ସାହା ହେଲା ଫେସ୍‌ବୁକ୍‌, ବାଲ୍ୟବିବାହ ବନ୍ଧନରୁ ମୁକ୍ତି ପାଇଲେ ଯୁବତୀ

ନୂଆଦିଲ୍ଲୀ: ଆମ ଦେଶରେ ବାଲ୍ୟ ବିବାହକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ଏସବୁ ସତ୍ତ୍ୱେ ବି ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ଭଳି ପୁରୁଣା ପ୍ରଥା ଏଯାବତ ରହିଥିବା ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୁପ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ବିହାର ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ବାଲ୍ୟ ବିବାହ ପ୍ରଥା  ରହିଛି। ବିବାହ ଶବ୍ଦର ଅର୍ଥ କ’ଣ ତାହା ବୁଝିବା ପୂର୍ବରୁ  ଝିଅ ଓ ପୁଅଙ୍କୁ ଜୋର ଜବରଦସ୍ତି ଘର ଲୋକ ବିବାହ କରି ଦେଇ ଥାଆନ୍ତି। ଏହି ବାଲ୍ୟ ବିବାହ ହେତୁ ଭବିଷ୍ୟତରେ ଝିଅ ଓ ପୁଅଙ୍କ ଜୀବନରେ ଅନେକ ସମସ୍ୟା ଆସି ଛିଡା ହୋଇଥାଏ। ଯାହାର ସମାଧାନ ହୋଇ ନ ପାରିଲେ ଝିଅ ହେଉ ଅବା ପୁଅ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଆନ୍ତି।

ତେବେ ସମ୍ପ୍ରତି ଏକ ଖବର ପ୍ରକାଶ ପାଇଛି ଯେ, ଫେସବୁକ୍‌ ସକ୍ରିୟତା ହେତୁ ରାଜସ୍ଥାନ ଚାଲୁଥିବା ବାଲ୍ୟବିବାହ କରି ଛନ୍ଦି ହୋଇଥିବା ଜଣେ ଯୁବତୀ ମୁକ୍ତି ପାଇଛନ୍ତି। ଫେସ୍‌ବୁକ୍‌ ହେତୁ ଏହି ଯୁବତୀଙ୍କ ବାଲ୍ୟବିବାହକୁ କୋର୍ଟ ରଦ୍ଦ କରିଛି।

ସୂଚନାଯୋଗ୍ୟ, ସୁଶୀଲା ବିଶନୋଇ ନାମକ ଯୁବତୀଙ୍କ ବିବାହ ବେଆଇନ ଭାବେ ଏକ ଗୁପ୍ତ ବିବାହ ସମାରୋହ କରାଯାଇଥିଲା।

ଏକ ସମାଜସେବିକାଙ୍କ କହିବାନୁସାରେ, ସୁଶୀଲା ବିଶନୋଇ ନାମକ ଜଣେ ଯୁବତୀଙ୍କ ବୟସ ୧୯ବର୍ଷ। ସୁଶୀଲା ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରି ଜଣାଇଥିଲେ କି, ମୋତେ ଜୋର ଜବରଦସ୍ତ କମ୍‌ ବୟସରୁ ବିବାହ କରି ଦିଆଯାଇଥିଲା। ଯେଉଁଥିରୁ ମୁଁ ଏବେ ମୁକ୍ତି ଚାହୁଁଛି। ମୋତେ ନ୍ୟାୟ ମିଳୁ ଏହି ବାଲ୍ୟ ବିବାହରୁ ମୋତେ ମୁକ୍ତି କରାଯାଉ। 

ଅନ୍ୟପକ୍ଷରେ ସୁଶୀଲାଙ୍କ ବିବାହ ଯାହାଙ୍କ ସହିତ ହୋଇଥିଲା ସେ ଏହି ବିବାହ କରି ନାହାନ୍ତି ବୋଲି ମନା କରି ଦେଇଥିଲେ। ଏଥିସହିତ ସୁଶୀଲାଙ୍କ ସ୍ୱାମୀ ଏହି ମାମଲାକୁ ଦବାଇବା ପାଇଁ ଧମକ ମଧ୍ୟ ଦେଇଥିଲେ ।

