ମଇଁଷିର ଦାମ୍‌ ୧୧କୋଟି: ଏହି ଖାସ୍‌ କାରଣ ପାଇଁ ଦୂର ଦୂରାନ୍ତରୁ ଲୋକେ ଦେଖିବା ପାଇଁ ଆସିଥାନ୍ତି

ସୋନିପତ: ଆପଣମାନେ ଦାମୀ କାର୍‌ ବା ଘର ବିଷୟରେ ଶୁଣିଥିବେ । କିନ୍ତୁ କେବେ ୧୧କୋଟି ଦାମ୍‌ର ମଇଁଷି ବିଷୟରେ ଶୁଣିଥିଲେ କି? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହାର ଦାମ୍‌ ବିଷୟରେ ଜାଣି ଦୂର ଦୂରାନ୍ତରୁ ଲୋକେ କ’ଣ ଖାସ୍‌ ରହିଛି, ତାହା ଜାଣିବା ପାଇଁ ଆସିଥାନ୍ତି । ଏବେ ଆସନ୍ତୁ ଜାଣିବା ପୂରା ଘଟଣା ।

ସୂଚନା ମୁତାବକ, ହରିୟାଣାର ସୋନିପତରେ ଏବେ ଏଗ୍ରୀ ଲିଡରସିପ୍‌ ସମିଟ୍‌ର ଅୟୋଜନ କରାଯାଉଛି । ଏହି ସମିଟ୍‌ରେ କୃଷକମାନଙ୍କୁ ନୂଆ ନୂଆ କୃଷି ଯନ୍ତ୍ରପାତି ବିଷୟରେ ସୂଚନା ଦିଆଯିବ । ସେଠରେ ପଶୁମାନଙ୍କୁ ଅଣା ଯାଇ ମଧ୍ୟ ପ୍ରଦର୍ଶନ କରାଯାଉଛି । ଏ ମଧ୍ୟରେ ୧୧କୋଟିର ମଇଁଷିକୁ ଦେଖିବା ପାଇଁ ସମିଟ୍‌କୁ ଅଧିକ ଲୋକେ ଆସୁଥିବା ଜଣା ପଡ଼ିଛି । ହରିୟାଣାର ଗତୌଲୀ ଗ୍ରାମରେ ରହୁଥିବା ଦଲେଲ ସିଂହଙ୍କ ମଇଁଷି ରୁସ୍ତମଙ୍କ ଦାମ୍‌ ଜାଣି କିଛି ଲୋକ ଏହାର କାରଣ ଜାଣିବା ପାଇଁ ସେଠରେ ପହଞ୍ଚୁଛନ୍ତି ।

The Indian Express

ମଇଁଷିର ଲୁକ୍‌ ପାଇଁ ଦଲେଲ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେଇ ଗୋଟେ ବର୍ଷର୍ରେ ଏକ କୋଟି ଟଙ୍କା ଆୟ କରୁଥିବା କହିଛନ୍ତି । ମଇଁଷିର ଗୁଣ ବିଷୟରେ ଜାଣି କିଛି ଲୋକ ମଇଁଷିକୁ ନେବା ପାଇଁ ୧୧କୋଟି ଟଙ୍କା ପର୍ଯ୍ୟନ୍ତ ଦାମ୍‌ ଲଗାଇ ସାରିଥିଲେ ମଧ୍ୟ ଦଲେଲ ଦେବାକୁ ରାଜି ନୁହନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର