ଚାଣକ୍ୟ ନୀତି ଅନୁସାରେ  ଜାଣନ୍ତୁ କେଉଁ  ୫ଟି  ଚରିତ୍ର ଦେଖି ସ୍ୱାର୍ଥୀଲୋକଙ୍କୁ ଚିହ୍ନିବେ

ଆଜିକାଲିର ମଣିଷ ବେଳେ ବେଳେ ନିଜର ସ୍ୱାର୍ଥ ହାସଲ ଲାଗି ବନ୍ଧୁତା ସ୍ଥାପନ କରିଥାଏ। ଆଉ ଯେତେବେଳେ ତାହାର ସ୍ୱାର୍ଥ ପୂରଣ ହୋଇଯାଏ ସେତେବେଳେ ସେ ବନ୍ଧୁଠାରୁ ଦୂରେଇ ଯାଏ। ତେଣୁ ଆମ ଆଖପାଖରେ ବନ୍ଧୁ ହୋଇ ରହୁଥିବା ଏଭଳି  ମଣିଷକୁ ଆମେ କିପରି ଚିହ୍ନିବା ଓ ସେମାନଙ୍କ କବଳରୁ ନିଜକୁ କିଭଳି ରକ୍ଷା କରିବା ସେ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି।  ଜାଣନ୍ତୁ ସ୍ୱାର୍ଥୀ ମଣିଷର ୫ଟି ରୂପ ବିଷୟରେ…

୧-ସ୍ୱାର୍ଥୀ ମଣିଷ ନିଜର କାମ ଥିବା ସମୟରେ ଆପଣଙ୍କୁ ଖୋସାମତ କରୁଥିବା ବେଳେ କାମ ଶେଷ ହେବା ପରେ ସେ ଆପଣଙ୍କ ଭଲମନ୍ଦ ବିଷୟରେ ପଦୁଟିଏ ବି ପଚାରେ ନାହିଁ।

୨-ପ୍ରତ୍ୟେକ ସ୍ୱାର୍ଥୀ ବ୍ୟକ୍ତି ନିଜର କାମ ହାସଲ ପାଇଁ ଆପଣଙ୍କ ସହ ଅଠା ଭଳି ଲାଗି ରହିଥା’ନ୍ତି। ହେଲେ ଯେତେବେଳେ ତାଙ୍କର ଉକ୍ତ କାମଟି ସଂପୂର୍ଣ୍ଣ ହୋଇଯାଏ, ସେତେବେଳେ ସେ ଆପଣଙ୍କୁ ଦୂରରୁ ଦେଖି ବାଟ କାଟେ।

୩-ଯେଉଁ ମଣିଷ ଆପଣଙ୍କୁ କେବେ ବି ଠିକ୍‌ ଭାବରେ ପଦୁଟିଏ କଥା ହୋଇନଥାଏ, ଯଦି  ସେ ଆସି ଅଚାନକ ଆପଣଙ୍କ ଉପରେ ତାହାର ଭଲପାଇବା ବରଷାଇଥାଏ ତ,ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଠାରେ ତାଙ୍କର କିଛି କାମ ରହିଛି।

Dainik Bhaskar

୪-ସାଧାରଣତଃ ଯେଉଁ ମଣିଷ ଆପଣଙ୍କ ଅସୁବିଧା ସମୟରେ ପାଖରେ ଛିଡା ହୁଏନି  କି ପଦୁଟିଏ କଥା ବି ହୁଏନି , ଯଦି ସେ ଅଚାନକ ଆପଣଙ୍କୁ ଭେଟିବାକୁ ଆସେ ବା ଆପଣଙ୍କ ସହିତ ପ୍ରତ୍ୟେକ ଦିନ କଥା ହେବାକୁ ଲାଗେ  ତେବେ ଜାଣିଜାଣନ୍ତୁ କି ଆପଣଙ୍କ ପାଖରେ ତାର ନିଶ୍ଚୟ କିଛି ସ୍ୱାର୍ଥ ରହିଛି।

୫-ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ସର୍ବଦା ମିଛ କହୁଥାଏ ଓ ଆପଣଙ୍କ ଶତ୍ରୁ ଆଗରେ ଆପଣଙ୍କ ବିରୋଧରେ ଖରାପ କଥା କହୁଥାଏ  ହେଲେ ଆପଣଙ୍କ  ପାଖକୁ ଆସି ସେ ତୁମର ସେହି ଶତ୍ରୁ ବିଷୟରେ  କହେ; ତେବେ ଜାଣନ୍ତୁ ସେଭଳି ମଣିଷ ସ୍ୱାର୍ଥପର ଅଟନ୍ତି।

ସମ୍ବନ୍ଧିତ ଖବର