ହସ୍‌ପିଟାଲରେ ଲାଗିଲା ଏକ ଅଦ୍ଭୁତ ରକ୍ତଦାନ ଶିବିର, ଯେଉଁଠାରେ ରକ୍ତ ଦେବା ପାଇଁ ସାମିଲ ହୋଇଥିଲେ ୫୦ରୁ ଅଧିକ କୁକୁର

0

ନୂଆଦିଲ୍ଲୀ: ରକ୍ତଦାନ କରିବା ଏକ ମହତ କାର୍ଯ୍ୟ ବୋଲି କୁହାଯାଏ। ଲୋକମାନଙ୍କୁ ସର୍ବଦା ରକ୍ତ ଦେବା ପାଇଁ ପ୍ରେରିତ କରାଯାଇଥାଏ। ଏଥିପାଇଁ ହସ୍‌ପିଟାଲ ଓ ବିଭିନ୍ନ ସ୍ଥାନମାନଙ୍କରେ ରକ୍ତଦାନ ଶିବିର ଲାଗିଥାଏ। ଏହି ଶିବିରରେ ଲୋକମାନେ ସ୍ୱଇଚ୍ଛାରେ ରକ୍ତଦାନ କରି ଥାଆନ୍ତି।  କିନ୍ତୁ ଆପଣ କେବେ  ‘ଡକ୍‌ ରକ୍ତ ଦାନ ଶିବିର’ ବିଷୟରେ ଶୁଣିଛନ୍ତି। ଆଜ୍ଞା  ହଁ ଚେନ୍ନାଇରେ ରକ୍ତ ଦାନ କରିବାର ଏକ ଅଦ୍ଭୁତ ମିସାଲ ଦେଖିବାକୁ ମିଳିଛି। ଏହା ପଶୁ ବ୍ଲଡ୍‌ ବ୍ୟାଙ୍କ ହସ୍‌ପିଟାଲ ଦ୍ୱାରା ସୋମବାର ଆୟୋଜନ କରାଯାଇଥିଲା। ଏହି ଶିବିର ନାମ ‘ସ୍ୱଇଚ୍ଛା ଡକ୍‌ ରକ୍ତ ଦାନ’ ଶିବିର ଥିଲା।

ଏହି ରକ୍ତ ଦାନ କାର୍ଯ୍ୟକ୍ରମର ଆୟୋଜନ ଚେନ୍ନାଇର ତନୁବାସ ପଶୁ ରକ୍ତ ବ୍ୟାଙ୍କର କ୍ଲିନିକ୍‌ ବିଭାଗ ଦ୍ୱାରା କରାଯାଇଥିଲା। ତନୁବାସ ପଶୁ ରକ୍ତ ବ୍ୟାଙ୍କ ମାଡ୍ରାସ ପଶୁ ହସ୍‌ପିଟାଲର କଲେଜ ପରିସରରେ ‘ସ୍ୱଇଚ୍ଛା ଡଗ୍‌ ରକ୍ତ ଦରନ’ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୫୦ରୁ ଅଧିକ କୁକୁର ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଲୋକମାନେ ନିଜର ପୋଷାକୁକୁରକୁ  ରକ୍ତ ଦାନ କରିବାକୁ ନେଇ ଆସୁଥିଲେ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.