କେବଳ ବି ଏଡ୍‌ ନୁହେଁ ,ବରଂ ଆହୁରି ଅନେକ ବିକଳ୍ପ ରହିଛି ଶିକ୍ଷାକ୍ଷେତ୍ରରେ  କ୍ୟାରିଅର୍‌ କରିବାକୁ  !

ସାଧାରଣ  ଲୋକଙ୍କୁ ଶିକ୍ଷା ପ୍ରଦାନ  କରିବା କ୍ଷେତ୍ରରେ ଶିକ୍ଷକମାନଙ୍କର  ଭୂମିକା ଗୁରୁତ୍ୱପୂର୍ଣ୍ଣ ।  ଏହି ଶିକ୍ଷା  କ୍ଷେତ୍ରରେ  କ୍ୟାରିଅର୍‌   କରିବାକୁ  ଚାହୁଁଥିବା  ଛାତ୍ରଛାତ୍ରୀ  ପାଇଁ  କିଛି  ପରାମର୍ଶ.. ଆମ ଦେଶରେ ଯେଉଁଭଳି ଭାବେ  ସ୍କୁଲ ଓ କଲେଜ୍‌ର ସଂଖ୍ୟା  ବୃଦ୍ଧି  ପାଇଛି, ସେହି  ତୁଳନାରେ  ଶିକ୍ଷକ ଓ  ଅଧ୍ୟାପକମାନଙ୍କର ମଧ୍ୟ   ଚାହିଦା  ବୃଦ୍ଧି  ପାଇଛି ।  ଏହି କ୍ଷେତ୍ରରେ  ଏବେ  ଅପାର ସମ୍ଭାବନା  ଜନ୍ମ ନେଇଛି ।

ବି ଏଡ୍‌-  ଶିକ୍ଷା କ୍ଷେତ୍ରରେ  ବିଏଡ୍‌କୁ  ସବୁଠାରୁ  ପ୍ରମୁଖ  ଡିଗ୍ରୀ ବୋଲି  ଗ୍ରହଣ କରାଯାଏ ।  ବିଏଡି୍‌ କରିଲେ ମାଧ୍ୟମିକ, ଉଚ୍ଚତର ମାଧ୍ୟମିକ ଶ୍ରେଣୀରେ ଶିକ୍ଷାଦାନ କରିବାର ଯୋଗ୍ୟତା  ମିଳିଥାଏ ।   ଏବେ  ସରକାରୀ ନିୟମ  ଅନୁଯାୟୀ ମାଧ୍ୟମିକ ଶ୍ରେଣୀର  ଶିକ୍ଷକ  ହେବା ଲାଗି  ବିଏଡ୍‌ ହେବା  ଏକାନ୍ତ ଆବଶ୍ୟକୀୟ  ହୋଇପଡିଛି ।  ଯେକୌଣସି ଷ୍ଟ୍ରିମ୍‌ରେ ସ୍ନାତକ   ଛାତ୍ର, ବିଏଡ୍‌ ପରୀକ୍ଷାରେ  ଅଂଶ ଗ୍ରହଣ କରିପାରିବେ ।

ଏନ୍‌.ଟି ଟି- ଏନ୍‌.ଟି ଟିି ଅର୍ଥାତ୍‌  ନର୍ସରୀ ଟିଚର୍ସ ଟ୍ରେନିଂ । ଏଭଳି  ପ୍ରଶିକ୍ଷଣ  ନେଲେ  ଜଣେ  ନର୍ସରୀ  ସ୍କୁଲର  ଶିକ୍ଷକ  ହୋଇପାରିବ । ଏହି କୋର୍ସରେ  ସର୍ବନିମ୍ନ  ଯୋଗ୍ୟତା  ହେଲା ପ୍ଲସ ଟୁ । ବିଶେଷ ଭାବେ  ମହିଳାମାନଙ୍କପାଇଁ  ଏନ୍‌.ଟି ଟି  ପ୍ରଶିକ୍ଷଣ  ଭଲ ।

ଏବେ  ଅସଙ୍ଗଠିତ  ଟିଚିଂ  ସେକ୍ଟରରେ  ମଧ୍ୟ  ନିଯୁକ୍ତି  ସମ୍ଭାବନା  ଦେଖାଗଲାଣି ।  ପ୍ରତିଯୋଗିତାମୂଳକ ପରୀକ୍ଷା ଗୁୁଡିକର କୋଚିଂ ପ୍ରାଇଭେଟ୍‌ ଟ୍ୟୁସନ୍‌ ବା  ଅନ୍‌ ଲାଇନ୍‌ ଟ୍ୟୁସନ ଇତ୍ୟାଦି କ୍ଷେତ୍ରରେ  ପ୍ରବେଶ କରି  ଜଣେ  ଶିକ୍ଷା  ଡିଗ୍ରୀ ଧାରୀ  ବ୍ୟକ୍ତି  ଖୁବ୍‌ ଭଲ  ରୋଜଗାର  କରିପାରିବ ।  ତା’ଛଡା  ଏବେ  ଦେଶରେ ଲକ୍ଷ ଲକ୍ଷ  ଯୁବକ ,ଯୁବତୀ  କୋଚିଂ ସେଣ୍ଟର ଓ ଟ୍ୟୁସନ ମାଧ୍ୟମରେ  ନିଜର ଗୁଜୁରାଣ  ମେଣ୍ଟାଉଛନ୍ତି ।

ବି.ଟି.ସି- ପ୍ରାଥମିକ ଶିକ୍ଷା  ପ୍ରତି ସରକାରଙ୍କ ଗମ୍ଭୀରତା  ବୃଦ୍ଧି ପାଉଥିବା ଯୋଗୁଁ  ଆଜି ବି.ଟି ସିର  ସ୍କୋପ୍‌  ବଢିଯାଇଛି ।  ବି.ଟି.ସି ରେ  ଉତ୍ତୀର୍ଣ୍ଣ  ଯୁବକମାନଙ୍କୁ  ପ୍ରାଥମିକ  ବିଦ୍ୟାଳୟମାନଙ୍କରେ  ଶିକ୍ଷାଦାନର  ସୁଯୋଗ ମିଳିଥାଏ । ଏହାଏକ  ଦ୍ୱିବାର୍ଷିକ  ପାଠ୍ୟକ୍ରମ, ଏଠାରେ ନ୍ୟୁନତମ ଯୋଗ୍ୟତା  ହେଉଛି  ସ୍ନାତକ ।

ଟି ଇ ଟି- ଟି ଇ  ଟି  ଅର୍ଥାତ୍‌   ଟିଚର୍‌ ଇଲିଜିବିଲିଟି ଟେଷ୍ଟ କ୍ଷେତ୍ରରେ  ପ୍ରବେଶ  କରିବାର  ନବୀନତମ ରାସ୍ତା ।ସରକାର ଏହାକୁ ଏକ ମାନକ ଭାବେ  ଗ୍ରହଣ  କରିଛନ୍ତି ।  ଯଦି ଆପଣ  ନିମ୍ନ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍ତରରେ  ଶିକ୍ଷକ  କ୍ୟାରିଅର  କରିବାକୁ ଚାହାଁନ୍ତି,   ତେବେ  ଟି ଇ ଟି  କ୍ୱାଲିଫାଇ  କରିବା  ଅନିବାର୍ଯ୍ୟ ଅଟେ । ରାଜ୍ୟସ୍ତରରେ  ଏହି ପରୀକ୍ଷା   ଭିନ୍ନ ଭିନ୍ନ  ଭାବେ  ଆୟୋଜିତ  ହୋଇଥାଏ ।

ୟୁଜିସି,ନେଟ୍‌,ଏମ୍‌.ଫିଲ୍‌ – ଉଚ୍ଚତମ  ଶ୍ରେଣୀମାନଙ୍କରେ  ଅଧ୍ୟାପନା  କରିବାକୁ  ଚାହୁଁଥିଲେ  ଆପଣଙ୍କୁ  ୟୁଜିିସି ନେଟ୍‌, ଏମ୍‌ ଫିଲ୍‌  କିମ୍ବା  ପି ଏଚ୍‌ ଡି  ଯୋଗ୍ୟତା   ହାସଲ  କରିବାକୁ ପଡିବ ।  ଉପରୋକ୍ତ  ଡିଗ୍ରୀ  ହାସଲ  କରିବା ପରେ  ଆପଣ  ଡିଗ୍ରୀ କଲେଜରେ  ରିଡର୍‌, ଲେକ୍ଚରର ଓ  ପ୍ରଫେସର୍‌  ପଦବୀରେ ନିଯୁକ୍ତ  ହୋଇପାରନ୍ତି ।

ଅସଙ୍ଗଠିତ  କ୍ଷେତ୍ର- ଏହି କ୍ଷେତ୍ରରେ  କ୍ୟାରିଅର୍‌  କରିବା ଲାଗି  କେବଳ ସ୍କୁଲ୍‌,  କଲେଜ୍‌ ରେ ଅଧ୍ୟାପକ ହେବା ବା ବି.ଏଡ୍‌  ଶିକ୍ଷକ ହେବା ନୁହେଁ ।  ଏବେ  ଅସଙ୍ଗଠିତ  ଟିଚିଂ  ସେକ୍ଟରରେ  ମଧ୍ୟ  ନିଯୁକ୍ତି  ସମ୍ଭାବନା  ଦେଖାଗଲାଣି ।  ପ୍ରତିଯୋଗିତାମୂଳକ ପରୀକ୍ଷା ଗୁୁଡିକର କୋଚିଂ ପ୍ରାଇଭେଟ୍‌ ଟ୍ୟୁସନ୍‌ ବା  ଅନ୍‌ ଲାଇନ୍‌ ଟ୍ୟୁସନ ଇତ୍ୟାଦି କ୍ଷେତ୍ରରେ  ପ୍ରବେଶ କରି  ଜଣେ  ଶିକ୍ଷା  ଡିଗ୍ରୀ ଧାରୀ  ବ୍ୟକ୍ତି  ଖୁବ୍‌ ଭଲ  ରୋଜଗାର  କରିପାରିବ ।  ତା’ଛଡା  ଏବେ  ଦେଶରେ ଲକ୍ଷ ଲକ୍ଷ  ଯୁବକ ,ଯୁବତୀ  କୋଚିଂ ସେଣ୍ଟର ଓ ଟ୍ୟୁସନ ମାଧ୍ୟମରେ  ନିଜର ଗୁଜୁରାଣ  ମେଣ୍ଟାଉଛନ୍ତି ।

ସମ୍ବନ୍ଧିତ ଖବର