ଆପଣଙ୍କ ବ୍ୟକ୍ତିଗତ ସମୟର ଭିଡିଓ ଉତ୍ତୋଳନ ହେଉ ନାହିଁ ତ?କୌଣସି ହୋଟେଲ ବା ହଷ୍ଟେଲରେ ରହିବାକୁ ଯାଉଥିଲେ ଏହି ସବୁ ଜିନିଷକୁ ଭଲ ଭାବରେ ଦେଖି ନିଅନ୍ତୁ

କୌଣସି ହୋଟେଲ ରୁମ୍‌ରେ କ୍ୟାମେରା ଲାଗିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି, ଯେଉଁ କାରଣ ପାଇଁ ଅନେକ ହୋଟେଲକୁ ବନ୍ଦ କରି ଦିଆଯାଇଛି । କିନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଏଭଳି ଘଟଣା ବାରମ୍ବାର ଘଟିବାରେ ଲାଗିଛି । କିଛି ଦିନ ତଳେ ଚେନ୍ନାଇରେ ଜଣେ ହୋଟେଲ ମାଲିକଙ୍କୁ ପୁଲିସ ଗିରଫ କରିଥିଲା । ହୋଟେଲ ରୁମ୍‌ରେ କ୍ୟାମେରା ଲଗାଇ ସେ ଦମ୍ପତି ଏବଂ ପ୍ରେମୀଯୁଗଳଙ୍କର ବ୍ୟକ୍ତିଗତ ଭିଡ଼ିଓ ତିଆରି କରି ବିକ୍ରି କରୁଥିବା ସାମ୍ନାକୁ ଆସିବା ପରେ ପୁଲିସ ହୋଟେଲର ମାଲିକ ସମ୍ପଥ ରାଜଙ୍କୁ ଗିରଫ କରିଛି । ତେବେ ଯଦି ଆପଣ କୌଣସି ଅଜଣା ହୋଟେଲ ବା ହଷ୍ଟେଲକୁ ପ୍ରଥମ ଥର ରହିବାକୁ ଯାଉଛନ୍ତି?ଏହି ସବୁ ଜିନିଷ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ ।

୧.ହୋଟେଲର ବାଥ୍‌ରୁମ୍‌ରେ ସାମ୍ପୋ ବୋତଲ ସହ ଅନେକ ଜିନିଷ ପୂର୍ବରୁ ରହିଥାଏ । ସେଥିପାଇଁ ହୋଟେଲ ବା ହଷ୍ଟେଲର ବାଥ୍‌ରୁମ୍‌ ବ୍ୟବହାର କରିବା ପୂର୍ବରୁ ରଖାଯାଇଥିବା ସବୁୁ ଜିନିଷକୁ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ । ବାଥ୍‌ରୁମ୍‌ରେ ଥିବା ହୁକ୍‌ ବା ସାଓ୍ଵାରକୁ ମଧ୍ୟ ଭଲ ଭାବରେ ଦେଖି ନିଅନ୍ତୁ ।

Homebase

୨.ହୋଟେଲ ରୁମ୍‌ରେ ନାଇଟ୍‌ ଲ୍ୟାମ୍ପ ଲଗାଯାଇଥାଏ । ଲଗାଯାଇଥିବା ଏହି ଲାଇଟ୍‌ ଭିତରେ କ୍ୟାମେରା ମଧ୍ୟ ରହିଥାଇ ପାରେ । ସେଥିପାଇଁ ହୋଟେଲ ରୁମ୍‌ରେ ପ୍ରବେଶ କରିବା ପରେ ଲଗାଯାଇଥିବା ନାଇଟ୍‌ ଲ୍ୟାମ୍ପକୁ ଭଲ ଭାବରେ ଚେକ୍‌ କରନ୍ତୁ ।
୩.ହୋଟେଲ ରୁମ୍‌ରେ କପଡ଼ା ରଖିବା ପାଇଁ ହ୍ୟାଣ୍ଡେଲ ବା ହୁକ୍‌ ଲାଗି ରହିଥାଏ । ଲଗାଯାଇଥିବା ଏହି ହୁକ୍‌ରେ ମଧ୍ୟ କ୍ୟାମେରା ରହି ଥାଇ ପାରେ । ପ୍ରବେଶ ପୂର୍ବରୁ ଏ ସବୁ ଜିନିଷକୁ ଭଲ ଭାବରେ ଦେଖନ୍ତୁ ।
୪.ହୋଟେଲ ରୁମ୍‌ରେ ରଖାଯାଇଥିବା ଆଇନାରେ ନିଜର ଏକ ଆଙ୍ଗୁଠି ରଖନ୍ତୁ । ଯଦି ଦୁଇ ଆଙ୍ଗୁଠି ମଧ୍ୟରେ ଦୂରତା ରହିଛି ତେବେ ଆଇନାଟି ଠିକ୍‌ ରହିଛି । ଯଦି ଦୁଇଟି ଆଙ୍ଗୁଠି ମିଶି ଯାଉଛି,ତେବେ ଆଇନା ପଛପଟେ କେହି ଜଣେ କ୍ୟାମେରା ଜରିଆରେ ଆପଣଙ୍କ ଉପରେ ନଜର ରଖୁଥିବା ଜାଣି ନିଅନ୍ତୁ ।

ସମ୍ବନ୍ଧିତ ଖବର