ବୁଦ୍ଧଦେବଙ୍କର ଏହି ୧୦ ବାଣୀ ଆପଣଙ୍କର ଅନେକ ଦ୍ୱନ୍ଦ୍ୱ ଦୂର କରିବ; ଅନେକ ସମସ୍ୟାର ସମାଧାନ ହାତପାହାନ୍ତାରେ

: ଯେପରି ବୁନ୍ଦା ବୁନ୍ଦା ପାଣିର ସମାହାର ସାଗର; ସେହି ପରି କିଛି କିଛି ଜ୍ଞାନ ମିଶି ହୁଏ ଜ୍ଞାନର ଭଣ୍ଡାର।

: ହଜାରେ ଶବ୍ଦ ବଦଳରେ, ଶନ୍ତି ପ୍ରଦାନକାର ଗୋଟିଏ ଶବ୍ଦ ପ୍ରୟୋଗ କର।

: ଯିଏ ଜ୍ଞାନର ବଳରେ ବଞ୍ଚେ; ତାଙ୍କୁ ମୃତ୍ୟୁ ବି ଡରେଇ ପାରେନା।

: ମସ୍ତିଷ୍କ ହିଁ ସବୁକିଛି; ତୁମେ ଯେପରି ଭାବିବ ସମୟକ୍ରମେ ସେହିପରି ହୋଇଯିବ।

: ଯାହା ମନରେ କିଛି ଇଚ୍ଛା ନାହିଁ, ତାକୁ ଭୟ ଛୁଇଁ ପାରେନା।

: ଯଦି ତୁମେ ବାସ୍ତବରେ ନିକୁ ଭଲପାଅ ତେବେ ତୁମେ ଅନ୍ୟକୁ ଆଘାତ ଦେଇପାରିବ ନାହିଁ।

: ନିଜ ଭାବନା ଆମକୁ ଯେତେ କ୍ଷତି ପହଞ୍ଚାଏ, ସଂସାର କୌଣସି ଶକ୍ତି ସେତିକି କ୍ଷତିଗ୍ରସ୍ତ କରିପାରେ ନାହିଁ।

: ଶାନ୍ତି ନିଜ ଭିତରେ ଥାଏ; ସଂସାରର ସାରା ଖୋଜିଲେ ମିଳେ ନାହିଁ।

:ପ୍ରତ୍ୟେକ ସକାଳ ଏକ ନୂଆ ଜନ୍ମପରି; ପ୍ରତି ନୂଆ ଜନ୍ମକୁ ଭଲପଣରେ ଭରିଦେବା।

: ଯେପରି ସମୁଦ୍ରର କୌଣସି ସ୍ୱାଦ ନାହିଁ; ଲୁଣ ସ୍ୱାଦ ହେତୁ ସେ ଲୁଣିଆ। ସେହିପରି ଶୃଙ୍ଖଳାର କୌଣସି ସ୍ୱାଦ ନାହିଁ, ମୁକ୍ତିର ସ୍ୱାଦରେ ସେ ସ୍ୱାଦିଷ୍ଟ।

ସମ୍ବନ୍ଧିତ ଖବର