ମଣିଷ ଭଳି ସିମ୍ପାଞ୍ଜି ମାରୁଛି ