ପରିବେଶର ସୁରକ୍ଷା ପାଇଁ ଦୁଇ ଚେନ୍ନାଇ ଯୁବକଙ୍କ ଅଭିନବ ପ୍ରୟାସ, ଆରମ୍ଭ କଲେ ଜିରୋ-ୱେଷ୍ଟ ଗ୍ରସୋରୀ ଷ୍ଟୋର

ଚେନ୍ନାଇ : ଚର୍ଚ୍ଚାରେ ତାମିଲନାଡୁର ଦୁଇ ସାଙ୍ଗ, ଯାହାଙ୍କ ଅଭିନବ ପ୍ରୟାସ ଏବେ ଲୋକଙ୍କୁ ପ୍ରଶଂସା କରିବା ପାଇଁ ବାଧ୍ୟ କରିଛି । ପରିବେଶ ବିଷୟରେ ଭାବି ସେ ଯେଉଁ ପଦକ୍ଷେପ ୨୦୧୮ରେ ନେଇଥିଲେ, ତାହା ଏବେ ଦୁହିଁଙ୍କୁ ପ୍ରଶଂସାର ପାତ୍ର ବନାଇଛି । ଆଜି ଏଠି ଯାହାଙ୍କ ବିଷୟରେ କୁହାଯାଉଛି, ସେ ହେଉଛନ୍ତି ପ୍ରେମ ଆଣ୍ଟୋନି ଏବଂ ଏନ୍‌ ପ୍ରଦୀପ କୁମାର । ଦୁହେଁ ଦଶମ ଶ୍ରେଣୀରୁ ସାଙ୍ଗ ହୋଇ ପରିବେଶ ପାଇଁ କିଛି କରିବାକୁ ଚିନ୍ତା କରିଥିଲେ । ଲୋକେ ପ୍ଲାଷ୍ଟିକର ବ୍ୟବହାର କରି ତାକୁ ଫିଙ୍ଗି ଦେଉଥିବା ବେଳେ ତାହା ମାଟିରେ ନ ମିଶି ପରିବଶକୁ ପ୍ରଦୂଷିତ କରୁଥିଲା । ଏହାକୁ ଆଖି ଆଗରେ ରଖି ୨୦୧୮ରେ ଦୁହେଁ ‘ଇକୋଇଣ୍ଡିଆନ’ ନାଁରେ ଗ୍ରୋସରୀ ଷ୍ଟୋର ଖୋଲିଥିଲେ । ଯେଉଁଠି ସେ ଗ୍ରୋସରୀ ଜିନିଷ ରଖିବା ପାଇଁ ପ୍ଲାଷ୍ଟିକ ଡ଼ବା ବ୍ୟବହାର କରିବା ପରିବର୍ତ୍ତେ କାଚର ଡ଼ବା ବ୍ୟବହାର କରିବା ଆରମ୍ଭ କରିଥିଲେ ।

thebetterindia.com

ପ୍ରେମଙ୍କ କହିବା ଅନୁଯାୟୀ, ଇକୋଇଣ୍ଡିଆନ ଆରମ୍ଭ କରିବା ସମୟରେ ଆମ ଗ୍ରୋସରୀ ଷ୍ଟୋର ସଂପୂର୍ଣ୍ଣ ପ୍ରଦୂଷଣ ସାମଗ୍ରୀ ମୁକ୍ତ ନଥିଲା । କିନ୍ତୁ ୨ମାସ ପରେ ମୁଁ ଏବଂ ପ୍ରଦୀପ ଚିନ୍ତା କରି ଗ୍ରୋସରୀ ଷ୍ଟୋରରେ ବ୍ୟବହାର ହେଉଥିବା ସବୁ ଜିନିଷ କାଚର କରିଥିଲୁ । ଆମର ସବୁ ପ୍ଲାଷ୍ଟିକ ଡ଼ବା ଏବଂ ଗ୍ରାହକକୁ ଜିନିଷ ଦେବା ପାଇଁ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକକୁ ବଦଳାଇ କାଚର ଜିନିଷ ବ୍ୟବହାର ଆରମ୍ଭ କରିଥିଲୁ । ଏହା ସହ ଏବେ ଗ୍ରାହକମାନେ ମଧ୍ୟ ଘରୁ ଜିନିଷ ନେବା ପାଇଁ ପାତ୍ର ଆଣି ଆସିବାର ସୁବିଧା ରଖା ଯାଇଛି ବୋଲି କହିଛନ୍ତି ପ୍ରେମ ।

ସମ୍ବନ୍ଧିତ ଖବର