ଅନ୍ଧବିଶ୍ୱାସ: ସନ୍ତାନକୁ କୁକୁର ସହ ବିବାହ କରାଇଥା’ନ୍ତି ପିତାମାତା!

ଏକବିଂଶ ଶତାବ୍ଦୀରେ ସୁଦ୍ଧା ଦେଶର ଅନେକ ଗ୍ରାମାଞ୍ଚଳରେ ଆଜି ବି ବହୁ ଅନ୍ଧବିଶ୍ୱାସକୁ ପ୍ରାଧାନ୍ୟ ଦିଆଯାଇଥାଏ। ତେବେ ଆପଣ ଜାଣିଛନ୍ତି କି, ଆମ ଦେଶରେ ଏମିତି କିଛି ରାଜ୍ୟ ଅଛି ଯେଉଁଠାରେ ଅନ୍ଧବିଶ୍ୱାସ ନାମରେ କରାଯାଇଥାଏ ଏକ ଅଦ୍ଭୁତ ପରମ୍ପରା। ସେହିପରି ଝାଡ଼ଖଣ୍ଡ ଏବଂ ଏହାର ପାଡ଼ୋଶୀ ରାଜ୍ୟ ଓଡ଼ିଶାର କିଛି ଗ୍ରାମମାନଙ୍କରେ ଲୋକେ ସେମାନଙ୍କ ସନ୍ତାନମାନଙ୍କର ସୁରକ୍ଷା ପାଇଁ ସେମାନଙ୍କୁ କୁକୁରମାନଙ୍କ ସହ ବିବାହ କରାଇଥାଆନ୍ତି। ସେମାନଙ୍କ ବିଶ୍ୱାସରେ ଏହା ଦ୍ୱାରା ସେମାନଙ୍କ ସନ୍ତାନସନ୍ତତିଙ୍କ ଜୀବନରେ ଥିବା ବାଧା ବିଘ୍ନ ଦୂର ହେବା ସହ ସେମାନଙ୍କ ଆୟୁଷ ମଧ୍ୟ ଲମ୍ବା ହୋଇଥାଏ।

ଗାଁ ଲୋକଙ୍କ ମତରେ ଯଦି କୌଣସି ଶିଶୁର ମାଢ଼ିରେ ୧୦ ମାସ ପୂର୍ବରୁ ଦାନ୍ତ ଉଠୁଛି ତେବେ ତାକୁ ଅଶୁଭ ବୋଲି ବିଚାର କରା ଯାଇଥାଏ। ଏହା ଦ୍ୱାରା ଶିଶୁ ଉପରେ ମୃତ୍ୟୁର ଆଶଙ୍କା ଦେଖାଯାଇଥାଏ। ଏଣୁ ବହୁତ ଜାକ ଜମକରେ ଏହି ଅଶୁଭକୁ ଶୁଭ କରିବା ପାଇଁ କୁକର ସହିତ ସେହି ଶିଶୁର ବିବାହ କରାଯାଇଥାଏ। ଏହି ପରମ୍ପରାକୁ ବହୁ ପୂରାତନ କାଳରୁ ଏହି ଗ୍ରାମଗୁଡ଼ିକରେ ପାଳନ କରାଯାଇ ଆସୁଛି।

ଏହି ପରମ୍ପରା ଅନ୍ତର୍ଗତ ପୁଅଙ୍କର ମାଇ କୁକୁର ଏବଂ ଝିଅ ମାନଙ୍କର ଅଣ୍ଡିରା କୁକୁର ସହ ବିବାହ କରାଯାଇଥାଏ। ଏହି ବିବାହକୁ ସମସ୍ତ ଗ୍ରାମବାସୀ ମିଶି ସମସ୍ତ ପରମ୍ପରା ସହ ବହୁତ ଧୁମଧାମ୍‌ରେ ସଂପନ୍ନ କରିଥାନ୍ତି। କେବଳ ପଶୁମାନଙ୍କ ସହ ନୁହଁ ବରଂ ଅନେକ ସ୍ଥାନରେ ଜାତକ ଦୋଷ ଦୂର କରିବା ପାଇଁ ଗଛ ସହ ମଧ୍ୟ ବିବାହ କରାଯାଇଥାଏ। ଏହି ପରମ୍ପରା ଖାସ କରି ଝାଡ଼ଖଣ୍ଡର ସିଂହଭୂମ ଏବଂ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର