ଫଟୋରେ ଥିବା ସାପ ଥରେ ଲୁଚିଗଲେ ତାକୁ ଖୋଜି ପାଇବା ମୁସ୍କିଲ୍ !

କେତେକ ସାପ ଏପରି ଦେଖାଯାଆନ୍ତି କି ସେମାନଙ୍କ ଫଟୋ ଦେଖିଲେ ଭୟ ଲାଗେ । ଆପଣ ଥରେ ଭାବନ୍ତୁ ତ, ଏହିପରି ଏକ ସାପ ଯଦି ଆପଣଙ୍କ ଘରେ ପଶିଯାଏ ତା’ହେଲେ ଆପଣଙ୍କ ଅବସ୍ଥା କ’ଣ ହେବ? ପୁଣି ସାପଟି ଏପରି ସ୍ଥାନରେ ଲୁଚି ରହିଥିବ ଯେଉଁଠାରେ ଆପଣଙ୍କ ନଜର ପଡ଼ୁ ନ ଥିବ !

ଜଣଙ୍କ ଦୋକାନ ଭିତରେ ସାପ ପଶିଗଲା ଓ ଏପରି ଯାଗାରେ ଲୁଚିଗଲା କି ସେ ଖୋଜି ଖୋଜି ପାଇଲେ ନାହିଁ । ଏହା ପରେ ସେ ଏକ ଫଟୋ ଉଠାଇ ସାପଟି କେଉଁଠି ଲୁଚି ରହିଛି କହନ୍ତୁ ତ ଲେଖି ଫେସବୁକ୍‌ରେ ପୋଷ୍ଟ କଲେ। ଯେତେବେଳେ ସାପଟି କେଉଁଠି ଅଛି ବୋଲି ପଚାରା ଗଲା ସେତେବେଳେ ସମସ୍ତେ ଚେଷ୍ଟା କରି ମଧ୍ୟ ଉତ୍ତର ଦେଇପାରିଲେ ନାହିଁ । ମାତ୍ର ସତ୍ୟତା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଫଟୋ ଅଷ୍ଟ୍ରେଲିଆ କୁଇନ୍‌ସଲ୍ୟାଣ୍ଡର ଏକ ଦୋକାନର। ଟେବୁଲର ଡାହାଣ ପଟ ପଛ ଗୋଡରେ ସାପଟି ଏପରି ଭାବେ ଗୁଡେଇ ହୋଇ ଅଛି କି ତଳେ ନଇଁ ନ ଦେଖିଲେ ସାପଟି ଅଛି କି ନାହିଁ ଜାଣିପାରିବେ ନାହିଁ । ଫେସବୁକ୍‌ରେ ଫଟୋକୁ ଦେଖି କେତେକ କହିଲେ କି ସାପଟି ଟେବୁଲ ଉପରେ ଥିବା କପଡା ତଳେ ଅଛି ତ ଆଉ କେତେକ କହିଲେ କି ଏଠାରେ ସାପ ହିଁ ନାହିଁ । ଫଟୋରେ ଦେଖାଯାଉଥିବା ସାପ ବ୍ରାଉନ ପ୍ରଜାତିର ଅଟନ୍ତି। ଖାସ କରି ଏହି ଧରଣର ସାପ ରାତିରେ ବାହାରକୁ ବାହାରିଥାନ୍ତି ।

ସମ୍ବନ୍ଧିତ ଖବର