ଏହି କାଫେରେ ଚା’ କଫି ପିଇବା ବେଳେ ସାପ ବି ଅଜଗର ସାପ ମଧ୍ୟ ମିଳିଥାଏ !

ଏ ଦୁନିଆଁରେ ବିଭିନ୍ନ ପ୍ରକାର କାଫେ ଖୋଲୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ କାଫେ ବିଷୟରେ ଜଣାଇବୁ,ଯେଉଁଠାରେ ଚା’, କଫି ସହିତ ମାଗଣାରେ ସାପମାନଙ୍କୁ ପରିବେଷଣ କରାଯାଏ। ଏହି ସାପ ଗୁଡିକ ଅସଲି। ଏହି କାଫେରେ ଆପଣଙ୍କୁ ମନପସନ୍ଦ ଚା’,କଫି ସହିତ ଜଳଖିଆ ମିଳିଥାଏ। ଯେଉଁ ଟେବୁଲ ଉପରେ ବସି ଆପଣ ଖାଇବେ,ସେଠାରେ ଆପଣଙ୍କୁ ଅଜଗର ସାପ ମଧ୍ୟ ମିଳିବ।
ଏହି କାଫେ କାମ୍ବୋଡିଆର ରାଜଧାନୀ ନୋମପେନ୍‌ହାଠାରେ ରହିଛି। ଏହି କାଫେରେ ପହଞ୍ଚିଗଲେ ଆପଣ ଭାବିବେ କୌଣସି ଚିଡିଆଖାନାରେ ଆସିଛନ୍ତି। ଏଠାରେ ବିଭିନ୍ନ ସାପ ବ୍ୟତୀତ ମାଛ ଓ ପକ୍ଷୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ସେହି କାଫେରେ ସବୁ ସ୍ଥାନରେ ସାପ ଦେଖିବାକୁ ମିଳିବ। ବେଳେବେଳେ ଏହି ସାପମାନେ ଲୋକଙ୍କ କାନ୍ଧରେ ମଧ୍ୟ ଲାଗିଯାଆନ୍ତି। ଖାଲି ସେତିକି ନୁହେଁ,ଆପଣ କାଫେରେ କପି,ଚା’ ପିଉଥିବା ବେଳେ ଅଜଗର ଆପଣଙ୍କ ଉପରେ ଡେଇଁ ପାରନ୍ତି। କିନ୍ତୁ ସେମାନେ କାହାର ଅନିଷ୍ଟ କରିନଥାନ୍ତି।


ଏହି କାଫେର ମାଲିକଙ୍କ ନାମ ହେଲେ ଚିରେଟି। ସେ କହନ୍ତି ଯେ ପ୍ରଥମେ ପ୍ରଥମେ ଲୋକେ ସାପକୁ ଦେଖି ଡରୁଥିଲେ, ହେଲେ ପରେ ସେମାନେ ଫ୍ରେଣ୍ଡ୍‌ଲି ହୋଇଛନ୍ତି।

ସମ୍ବନ୍ଧିତ ଖବର