ଏକ୍‌ଜିଟ ପୋଲ୍‌ ଫଳାଫଳ ଆସିବାପରେ ପରିବାର ସହିତ ସିନେମା ଦେଖିବାକୁ ଗଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ

ନୂଆଦିଲ୍ଲୀ : ଏକ୍‌ଜିଟ ପୋଲ୍‌ କହୁଛି ଯେ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ। କିନ୍ତୁ ଏହାର ପ୍ରଭାବ ଆଦୌ ଛତିଶଗଡର ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହଙ୍କ ଉପରେ ଆଦୌ ପଡିନାହିଁ। ସେ ଏକଦମ୍‌ ଆତ୍ମବିଶ୍ୱାସୀ ଅଛନ୍ତି ଭାଜପା ପୁନର୍ବାର ଛତିଶଗଡରେ କ୍ଷମତାକୁ ଆସିବ। ଛତିଶଗଡର ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିଲେ। ଏହି ସମୟରେ କୌଣସି ସରକାରୀ କାମ କରିନାହାଁନ୍ତି। ଖାଲି ସେତିକି ନୁହେଁ ଡକ୍ଟର ରମଣ ସିଂହ ନିଜର ପିତ୍ନୀ,ପୁଅ ଓ ବୋହୂଙ୍କ ସହିତ ଫିଲ୍ମ ବି ଦେଖିବାକୁ ଗଲେ। ସେ ଏହି ସମୟରେ ସେ କେତେକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। କନ୍ନଟ ପ୍ଲେସରେ ଥିବା ହନୁମାନ ମନ୍ଦିରରେ ଡ଼ ରମଣ ସିଂହଙ୍କୁ ଦେଖିବାକୁ ମିଳିଥିଲା।

ଛତିଶଗଡରେ ପୁଣିଥରେ ଭାଜପା କ୍ଷମତାକୁ ଫେରିବ ବୋଲି ଭାଜପା ବିଧାୟକ ତଥା ମୁଖପାତ୍ର ଶିବରତନ ଶର୍ମା କହିଛନ୍ତି। ଡକ୍ଟର ରମଣ ସିଂହ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର