୍ଞା ହଁ ! ଲଣ୍ଡନରେ ଏବେ ‘ଦ ରବିସ୍‌ କାଫେ’ ଆରମ୍ଭ କରାଯାଇଛି। ଏଥିରେ ପେଟ ଭର୍ତ୍ତି ଖାଇବା ପାଇଁ ଘରେ ଉପଲ୍ଲବ୍ଧ ଥିବା ପୁନଃବ୍ୟବହୃତ ଆବର୍ଜନା ଦେବାକୁ ପଡ଼ିବ । ଏହି କାଫେକୁ ‘ଇ-କବର’ ନାମକ ଏକ ସଂସ୍ଥା ଆରମ୍ଭ କରିଥିବା ଶୁଣିବାକୁ ମିଳିଛି। ଏହା ଦ୍ୱାରା ପୃଥିବୀରେ ବଢ଼ୁଥିବା ଇ-ଆବର୍ଜନା କିଛି ମାତ୍ରାରେ କମ ହେବା ବୋଲି ସୂଚନା ମିଳିଛି।
ବର୍ତ୍ତମାନ ଏହାକୁ ଅସ୍ଥାୟୀ ଭାବେ ଆରମ୍ଭ କରାଯାଇଥିବା ବେଳେ ମାସକୁ ଏହାକୁ ଦୁଇ ଥର ଖୋଲାଯିବାର ନିର୍ଣ୍ଣୟ ନିଆଯାଇଛି । ଏହି କାଫେରେ ପେଟ ଭର୍ତ୍ତି ଖାଇବା ପରେ ବିଲ୍‌ ଦେବା ସମୟରେ ଟଙ୍କା ବଦଳରେ ପୁନଃବ୍ୟବହ୍ୟତ ଇ-ଆବର୍ଜନା ଦେବାକୁ ହେବ।

Environment Journal

ଖାଲି ଯେ ଇ-ଆବର୍ଜନା ବଦଳରେ ଖାଇବାକୁ ମିଳିଥାଏ ତାହା ନୁହଁ ବରଂ ଅବ୍ୟବହୃତ ପ୍ଲାଷ୍ଟିକ୍‌ ଜିନିଷ ବଦଳରେ ମଧ୍ୟ ଆପଣଙ୍କୁ ପେଟପୂରା ଖାଦ୍ୟ ଦିଆଯାଇଥାଏ । କିଛି ସ୍ଥାନରେ ଅଦରକାରୀ ପ୍ଲାଷ୍ଟିକ ବଦଳରେ ସୁନା କିଣିବାର ମଧ୍ୟ ସୁବିଧା ଦିଆଯାଇଥାଏ । ଏଥିପାଇଁ ‘ହେଲୋଗୋଲ୍ଡ ଆପ’୍‌ରେ ଆପଣଙ୍କୁ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ । ଯାହା ଦ୍ୱାରା ପ୍ଲାଷ୍ଟିକ୍‌ ବୋତଲ ବା ଆବର୍ଜନା ବଦଳରେ ଆପଣଙ୍କୁ ଗୋଲ୍ଡ ପଏଣ୍ଟ ମିଳିବ । ଏଥିରେ ଆପଣଙ୍କୁ ଏକ ପ୍ଲାଷ୍ଟିକ୍‌ ବୋତଲ ବଦଳରେ ୦.୦୦୫୯ ଗ୍ରାମ୍‌ ସୁନା ମିଳିବ ।

ସମ୍ବନ୍ଧିତ ଖବର