ଭାରତର ଏହି ରାଜ୍ୟରେ ନାସା ଭଳି ତିଆରି ହୋଇଛି ଅସ୍ତ୍ରୋପଚାର କକ୍ଷ, ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର କରୁଛନ୍ତି ଡାକ୍ତର
ରାୟପୁର: ଛତିଶଗଡ଼ରେ ଥିବା ଏକ ଡାକ୍ତରଖାନାର ଅସ୍ତ୍ରୋପଚାର କକ୍ଷକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଏକ ଡାକ୍ତରଖାନାର ଅସ୍ତ୍ରୋପଚାର କକ୍ଷକୁ ନାସା ଭଳି ସଜାଯିବା ସହ ଏଠାରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର କରୁଥିବା ଜଣା ପଡ଼ିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏଭଳି କରିବା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ଅସ୍ତ୍ରୋପଚାର ସମୟରେ ଯେମିତି ରୋଗୀ ସଂକ୍ରମଣର ଶିକାର ନ ହେଉ ସେ ନେଇ ଡାକ୍ତର ଅନ୍ତରୀକ୍ଷ ପୋଷାକ ପିନ୍ଧୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତରଙ୍କ କହିବା ମୁତାବକ, ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସମୟରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ଏମିତି କି ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ଭିତରେ ବ୍ୟାକ୍ଟେରିଆ ରହିବା ସହ ଅସ୍ତ୍ରୋପଚାର କକ୍ଷରେ ମଧ୍ୟ ବ୍ୟାକ୍ଟେରିଆ ରହିଥାଏ। ଏ ସବୁ ଦିଗକୁ ଦେଖି ଅସ୍ତ୍ରୋପଚାର କକ୍ଷକୁ ନାସା ଭଳି ତିଆରି କରାଯିବା ସହ ଡାକ୍ତରୀ ଟିମ୍ ମଧ୍ୟ ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର କରିଥାନ୍ତି। ଏହି ଅନ୍ତରୀକ୍ଷ ପୋଷାକକୁ ଆମେରିକାର ଏକ କମ୍ପାନି ତିଆରି କରିଥାଏ।
ସବୁ ଅସ୍ତ୍ରୋପଚାର ପାଇଁ ଗୋଟେ ଅନ୍ତରୀକ୍ଷ ପୋଷାକ ଦରକାର ହେଉଥିବା ବେଳେ ମୁଣ୍ଡରେ ଡାକ୍ତରମାନେ ଯେଉଁ ହେଲମେଟ୍ ଭଳି ଜିନିଷ ପିନ୍ଧିଥାନ୍ତି, ସେଥିରେ ଲାଗିଥିବା ଗ୍ଲାସକୁ ପ୍ରତି ଅସ୍ତ୍ରୋପଚାର ପରେ ବଦଳାଯାଇଥାଏ। ୫-୬ଲକ୍ଷ ଟଙ୍କା ଦେଇ ଅନ୍ତରୀକ୍ଷ ପୋଷାକ କିଣାଯାଉଥିବା ବେଳେ ରୋଗୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଡାକ୍ତରଖାନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣା ପଡ଼ିଛି।