ଏହି ସ୍ୱଳ୍ପକାଳୀନ କୋର୍ସ କରନ୍ତୁ ,ଭଲ ରୋଜଗାର କରନ୍ତୁ !

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ, ରାଞ୍ଚି-
ପ୍ରୋଗ୍ରାମ୍‌ -ସାର୍ଟିଫିକେଟ୍‌ କୋର୍ସ ଅନ୍‌ ଓ୍ଵୟରଫୁଟ୍‌ ମ୍ୟାନେଜର୍‌
ଅବଧି-୧୫ ଦିନ
କଣ୍ଟେଣ୍ଟ- ବ୍ୟବସାୟରେ ନିଯୁକ୍ତି ସନ୍ଧାନ ଉପଭୋକ୍ତ ଆଧାରିତ ବ୍ୟବସାୟ, ପ୍ରଡକ୍ଟ ଡିଜାଇନ୍‌ , ଡିଷ୍ଟ୍ରିବ୍ୟୁସନ୍‌ , ପ୍ରମୋସନ୍‌ , ପ୍ରସେସିଙ୍ଗ୍‌, ଆକାଉଣ୍ଟିଙ୍ଗ୍‌ ଓ ପ୍ରଡକ୍ସନ୍‌ ତ୍ୟାଦି ସଂପର୍କୀତ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଅଯୋଇଥାଏ ।
ଟାର୍ଗେଟ- ମାଇକ୍ରୋ ଏଣ୍ଟରେପ୍ରେନ୍ୟୋୟର୍ସ  କର୍ମଚାରୀ ଓ ଉଚ୍ଚଶିକ୍ଷା ପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି ।
ନିଯୁକ୍ତିର ସୁଯୋଗ- ଆତ୍ମ ନିର୍ଭରଶୀଳ ହେବା ଲାଗି ବ୍ୟବସାୟ କରିବା
ମାସିକ ଆୟ- ୧୫ ହଜାର ଟଙ୍କା
ରାଜୀବ ଗାନ୍ଧୀ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ, ଶିଲଂ
ପ୍ରୋଗ୍ରାମ୍‌ – ଏକ୍‌ଜିକ୍ୟୁଟିଭ୍‌ ପୋଷ୍ଟ୍‍ ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌ ଇନ୍‌ ଇଣ୍ଟରନେସନାଲ୍‌ ବିଜିନେସ୍‌
ଅବଧି- ୧୨ ମାସ
ଉଦ୍ଦେଶ୍ୟ- ଡାୟନାମିକ୍‌ କର୍ପୋରେଟ୍‌ ଲିଡର୍‌ ପ୍ରସ୍ତୁତ କରିବା ହେଉଛି ଏହି ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ।
ନିଯୁକ୍ତିର ସୁଯୋଗ- ଭାରତ ଓ ଚୀନ୍‌ ଭଳି ରାଷ୍ଟ୍ରର ମାର୍କେଟ୍‌ କୁ ଆଖି ଆଗରେ ରଖି ଏହି କୋର୍ସ କରିଥିବା ବ୍ୟକ୍ତିଙ୍କୁ କଂପାନୀର ଉଚ୍ଚପଦବୀ ରେ ନିଯୁକ୍ତ କରୁଛନ୍ତି । ଏମାନେ ସାଧାରଣତଃ କଂପାନୀର ରଣନୀତି ପ୍ରସ୍ତୁତ କରିବା ସହିତ ଲକ୍ଷ୍ୟ ହାସଲ ଦିଗରେ ସୁପରିଚାଳନାର ବନ୍ଦୋବସ୍ତ କରିଥାଆନ୍ତି ।
ଟାର୍ଗେଟ- ଆନ୍ତର୍ଜାତୀୟ ସ୍ତରରେ ଅନ୍ୟୁନ ତିନି ବର୍ଷର କାମର ଅଭିଜ୍ଞତା ଥିିବା ମ୍ୟାନେଜ୍‌ମେଣ୍ଟ ପ୍ରଫେସନାଲ୍‌ମାନଙ୍କ ପାଇଁ ଏହା ମୁଖ୍ୟତଃ ଉଦ୍ଦିଷ୍ଟ । ଏଥିରେ ଭାରତ ଓ ଚୀନର ଯୁବକ ଯୁବତୀମାନେ ବିଶେଷ ଭାବେ ସାମିଲ ହେଉଛନ୍ତି ।
ଆୟ- ଏମାନେ ମାସିକ ୩୬ ହଜାରରୁ ୧ ଲକ୍ଷ ୨୦ ହଜାର ଡଲାର୍‌ ଯାଏଁ ଆୟ କରୁଛନ୍ତି ।

 

