ଫାଷ୍ଟଫୁଡ୍‌ ପାଲଟିଛି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ!

ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ଫାଷ୍ଟଫୁଡର ଚାହିଦା ବଢି ବଢି ଚାଲିଛି। ଲୋକମାନେ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ବାହାରୁ କିଣି ଖାଇବାକୁ ବେଶି ପସନ୍ଦ କରୁଛନ୍ତି। ଏପରି କରିବା ଦ୍ୱାରା ସମୟ ବଞ୍ଚିଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ କ୍ଷତିକାରକ ଅଟେ। ଅଧିକ ମସଲାଯୁକ୍ତ ଖାଦ୍ୟ ଏବଂ ଫାଷ୍ଟଫୁଡ ଶରୀରକୁ ପୋଷଣ ଯୋଗାଇବା ପରିବର୍ତ୍ତେ ଶରୀରରେ ରୋଗ ବଢାଇଥାଏ। ଏହାର କାରଣ ହେଉଛି ଏଥିରେ ଭିଟାମିନ ଏବଂ ପ୍ରୋଟିନର ମାତ୍ରା ବହୁତ କମ ଥାଏ। ଏମିତିକି ଅଧିକ ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇଥାଏ।

କ୍ରମାଗତ ଭାବେ ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ। କେତେକ ଲୋକ ଦିନରେ ଦୁଇ ଦୁଇ ଥର ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନଙ୍କର ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। ପ୍ରତିଦିନ ଫାଷ୍ଟଫୁଡ ସେବନ କରିବା ଦ୍ୱାରା ଡାଇବେଟିସ ହେବାର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଏହି ସବୁ ଖାଦ୍ୟରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଫାଷ୍ଟଫୁଡ ଖାଇବା ଦ୍ୱାରା ଶରୀରର ଓଜନ ମଧ୍ୟ ବଢିବାରେ ଲାଗିଥାଏ। ଏହା କେତେବେଳେ ହୋଇଥାଏ ତାହା ଜଣାପଡିନଥାଏ। ଏହି କାରଣରୁ ଶରୀରରେ ଆହୁରି ଅନେକ ରୋଗ ଜନ୍ମ ହୋଇଥାଏ। ଓଜନ ବଢିବା କାରଣରୁ ହୃଦରୋଗର ଆଶଙ୍କା ବଢି ଯାଇଥାଏ । ଅଧିକ ଫାଷ୍ଟଫୁଡ ଖାଇବା ଦ୍ୱାରା ରକ୍ତ ସଂଚାରରେ ମଧ୍ୟ ପ୍ରଭାବ ପଡିଥାଏ । ଏମିତିକି ଅନେକ ଥର ମସ୍ତିଷ୍କ ପର୍ଯ୍ୟନ୍ତ ରକ୍ତ ପହଞ୍ଚିନଥାଏ ଆଉ ଏପରି ହେବା ଦ୍ୱାରା ପାରାଲିସିସ ହେବାର ଆଶଙ୍କା ମଧ୍ୟ ରହିଛି । ଏହି ସ୍ଥିତି ଆପଣଙ୍କ ଜୀବନ ମଧ୍ୟ ନେଇଯାଇପାରେ।

ପ୍ରଥମେ ଅସ୍ଥମା କେବଳ ବଡ ଲୋକମାନଙ୍କୁ ହେଉଥିଲା କିନ୍ତୁ ଏବେ ଏହା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ହେବାରେ ଲାଗିଛ। ଅସ୍ଥମା ପୀଡିତମାନଙ୍କୁ ଫାଷ୍ଟଫୁଡରୁ ଦୂରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ। କ୍ରମାଗତ ଭାବେ ଫାଷ୍ଟଫୁଡ ସେବନ କଲେ କ୍ୟାନ୍‌ସର ଭଳି ସାଙ୍ଘାତିକ ରୋଗ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର