ଚେହେରାରେ ଅନ୍‌ଲକ୍‌ ହେବାଠୁ ବେଜଲ୍‌ ଲେସ୍‌ ସ୍କ୍ରିନ୍ ପର୍ଯ୍ୟନ୍ତ, ସ୍ମାର୍ଟଫୋନରେ ହୋଇଛି ବଡ଼ ପରିବର୍ତ୍ତନ !

ଜାଣନ୍ତୁ ୨୦୧୭ରେ କେତେ ପରିବର୍ତ୍ତନ ହୋଇଛି ସ୍ମାର୍ଟ୍‌ଫୋନ୍‌!

ଉପଭୋକ୍ତାଙ୍କ ଚାହିଦାକୁ ନେଇ ବିଭିନ୍ନ ସ୍ମାର୍ଟଫୋନ୍‌ କଂପାନି ପ୍ରତ୍ୟେକ ବର୍ଷ ନିଜର କିଛି ନା କିଛି ନୂତନ ହାଇଟେକ୍‌ ଫିଚର୍ସକୁ ଲଞ୍ଚ୍‌ କରୁଥିବାବେଳେ,ବର୍ଷ ୨୦୧୭ରେ ମଧ୍ୟ ଏଭଳି କେତେକ କଂପାନି ସେମାନଙ୍କ ନୂତନ ଫିଚର୍ସ ଫୋନ୍‌ କୁ ଲଞ୍ଚ୍‌ କରିଛନ୍ତି।ଯେଉଁ ସ୍ମାର୍ଟଫୋନ୍‌ କି ଏବେ ତାହାର ବଜାର ପ୍ରବେଶ କରିଛି। ତେବେ ଏହି ଫୋନ୍‌ର ସବୁଠୁ ବଡ଼ କଥା ହେଉଛି ,ଏହି ଫୋନ୍‌ର ଲକ୍‌ ବ୍ୟକ୍ତିର ଆଖି ଏବଂ ଚେହେରାରେ ଖୋଲିଯିବ।

ସୂଚନା ଅନୁସାରେ ଏବେ ଏହିକ୍ରମରେ ବଡ଼ ବଡ଼ ସ୍ମାର୍ଟଫୋନ୍‌ କଂପାନି ଯଥା ସାମ୍‌ସଙ୍ଗ ଏବଂ ଆପେଲ୍‌ କଂପାନି ସାମିଲ୍‌ ହୋଇଛନ୍ତି।ଏଥିସହିତ ଏହି କଂପାନିମାନେ ସେମାନଙ୍କ ସ୍ମାର୍ଟଫୋନ୍‌ରେ ଏହି ନୂତନ ଟେକ୍‌ନୋଲୋଜିକୁ ଆଣିଛନ୍ତି।

ତେବେ ଏନେଇ ସବୁଠୁ ଆଗରେ ରହିଛି ସ୍ମାର୍ଟଫୋନ୍‌ କଂପାନି ଆପେଲ୍‌। ଯିଏକି ଏହି ନିକଟରେ ତାହାର ଏକ ଆଇଫୋନ୍‌-ଏକ୍ସ ସ୍ମାର୍ଟଫୋନକୁ ଲଞ୍ଚ୍‌ କରିଛି। ତେବେ ଏହି ଫୋନ୍‌ର ବିଶେଷତା ଏହା ଯେ,ଏହା ବ୍ୟକ୍ତିର ଚେହେରାରେ ଅନ୍‌ଲକ୍‌ ହୋଇବ। ଯାହାର ନାମ କଂପାନି ‘ଫେସ୍‌ ଆଇଡ଼ି’ ବୋଲି ରଖିଛି।ଏହା ୧୫ ହଜାର ଇଂଞ୍ଜିନିୟର୍‌ଙ୍କ ଦ୍ୱାରା ୬ବର୍ଷର ରିସର୍ଚ୍ଚ ପରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟଫୋନ୍‌ ଅଟେ। ତେବେ ଏ ନେଇ ଆପେଲ୍‌ ତରଫରୁ ଏହା ମଧ୍ୟ ଦାବି କରାଯାଇଛି ଯେ,ଯଦି ଏହି ଫୋନ୍‌ର ଲକ୍‌ କୌଣସି ବ୍ୟକ୍ତିର ଯାଆଁଳା ଭାଇ କି ଭଉଣୀ ବି କରନ୍ତି ତ,ତଥାପି ବି ଏହା ଅନ୍‌ଲକ୍‌ ହେବନାହିଁ।

