ଅଧିକ କାନ୍ଦୁରା ପିଲା ବ୍ରିଟେନ୍‌ରେ

ପିଲା କାନ୍ଦିବାରେ କିଛି ବିଶେଷତ୍ୱ ନାହିଁ। ବିଭିନ୍ନ କାରଣରୁ ପିଲା କାନ୍ଦନ୍ତି। ତେବେ, ବ୍ରିଟିସ୍‌ ପିଲା ସବୁଠାରୁ ଅଧିକ କାନ୍ଦୁରା ବୋଲି ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି। ବ୍ରିଟିସ୍‌ ପିଲାଙ୍କ ତଳେ ଅଛନ୍ତି କାନାଡିଆନ୍‌ ଓ ଇଟାଲିଆନ୍‌ ପିଲା। ଜାପାନୀ, ଡେନିସ୍‌ ଓ ଜର୍ମାନ୍‌ ପିଲା ସବୁଠାରୁ କମ୍‌ କାନ୍ଦନ୍ତି; ପିତା-ମାତାଙ୍କୁ ସବୁଠାରୁ କମ୍‌ ହଇରାଣ କରନ୍ତି। ‘ଓ୍ୱାର‌୍‌ଓ୍ୱିକ୍‌ ୟୁନିଭର୍ସିଟି’ର ଗବେଷକଙ୍କ ଅଧ୍ୟୟନ ସୂତ୍ରରୁ ଏହା ପ୍ରକାଶ। ସେମାନେ ଜର୍ମାନି, ଡେନ୍‌ମାର୍କ‌୍‌, ଜାପାନ୍‌, କାନାଡା, ଇଟାଲି, ବ୍ରିଟେନ୍‌ ଓ ନେଦର‌୍‌ଲାଣ୍ତ୍‌ର ୮୭୦୦ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ପେଟ-ବ୍ୟଥା ଯୋଗୁଁ ଶିଶୁ ଅଧିକ କାନ୍ଦୁଥିବା, ସେମାନଙ୍କ ଅଧ୍ୟୟନରୁ ମିଳିଥିବା ଏକ ନିଷ୍କର୍ଷ। ‘ଦ ଜର୍ନାଲ୍‌ ଅଫ୍‌ ପେଡିଆଟ୍ରିକ୍‌ସ’ରେ ଏ ସମ୍ବନ୍ଧରେ ଏକ ରିପୋର୍ଟ‌୍‌ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର