ଭାଇରାଲ ହେଉଛି ବିଏସ୍‌ଏଫ୍‌ ଯବାନଙ୍କ ‘ସନ୍ଦେଶେ ଆତେଁ ହେ..’ ଗୀତ ଗାଉଥିବାର ଭିଡିଓ, ଶୁଣି ଭାବବିହ୍ଵଳ ହେଲେ ଲୋକେ

0 595

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିମିଷକେ କିଛି ଭିଡିଓ ଭାଇରାଲ ହୋଇଯିବା କିଛି ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟି ସାରିଛି । ଲୋକମାନେ ସୋସିଆଲ ମିଡିଆ ପାଇଁ ହିଁ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଏବେ ସେଭଳି ଏକ ଭିଡିଓ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନାଇଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବିଏସ୍‌ଏଫ ଯବାନଙ୍କୁ ଆରାମ ପାଇଁ ଥିବା କୋଟରିରେ ବସି ଗୀତ ଗାଉଥିବାର ଦେଖା ଯାଇଛି ।

ଯବାନ ଜଣଙ୍କ ‘ସନ୍ଦେଶେ ଆତେଁ ହେ’ ଗୀତ ଗାଉଥିବା ସହ ତାଙ୍କ ସାଥୀମାନେ ତାଳି ମାରୁଥିବା ଦେଖା ଯାଇଛି । ସମସ୍ତେ ଯବାନଙ୍କ ଗୀତକୁ ଉପଭୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟି ଭାଇରାଲ ହେବା ପରେ କିଏ ଯବାନଙ୍କୁ ତାଙ୍କ ଗୀତ ଗାଇବାର ଶୈଳୀ ପାଇଁ ତାଙ୍କୁ ସଲାମ କରିଛି ତ କିଏ ସିଙ୍ଗିଙ୍ଗ୍‌ ରିୟାଲିଟି ସୋ’ର ପ୍ରତିଯୋଗୀଙ୍କ ସହ ତୁଳନା କରିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.