୧-ସାମ୍‌ସଙ୍ଗ୍‌ର ଆଇରିସ୍‌ ଫିଚର୍‌ରେ ହୋଇଛି ପରିବର୍ତ୍ତନ: ସ୍ମାର୍ଟଫୋନ୍‌ କଂପାନି ସାମ୍‌ସଙ୍ଗ୍‌ ତାହାର ସିକ୍ୟୁରିଟିକୁ ଅଧିକ ସୁରକ୍ଷିତ ରଖିବାକୁ ପ୍ରଥମଥର ଲାଗି ‘ଆଇରିସ ଟେକ୍‌ନୋଲୋଜି ’ର ପ୍ରୟୋଗ କରିଛି। ଏହି ଫିଚର୍ସର ବିଶେଷତା ହେଉଛି ଏଥିରେ ଉପଭୋକ୍ତା ତାଙ୍କର ଆଖି ସହୟତାରେ ଫୋନ୍‌କୁ ଅନ୍‌ଲକ୍‌ କରିପାରିବେ! ତେବେ ‘ଆଇରିସ ଫିଚର୍ସ’ସାହଯ୍ୟରେ ଉପଭୋକ୍ତାଙ୍କ ଆଖିର ରେଜୋଲ୍ୟୁସନ୍‌ ଫଟୋ ମଧ୍ୟ ନିଆଯାଇପାରେ।ତେବେ ଏହି ଫଟୋରେ କର୍ବ,ଆର୍କ,ଡ଼ାୟବର୍ଜନକୁ ଏକ କୋଡ଼୍‍ ଭଳି ଅଲଗା ଅଲଗା ସାଇତା ହୋଇ ରଖାଯାଇପାରେ ମଧ୍ୟ।ଏହାପରେ ଯେବେ ଉପଭୋକ୍ତା ତାଙ୍କ ଆଖି ସାହାଯ୍ୟରେ ଫୋନ୍‌ ଅନ୍‌ଲକ୍‌ କରିବେ,ସେବେ ତାଙ୍କ ଆଖିରେ ସାଇତା ହୋଇରହିଥିବା ସେହି ସମସ୍ତ ଡ଼ାଟା ସବୁକୁ ମ୍ୟାଚ୍‌ କରାଯିବ।

୨- ମୋଟୋର ମୋଡସ ଟେକ୍‌ନେଲୋଜି: ୨୦୧୭ରେ ମୋଟୋରୋଲା କଂପାନି ଅନେକ ଫୋନ୍‌ ଲଞ୍ଚ୍‌ କରିଥିଲା ବେଳେ ସବୁଠୁ ଖାସ୍‌ ଫୋନ୍‌ ହେଉଛି ମୋଟୋରୋଲା କଂପାନିର ‘ମୋଟୋ ଜେଡ଼୍‍ ’ଏବଂ ‘ମୋଟୋ ଜେଡ଼୍‍ ପ୍ଲେ’। ତେବେ ଏହା ଭାରତର ପ୍ରଥମ ମୋଡ଼୍‍ୟୁଲର ସ୍ମାର୍ଟଫୋନ୍‌ ଅଟେ। ଏଥିରେ ୧୬ଟି ମ୍ୟାଗ୍ନେଟିକ୍‌ କନେକ୍ଟର ପିନ୍ସ ରହିଛି, ଯାହାକୁକି ମୋଡ଼୍‍ୟୁଲର ପାଟ୍‌ର୍ସକୁ ମଧ୍ୟ କନେକ୍ଟ କରାଯାଇପାରେ। ଏହାଦ୍ୱାରା କ୍ୟାମେରା,ପ୍ରୋଜେକ୍ଟର ଏବଂ ସ୍ପିକର୍‌କୁ ମଧ୍ୟ କନେକ୍ଟ କରାଯାଇଥାଏ। ତେବେ ଏଥିରେ ରହିଥିବା ମୋଡ଼ିଫାଇଡ଼୍‍ କ୍ୟାମେରା ଲେନ୍‌ସ ଯୋଗୁଁ ଜୁମ୍‌ ପାଓ୍ଵାର୍‌କୁ ମଧ୍ୟ ବଢ଼ାଯାଇଥାଏ। ଏତଦ୍‌ବ୍ୟତୀତ ଏହାଦ୍ୱାରା ପ୍ରୋଜେକ୍ଟରରେ ଲାଇଭ୍‌ ସ୍ଟିମିଙ୍ଗ ଏବଂ ମୁଭିଜ୍‌ ସେୟାର୍‌ କରାଯାଇଥାଏ। ଯାହାକି ୭୦ ଇଞ୍ଚ ପର୍ଯ୍ୟନ୍ତ ଇମେଜ୍‌କୁ କେଉଁଠି ବି ପ୍ରେଜେକ୍ଟ କରିପାରେ! ଯେଉଁଠାରେ କି କଂପାନି ଏଥିରେ ଜେପିଏଲ୍‌ ସାଂଉଣ୍ଡ୍‌ ସ୍ପିକର୍‌ ବି ବାହାର କରିଛି,ଯାହାକି ଏହାର ସାଉଣ୍ଡ୍‌କୁ ୧୦ ଗୁଣା ପର୍ଯ୍ୟନ୍ତ ବଢ଼ାଇ ଦେବ।

୩-ବେଜଲ୍‌ ଲେସ୍‌ ସ୍କ୍ରିନ୍‌:୨୦୧୭ରେ ସ୍ମାର୍ଟଫୋନ୍‌ କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଘଟିଛି, ଏହା ହେଉଛି  ବେଜଲ୍‌ ଲେସ୍‌ ସ୍କ୍ରିନ୍‌।   ଚାଇନା ଏବଂ ଆମେରିକାନ  କଂପାନି ନିଜ ଫୋନ୍‌କୁ ବେଜଲ୍‌ ଲେସ୍‌ କରିବାକୁ ସଂପୂର୍ଣ୍ଣ ଚେଷ୍ଟା କରିଛନ୍ତି। ଯେଉଁ କନ୍‌ସେପ୍ଟ୍‌ ଯୋଗୁଁ ଫୋନ୍‌ ଷ୍ଟାଇଲିସ୍‌ ହୋଇଛି ଏବଂ ଡ଼ିସ୍‌ପ୍ଲେ ସ୍କ୍ରିନ୍‌ ବି ବଡ଼ ହେବାର ଦେଖାଯାଉଛି। ସାମ୍‌ସଙ୍ଗ୍‌, ଆପେଲ୍‌, ମାଇକ୍ରୋମାକ୍ସ, ଏଲ୍‌ଜି, ଭିଭୋ, ଓପୋ ସମେତ  ସମସ୍ତ କଂପାନି ସେମାନଙ୍କ ସ୍ମାର୍ଟଫୋନ୍‌କୁ ବେଜଲ୍‌ ଲେସ୍‌ କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତେବେ ‘ଆଇଫୋନ୍‌ ଏକ୍ସ’ ହେଉଛି ଭାରତର ପ୍ରଥମ ସ୍ମାର୍ଟଫୋନ୍‌ ଅଟେ,ଯେଉଁଥିରୁ କି ସଂପୂର୍ଣ୍ଣ ଭାବରେ ବେଜଲ୍‌କୁ ହଟାଇ ଦିଆଯାଇଛି।

୪-ସେଲ୍‌ଫି କ୍ୟାମେରା ହେଲା ଶକ୍ତିଶାଳୀ: ସ୍ମାର୍ଟଫୋନ୍‌ର ସେଲ୍‌ଫି କ୍ୟାମେରା ଏ ବର୍ଷ ରିୟର୍‌ କ୍ୟାମେରାଠାରୁ ଅଧିକ ଶକ୍ତିଶାଳୀ ହୋଇଛି।ତେବେ ଉପଭୋକ୍ତାଙ୍କ ମଧ୍ୟରେ ସେଲ୍‌ଫିକୁ ନେଇ ବଢ଼ୁଥିବା କ୍ରେଜ୍‌କୁ ନେଇ ୨୦୧୭ ବର୍ଷରେ ସମସ୍ତ ସ୍ମାର୍ଟଫୋନ୍‌ କଂପାନି ନିଜ ନିଜର ଫୋନ୍‌ରେ ଅଧିକ ମେଗାପିକ୍ସଲର ସେଲ୍‌ଫି କ୍ୟାମେରା ଦେଇଛନ୍ତି। ଯେଉଁଥିରେ କି ସବୁଠୁ ଆଗରେ ରହିଛି ‘ଭିଭୋ ଭି-୭ ପ୍ଲସ୍‌’। ଏଥିସହିତ ଏହି ଫୋନ୍‌ରେ ୨୪ ମେଗାପିକ୍ସଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ରହିଛି।ଏ ମିତିରେ କହିବାକୁ ଗଲେ ସେଲ୍‌ଫି ମାମଲାରେ ପରିବର୍ତ୍ତନର ଆରମ୍ଭ ସ୍ମାର୍ଟଫୋନ୍‌ କଂପାନି ‘ଭିଭୋ’ ହିଁ ପ୍ରଥମ କରି କରିଥିଲା। ତେବେ ‘ଭିଭୋ ଭି-୫’ପକ୍ଷରୁ ପ୍ରଥମଥର ଲାଗି ୨୦ ମଗୋପିକ୍ସଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଆସିଥିଲା ଏହାପରେ କି ଧିରେ ଧିରେ ସେଲ୍‌ଫି କ୍ୟାମେରାର ମହତ୍ତ୍ୱ ବଢ଼ିବାକୁ ଲାଗିଛି।

ସମ୍ବନ୍ଧିତ ଖବର