.photo-hindustantimes.com

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ, ବେଙ୍ଗଲୁରୁ
ପ୍ରୋଗ୍ରାମ୍‌- ଲର୍ଣ୍ଣିଙ୍ଗ୍‌ ଫ୍ରମ୍‌ ସ୍ପୋର୍ଟସ, ଅବଧି- ଦୁଇ ଦିନ
କଣ୍ଟେଣ୍ଟ- ଅନ୍ୟମାନଙ୍କ ଠୁଁ ଶିଖିବା ଏବଂ ପରିବେଶ ଅନୁଯାୟୀ ମ୍ୟାନେଜ୍‌ମେଣ୍ଟ ରେ ପରିବର୍ତ୍ତନ ଆଣିବା ।
ଉଦ୍ଦେଶ୍ୟ- ଏହି ପୋଗ୍ରାମ୍‌ରେ ଛାତ୍ରଛାତ୍ରୀମାନଙ୍କୁ ପରଫର୍‌ମାନ୍ସ ବେସଡ୍‌ ଲିଡରସିପ୍‌ , ସମସ୍ତଙ୍କ ମଙ୍ଗଳ ଲାଗି ନୀତି ନିର୍ମାଣ, ଖେଳ ମଧ୍ୟରେ ଆସୁଥିବା ଉତ୍‌ଥାନ- ପତନ କୁ ମ୍ୟାନେଜ୍‌ କରିବା, ନିଜର ରୋଲ୍‌ରୁ ଆଗକୁ ଯାଇ କାମ କରିବା ଭଳି ପ୍ରସଙ୍ଗ ଶିକ୍ଷା ଦିଆଯାଇଥାଏ । କ୍ଲାସରୁମ୍‌ ଡିସକ୍ସନ, ଇଣ୍ଟରାକ୍ଟିଭ୍‌ ଡିସକ୍ସନ ଓ ପ୍ୟାନେଲ୍‌ ଡିସକ୍ସନ ମାଧ୍ୟମରେ ଇଣ୍ଡଷ୍ଟ୍ରି ଏକ୍ସପର୍ଟସ ସ୍ପୋର୍ଟସ, ଏକ୍ସପର୍ଟସ ମ୍ୟାନେଜର ଦେବା ଏହି ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ।
ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ, କୋଲକାତା
ପ୍ରୋଗ୍ରାମ୍‌- ପୋଷ୍ଟ ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌ ଫର୍‌ ଏକ୍‌ଜିକ୍ୟୁଟିଭ୍‌ସ ଅନ୍‌ ଜିନାରୀ ଲିଡରସିପ୍‌ ଫର୍‌ ମ୍ୟାନୁଫେକ୍ଚରିଙ୍ଗ୍‌ ।
ଅବଧି- ୧୨ ମାସ
ଉଦ୍ଦେଶ୍ୟ- ଭାରତୀୟ ମେନୁଫେକ୍ଚରିଙ୍ଗ୍‌ ଇଣ୍ଡଷ୍ଟ୍ରିରେ ମିଡ୍‌ ଲେବଲ୍‌ ମ୍ୟାନେଜର୍ସଙ୍କୁ ସ୍କିଲ୍‌ ବେସଡ୍‌ ଟ୍ରେନିଂ ପ୍ରଦାନ କରାଇବା, ଯାହା ଦ୍ୱାରା ସେମାନେ ଦୂରଦର୍ଶୀ ଲିଡର୍‌ ରୂପେ ପ୍ରସ୍ତୁତି ହୋଇପାରିବେ ।
କଣ୍ଟେଣ୍ଟ- ୩୬ ସପ୍ତାହର କ୍ଲାସରୁମ୍‌ ଇଣ୍ଟରାକ୍ସନ୍‌ ,କେସ୍‌ ଷ୍ଟଡିଜ୍‌ , ଟ୍ୟୁଟୋରିଆଲ୍‌, ଲାବୋରାଟୋରି ସେସନ୍ସ, ପ୍ରୋଜେକ୍ଟ ଓ୍ଵାର୍କ, ଇଣ୍ଡଷ୍ଟ୍ରିରେ ଆଠ ସପ୍ତାହର ଇଣ୍ଟର୍ଣ୍ଣସିପ୍‌ ।
ନିଯୁକ୍ତି ଅବସର- ପ୍ରସିଦ୍ଧ ଭାରତୀୟ କଂପାନୀମାନଙ୍କରେ ନିଯୁକ୍ତିର ସୁବିଧା ରହିଛି ।
ଆୟ- କଂପାନୀମାନଙ୍କର ସ୍ତର ଅନୁଯାୟୀ ଏହି କୋର୍ସ କରିଥିବା ବ୍ୟକ୍ତିଙ୍କର ଦରମା ନିର୍ଦ୍ଧାରିତ ହୋଇଥାଏ ।

 

ସମ୍ବନ୍ଧିତ ଖବର