ଅାସନ୍ତୁ ଜାଣିବା କ୍ୟାନସେଲ ଚେକ୍‌ର ଆବଶ୍ୟକତା ଓ ଏଥିରୁ ମିଳୁଥିବା ସୁବିଧା ସଂପର୍କରେ

ଯଦି ଆପଣ ବ୍ୟାଙ୍କ ସହ ଜଡିତ କାର୍ଯ୍ୟ କରୁଥାନ୍ତି ତେବେ ଆପଣଙ୍କୁ ଚେକ୍ ସମ୍ବନ୍ଧରେ ନିଶ୍ଚୟ ଜ୍ଞାନ ଥିବ । ବହୁତ କମ୍ ହିଁ ଲୋକ ଜାଣିଛନ୍ତି କି ବ୍ୟାଙ୍କିଂରେ କ୍ୟାନସେଲ ଚେକର ଆବଶ୍ୟକତା ବି ରହିଥାଏ । ଅନେକ ସମୟରେ ଚେକରେ ଦୁଇ ଲାଇନ୍ ଟାଣି ତାର ମଝିରେ କ୍ୟାନସେଲ ଲେଖି ଦେଇଥାନ୍ତି ତେବେ ସେହି ଚେକକୁ କ୍ୟାନସେଲ ବୋଲି କୁହାଯାଇଥାଏ । ଏଭଳି କରିବା ଦ୍ୱାରା ଚେକର ଦୁରୁପୋଯୋଗର ଆଶଙ୍କା ନଥାଏ । ଏଭଳି ନୁହେଁ କି କ୍ୟାନସେଲ ଚେକ୍ କୌଣସି କାମରେ ଆସିବ ନାହିଁ । ଏହି ଚେକକୁ ଅନ୍ୟ କାମରେ ବି ବ୍ୟବହାର କରିପାରିବେ ।

ଚେକ ଉପରେ ଆକାଉଂଟ ହୋଲ୍ଡରର ନାଁ, ବ୍ୟାଙ୍କ ଆକାଉଂଟ ନମ୍ବର,ଆଇଏଫଏସସି କୋଡ, ବ୍ୟାଙ୍କ ଏବଂ ବ୍ରାଂଚର ନାଁ ସହିତ ଅନ୍ୟାନ୍ୟ ସୂଚନା ଆଦି ଦିଆଯାଇଥାଏ । କ୍ୟାନସେଲ ଚେକ ଉପରେ ବି ଏହି ସୂଚନା ରହିଥାଏ ଏବଂ ଏହାକୁ ଆପଣ ଆପଣଙ୍କ କାମରେ ଲଗାଇପାରିବେ । ଏହାଛଡା ଅନ୍ୟ କୌଣସି ଆର୍ଥିକ କାମକାର୍ଯ୍ୟ ପାଇଁ ବି କ୍ୟାନସେଲ ଚେକକୁ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ..

ଇନସ୍ୟୁରାନ୍ସ ଏବଂ ବ୍ୟାଙ୍କ ଆକାଉଣ୍ଟ ପାଇଁ

ଯଦି ଆପଣ ଇନସ୍ୟୁରାନ୍ସ ପ୍ଲାନ ନେବାକୁ ଚାହୁଁଛନ୍ତି ତେବେ ବାକି ଡକ୍ୟୁମେଂଟ ସହିତ ଆପଣଙ୍କୁ କ୍ୟାନସେଲ ଚେକ ବି ଦେବାକୁ ପଡିଥାଏ । ଇନସ୍ୟୁରାନ୍ସ ଛଡା ଯଦି ଆପଣ ଅନ୍ୟ ବ୍ୟାଙ୍କର ଆକାଉଂଟ ଖୋଲିବାକୁ ଚାହୁଁଛନ୍ତି ତେବେ କ୍ୟାନସେଲ ଚେକ୍ ଆପଣଙ୍କ କାମରେ ଆସିପାରେ । ନୂଆ ବ୍ୟାଙ୍କ ଆକାଉଂଟ ପାଇଁ ଆପଣ ଆପଣଙ୍କର ବର୍ତ୍ତମାନର ଆକାଉଂଟର କେ କ୍ୟାନସେଲ ଚେକ୍ ବ୍ୟାଙ୍କରେ ଦେଇପାରିବେ ।

ଡିମେର୍ଟ ଆକାଉଣ୍ଟ

ସେୟାର ମାର୍କେଟରେ ନିବେଶ ପାଇଁ ଡିମେଟ ଆକାଉଂଟ ଜରୁରୀ ହେବା ଦରକାର । ଡିମେଟ ଆକାଉଂଟ ବିନା ଷ୍ଟକ୍ସରେ ନିବେଶ କରିପାରିବେ ନାହିଁ । ଯଦି ଆପଣଙ୍କର ଡିମେଟ ଆକାଉଂଟ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଇଡି ପ୍ରୁଫ୍, ଆକାଉଂଟ ଏପନିଂ ଫର୍ମ ଭଳି ଡକ୍ୟୁମେଂଟ ସହିତ କ୍ୟାନସେଲ ଚେକ ବି ବ୍ରୋକରଙ୍କୁ ଦେବାକୁ ପଡିବ । ତେବେ ଯାଇ ଆପଣଙ୍କର ଡିମେଟ ଆକାଉଂଟ ଖୋଲି ପାରିବ ।

ପିଏଫ ଉଠାଣ ପାଇଁ

ସରକାରୀ ଏବଂ ବ୍ୟକ୍ତିଗତ କର୍ମଚାରୀମାନଙ୍କର ଦରମାର କିଛି ଭାଗ ପ୍ରତିମାସ ପ୍ରୋଭିଡେଂଟ ଫଣ୍ଡରେ ଜମା ହୋଇଥାଏ । ଯଦି ଆପଣ ଏହି ଫଣ୍ଡରେ ଜମା ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କ୍ୟାନସେଲ ଚେକ୍ ଦେବାକୁ ପଡିଥାଏ ।

ସମ୍ବନ୍ଧିତ ଖବର