କ୍ୟାରିଅର ପାଇଁ ଷ୍ଟ୍ରାଟେଜି ବି ଜରୁରୀ

ଆଜିକାଲି ସମସ୍ତେ କ୍ୟାରିଅର ପ୍ରତି ଯଥେଷ୍ଟ ସଚେତନ। କିନ୍ତୁ ସେଥିପାଇଁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ। କେବଳ ଭଲ ପାଠ ପଢ଼ିଲେ ଯେ ଜଣେ ଉପଯୁକ୍ତ କ୍ୟାରିଅର କରି ପାରିବ ତାହା ନୁହେଁ,ବରଂ ଏଥିଲାଗି ଷ୍ଟ୍ରାଟେଜି ବି ଜରୁରୀ। ଆସନ୍ତୁ ସେସବୁ ଦିଗ ପ୍ରତି ନଜର ପକାଇବା…

କ’ଣ ହେବେ ଠିକ୍‌ କରନ୍ତୁ -କିଶୋର ଟିଏ ବଡ ହେଲେ କ’ଣ ହେବାକୁ ଚାହେଁ, ତା’ହା ସ୍ଥିର କରିଥାଏ । ସେ ନିଜର ଆଦର୍ଶ ମଧ୍ୟ ଜଣକୁ ପରିଗଣିତ କରିଥାଏ । କିଛି ନ ହେଲେ କାଳ୍କନିକ ଭାବେ ସେ ଇଂଜିନିୟର ହେଲେ ଅମୁକ କରିବ, ଡାକ୍ତର ହେଲେ ଅମୁକ ଡାକ୍ତରଙ୍କ ଭଳି ହେବ, ଆଇନଜୀବୀ ହେଲେ ଅମୁକ ଲୋକଙ୍କ ପାଖରେ ଜୁନିଅର୍‌ ହେବ ବା ହୋଟେଲିୟର୍‌ ହେଲେ ଅମୁକ ହୋଟେଲ୍‌ ଶିଳ୍ପରେ ଯୋଗ ଦେବ…ଇତ୍ୟାଦି ।

ଏବେ ନେତୃତ୍ୱ କ୍ଷମତା ବୃଦ୍ଧି କରିବାର ସମୟ ଆସିଛି । ସାଧାରଣତଃ ନେତୃତ୍ୱ କହିଲେ ଆମେ ରାଜନୀତି କଥା ଭାବୁ, କିନ୍ତୁ ତାହା ଠିକ୍‌ ନୁହେଁ । ଏବେ ପ୍ରତ୍ୟେକ କ୍ଷେତ୍ର ନେତୃତ୍ୱ ନେବାର ସମୟ ଆସିଛି । ଆପଣ ଯେଉଁ କ୍ଷେତ୍ରରେ ବୃତ୍ତି ଗ୍ରହଣ କରିଥାଆନ୍ତୁ ନା କାହିଁକି, ନେତୃତ୍ୱ ବିନା ଆଗକୁ ବଢିପାରିବେ ନାହିଁ ।ଏଣୁ ନିଜର ଆଦର୍ଶ ବ୍ୟକ୍ତିଗତ ନେତୃତ୍ୱର କାଳ୍ପନିକ ରୂପରେଖ ପ୍ରଥମରୁ ପ୍ରସ୍ତୁତ କରନ୍ତୁ । ଅର୍ଥାତ୍‌ ଭବିଷ୍ୟତର ସ୍ପଷ୍ଟ ଚିତ୍ର ପ୍ରସ୍ତୁତ କରନ୍ତୁ , ଯାହାକୁ ଆପଣ ସାକାର ରୂପ ଦେବାକୁ ଚାହୁଁଛନ୍ତି, ସେଥିରେ କିଭଳି ନେତୃତ୍ୱର ଆବଶ୍ୟକତା ଅଛି, ଯାହା ଜାଣି ରଖନ୍ତୁ । ୨୦୨୫ ବେଳକୁ ଆପଣଙ୍କର ସ୍ଥିତି କ’ଣ ଥିବ, କ୍ୟାରିଅର୍‌କୁ କିଭଳି ଆଗେଇଦେବ, ଏସଂପର୍କରେ ଭଲ ଭାବେ ଜାଣି ରଖନ୍ତୁ । ଏଥିପାଇଁ ସବୁଠୁଁ ବଡ ଆବଶ୍ୟକତା ହେଉଛି ନେତୃତ୍ୱ କ୍ଷମତା ବୃଦ୍ଧି ।

photo-lloyd7.azureedge.net

ଶିଖିବାର ଇଚ୍ଛା ବୃଦ୍ଧି କରନ୍ତୁ: ଜୀବନରେ ସର୍ବଦା ଶିଖିବାର ଇଚ୍ଛା ବଢାନ୍ତୁ । ନିଜ ଆଖପାଖରେ ଯାହା ଘଟୁଛି, ସେଥିରୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରନ୍ତୁ । ସଫଳ ନେତୃତ୍ୱ ଚାହୁଁଥିବା ଲୋକେ ସର୍ବଦା ନୂଆ ନୂଆ ଶିଖିବା ଲାଗି ନିଜର ମନ ଓ ମସ୍ତିଷ୍କକୁ ଖୋଲା ରଖିବା ଦରକାର । ନୂଆ ସନ୍ଧବର ସମ୍ଭାବନା ସର୍ବଦା ରହିଛି । ଯଦି ଆପଣ କୌଣସି ଏକ କ୍ଷେତ୍ରରେ ବିଶେଷଜ୍ଞ ହୋଇସାରିଛନ୍ତି, ତେବେ ଅନ୍ୟ କୌଣସି ଏକ ବିଷୟରେ ହାତ ଦିଅନ୍ତୁ । ନୂଆ ନୂଆ ଚ୍ୟାଲେଂଜକୁ ସାଦରେ ଗ୍ରହଣ କରନ୍ତୁ । ନୂଆ ନୂଆ ଶିଖିବାକୁ ଚେଷ୍ଟା କରନ୍ତୁ । ଏହି ନୂତନ କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକର ସାମ୍ନା କରିବାକୁ ନେତୃତ୍ୱର ଆବଶ୍ୟକତା ରହିଛି । ନିଜର ଲୋକସଂପର୍କ ବୃଦ୍ଧି କରନ୍ତୁ । କାହାରିକୁ ନିଜଠୁଁ ନ୍ୟୁଜ ମନେ କରନ୍ତୁ ନାହିଁ । କ୍ୟାରିଅର୍‌ର ଉଚ୍ଚତମ ସୋପାନରେ ରହିଛି ପହଞ୍ଚି ଥିଲେ ବି ଆପଣ ନିଜର ସହକର୍ମୀ ଠୁଁ କିଛି ଶିଖିପାରିବେ । ଏପ୍ରସଙ୍ଗରେ ‘ ଅହଂଭାବ’କୁ ଦୂରେଇ ଦେବା ଏକାନ୍ତ ଆବଶ୍ୟକ ।

ସମ୍ବନ୍ଧିତ ଖବର