ପ୍ରସବ ସମୟରେ ଡାକ୍ତର ଗର୍ଭସ୍ଥ ଶିଶୁକୁ ଏତେ ଜୋରରେ ଟାଣିଲେ ଯେ ତା’ର ମୁଣ୍ଡ ରହିଗଲା ଭିତରେ !

ଜୈସଲମେର: ରାଜସ୍ଥାନର ରାମଗଡ଼ରେ ଏକ ଅଭୂତପୂର୍ବ ଘଟଣା ଘଟିଛି। ଏଠାକାର ସରକାରୀ ଡାକ୍ତରଖାନାରେ ଜଣେ ମହିଳାଙ୍କ ପ୍ରସବ ସମୟରେ ଡାକ୍ତର ଗର୍ଭସ୍ଥ ଶିଶୁକୁ ଏତେ ଜୋରରେ ଟାଣିଲେ ଯେ ତା’ର ମୁଣ୍ଡ ଶରୀରରୁ ଅଲଗା ହୋଇଗଲା ଏବଂ ଶିଶୁର ମୁଣ୍ଡଟି ଗର୍ଭାଶୟରେ ରହି ଯାଇଥିଲା । ଏହି କଥା ଲୁଚାଇଥିବା ଲାଗି ରାମଗଡ଼ର ଡାକ୍ତରମାନେ ମହିଳାଙ୍କୁ ଜୈସଲମେର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତରମାନେ ଯାଞ୍ଚ କରିବା ସମୟରେ ଜାଣିପାରିଲେ ଯେ ମହିଳାଙ୍କର ପ୍ରସବ ହୋଇସାରିଛି।

ଏ ସଂପର୍କରେ ମହିଳାଙ୍କ ପରିବାରବର୍ଗଙ୍କୁ ଜବାହାର ହସ୍ପିଟାଲର ଡାକ୍ତର ରବିନ୍ଦ୍ର ସାଂଖଲା କହିଲେ ଗର୍ଭସ୍ଥ ଶିଶୁର ମୁଣ୍ଡଟି ଭିତରେ ରହିଯାଇଛି। ତା’ପରେ ଉକ୍ତ ମହିଳାଙ୍କୁ ଯୋଧପୁରର ଉମ୍ମେଦ ହସ୍ପିଟାଲକୁ ନିଆଗଲା। ସେଠାରେ ଡାକ୍ତରମାନେ ପ୍ରସବର ପ୍ରୟାସ କରି ବିସ୍ମିତ ହେଲେ। ପ୍ରସବ ସମୟରେ ସେମାନେ ଶିଶୁର ମୁଣ୍ଡକୁ ବାହାରକୁ କାଢିଲେ। ମହିଳାଙ୍କ ପରିବାର ଲୋକେ କେବଳ ମୁଣ୍ଡ ବାହାରିବା କଥା ଜାଣିବା ପରେ ରାମଗଡ ପୁଲିସ ଥାନାରେ ଅଭିଯୋଗ କରିଲେ। ଡାକ୍ତରମାନଙ୍କର ଦାୟିତ୍ୱହୀନତା ଯୋଗୁଁ ଗର୍ଭସ୍ଥ ଶିଶୁର ମୁଣ୍ଡ ଗଣ୍ଡି ଅଲଗା ହୋଇଥିବାର ଅଭିଯୋଗ କରିଲେ। ପୁଲିସ ମାମଲାର ତଦନ୍ତ କରିବାପରେ ରାମଗଡର ଡାକ୍ତରମାନେ ସ୍ୱୀକାର କରିଥିଲେ ଗର୍ଭସ୍ଥ ଶିଶୁର ମୁଣ୍ଡ ଭିତରେ ରହିଯାଇଥିଲା।

ସମ୍ବନ୍ଧିତ ଖବର