ନିଜର ଅଭାବ, ଦୁର୍ବଳତା ସହିତ ଆହୁରି ଏହି ସବୁ କଥା ଗୋପନ ରଖିବା ଉଚିତ
କ’ଣ ଆପଣ ବୁଦ୍ଧିମାନ ଓ ମୂର୍ଖ ବ୍ୟକ୍ତି ମଧ୍ୟରେ ଥିବା ଅନ୍ତର ବିଷୟରେ ଜାଣିଛନ୍ତି? ସାଧାରଣତଃ ବୁଦ୍ଧିମାନ ବ୍ୟକ୍ତି ତାଙ୍କର ବୁଦ୍ଧି ବଳରେ ପ୍ରତ୍ୟେକ କାର୍ଯ୍ୟ କରୁଥିବାବେଳେ ମୂର୍ଖ ବ୍ୟକ୍ତି କିନ୍ତୁ ନିଜର ବାହୁବଳ ସାହାଯ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ଜୋର ଜବରଦସ୍ତି ଓ ଶୀଘ୍ର କରିବାକୁ ଚେଷ୍ଟା କରିଥା’ନ୍ତି। ଯେଉଁଠାରେ କି ବୁଦ୍ଧିମାନ ବ୍ୟକ୍ତି ବଡ଼ ରୁ ବଡ଼ ବିପତ୍ତି ଆସିବା ସମୟରେ ନିଜର ଭେଦକୁ ଲୁଚାଇବାରେ ସଫଳ ହୋଇଥା’ନ୍ତି। ସେଠାରେ ମୂର୍ଖଲୋକ ସଙ୍କଟ ଆସିବା ସମୟରେ ଅନ୍ୟଠାରୁ ସାହଯ୍ୟର ଆଶାକରି କିଛି ବିଚାର ବିମର୍ଷ ନ କରି ଅନ୍ୟ ଆଗରେ ତୁରନ୍ତ ହିଁ ନିଜର ସମସ୍ତ ଗୁପ୍ତ ରହସ୍ୟ ବିଷୟରେ ପ୍ରକାଶ କରିବାକୁ ଲାଗନ୍ତି। ଏହା ଭବିଷ୍ୟତରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ କରାଇଥାଏ। ଏହାଦ୍ୱାରା ସେମାନେ ଅନ୍ୟମାନଙ୍କ ତାତ୍ସଲ୍ୟର ଶିକାର ହୁଅନ୍ତି। ତେବେ ଏହାକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିରେ ଏପରି ୫ଟି କଥା ବିଷୟରେ କହିଛନ୍ତି ଯେ, ଯାହାକି ବୁଦ୍ଧିମାନ ବ୍ୟକ୍ତି ନିଜ ପାଖରେ ଗୁପ୍ତ ରଖିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
୧-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଧନର ଅଭାବ ବା ଆପଣ କେତେ ଅଭାବ ଅସୁବିଧାରେ ରହୁଛନ୍ତି, ତାହାକୁ କାହା ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ । କାରଣ ଧନର ଅଭାବରେ ନିଜର ଲୋକ ବି ପର ପାଲଟି ଯାଇଥା’ନ୍ତି ଓ ସମସ୍ତେ ଆପଣଙ୍କ ସହିତ ମିଶିବା ମଧ୍ୟ ବନ୍ଦ କରିଦିଅନ୍ତି। ଯାହଦ୍ୱାରା ଆପଣଙ୍କ ସମସ୍ୟା କମ୍ ହେବା ବଦଳରେ ଓଲଟି ବଢ଼ିଯାଇଥାଏ।
୨-ଆଚାର୍ଯ୍ୟ ଚାଣକ୍ୟ କହିଥିବା ଦ୍ୱିତୀୟ କଥା ଅନୁଯାୟୀ ଆପଣ ଆପଣଙ୍କ ମନର ଦୁଃଖ କିମ୍ବା ମାନସିକ ଚାପ ବିଷୟରେ କାହା ଆଗରେ କୁହନ୍ତୁ ନାହିଁ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ ନିଜର ବିଶ୍ୱସ୍ତ ଲୋକ କିମ୍ବା ପରିବାର ଲୋକଙ୍କ ସହିତ କଥା ହୋଇ ଏହାର ସମାଧାନ କରିବା ଆବଶ୍ୟକ! କାରଣ ଆମର ଆଖପାଖରେ ଏପରି କିଛି ଲୋକ ଥାଆନ୍ତି, ଯେଉଁମାନେ କି ଆମର ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ତାହାକୁ ଆହୁରି ଅଧିକା ବଢ଼ାଇ ଦିଅନ୍ତି।
୩- ଏଥିସହିତ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଆମକୁ ଆମର ଘରର ଅଭାବ ଓ ଘରର କଳିକୁ କୌଣସି ବାହାର ଲୋକଙ୍କୁ କହିବା ଉଚିତ୍ ନୁହେଁ। କାରଣ ଏହି ସଂସାରରେ କୌଣସି ବ୍ୟକ୍ତି ପୂର୍ଣ୍ଣ ହୋଇନଥାଏ। ପ୍ରତ୍ୟେକଙ୍କ ଠାରେ କୌଣସି ନା କୌଣସି ଅଭାବ ନିଶ୍ଚିତ ଭାବରେ ରହିଥାଏ। ଏପରି କ୍ଷେତ୍ରରେ ପତି -ପତ୍ନି ଓ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ହେବା ଅତ୍ୟନ୍ତ ସାଧାରଣ ଘଟଣା ଅଟେ। ଏଥିପାଇଁ ବୁଦ୍ଧିମାନ ବ୍ୟକ୍ତିଙ୍କୁ ନିଜ ଘରର କଳିକୁ ସର୍ବଦା ହିଁ ଗୁପ୍ତ ରଖିବା ଆବଶ୍ୟକ ଅଟେ।
୪- ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ଯଦି ଆମେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହେଉଛୁ ତ,ଏହାକୁ ଆମକୁ କାହାରିକୁ କହିବା ଅଦୌ ଉଚିତ୍ ହୋଇନଥାଏ। କାରଣ ଏହାଦ୍ୱାରା କିଛି ଲୋକ ଆପଣଙ୍କୁ ଏନେଇ ପରିହାସର ପାତ୍ର କରିବା ସହିତ ଆପଣଙ୍କ ପଛରେ ଥଟ୍ଟା ପରିହାସ କରି ଆପଣଙ୍କୁ ଆହୁରି ମାନସିକ ଦୁଃଖ ଦେଇଥାଆନ୍ତି।
୫-ଏତଦ୍ବ୍ୟତୀତ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ୫ମ ନୀତିରେ ବୁଦ୍ଧିମାନ ବ୍ୟକ୍ତିକୁ ତାଙ୍କ ସହିତ ହୋଇଥିବା ତାଙ୍କର ଘରେ , ଅଫିସ୍ କିମ୍ବା ବାହାରରେ ଅପମାନ ବିଷୟରେ ଅନ୍ୟକୁ ପ୍ରକାଶ କରିବାକୁ ମନା କରିଛନ୍ତି।