ସାରଥି ଟ୍ରଷ୍ଟ ସଙ୍ଗଠନ ଏଯାବତ ରାଜସ୍ଥାନରେ ଅନେକ ବାଲ୍ୟ ବିବାହକୁ ରଦ୍ଦ କରି ଆସିଛି। ସଙ୍ଗଠନର କାର୍ଯ୍ୟକର୍ତ୍ତା କୃତି ଭାରତୀଙ୍କ କହିବାନୁସାରେ,  ଅଦାଲତ ସୁଶୀଲାଙ୍କ ସମସ୍ତ ସାକ୍ଷୀ ପ୍ରମାଣକୁ ଦୃଷ୍ଟିରେ ରଖି ଏହି ବାଲ୍ୟ ବିବାହକୁ ରଦ୍ଦ କରି ଦେଇଛନ୍ତି।

କୋର୍ଟ  ସାକ୍ଷୀ ଓ ପ୍ରମାଣ ଅନୁଯାୟୀ ସୁଶୀଲାଙ୍କ ସ୍ୱାମୀଙ୍କ ଫେସ୍‌ବୁକ୍‌ ଆକଉଣ୍ଟ ସମ୍ପର୍କରେ ଅନୁସନ୍ଧାନ କରିଥିଲେ, ଯେଉଁଥିରେ ସେ ବିବାହିତ ବୋଲି ପ୍ରମାଣ ହୋଇଯାଇଥିଲା। ୨୦୧୦ରେ ବୋଡମେର ଜିଲାର ଏକ ଗୁପ୍ତ ବିବାହ ସମାରୋହରେ ସୁଶୀଲାଙ୍କ ବିବାହ କରାଇ ଦିଆଯାଇଥିଲା, ସେହି ସମୟୟରେ ତାଙ୍କ ବୟସ ୧୨ବର୍ଷ ହୋଇଥିଲା।

ସୁଶୀଲାଙ୍କ କହିବାନୁସାରେ, ମୋର ପିତା-ମାତା ମୋତେ ଜୋରଜବରଦସ୍ତ ଜଣେ ମଦ୍ୟପ ପିଲା ସହିତ ବିବାହ କରାଇ ଦେଇଥିଲେ। ମୁଁ ପାଠ ପଢ଼ିବା ପାଇଁ ଚାହୁଁଥିଲି, କିନ୍ତୁ ମୋର ପରିବାର ଓ ଶାଶୁଘର ଲୋକ ମୋତେ ନିଶାସକ୍ତ ଥିବା ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ। ଏହା ମୋର ଜୀବନ ଓ ମରଣ କଥା ଥିଲା। ତେଣୁ ମୁଁ ଘରୁ ବାହରି ଆସି ଏକ ଆଶ୍ରମରେ ଆଶ୍ରୟ ନେଇଥିଲି। ଯେଉଁଠାରେ ମୋର ସାକ୍ଷାତ କୃତି ଭାରତୀଙ୍କ ସହିତ ହୋଇଥିଲା। ଯିଏକି ମୋତେ ବାଲ୍ୟ ବିବାହକୁ କିପରି ରଦ୍ଦ କରିବା ପାଇଁ ହେବ ? କିପରି ଆଇନର ସାହାଯ୍ୟ ନେବାକୁ ହେବ? ସେ ସମ୍ପର୍କରେ ବୁଝାଇଥିଲେ।

ସୁଶୀଲାଙ୍କ କହିବାନୁସାରେ, ମୋର ପିତା-ମାତା ମୋତେ ଜୋରଜବରଦସ୍ତ ଜଣେ ମଦ୍ୟପ ପିଲା ସହିତ ବିବାହ କରାଇ ଦେଇଥିଲେ। ମୁଁ ପାଠ ପଢ଼ିବା ପାଇଁ ଚାହୁଁଥିଲି, କିନ୍ତୁ ମୋର ପରିବାର ଓ ଶାଶୁଘର ଲୋକ ମୋତେ ନିଶାସକ୍ତ ଥିବା ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ। ଏହା ମୋର ଜୀବନ ଓ ମରଣ କଥା ଥିଲା। ତେଣୁ ମୁଁ ଘରୁ ବାହରି ଆସି  ଏକ ଆଶ୍ରମରେ ଆଶ୍ରୟ ନେଇଥିଲି। ଯେଉଁଠାରେ ମୋର ସାକ୍ଷାତ କୃତି ଭାରତୀଙ୍କ ସହିତ ହୋଇଥିଲା। ଯିଏକି ମୋତେ ବାଲ୍ୟ ବିବାହକୁ କିପରି ରଦ୍ଦ କରିବା ପାଇଁ ହେବ ? କିପରି ଆଇନର ସାହାଯ୍ୟ ନେବାକୁ ହେବ ? ସେ ସମ୍ପର୍କରେ ବୁଝାଇଥିଲେ।

 

ସମ୍ବନ୍ଧିତ ଖବର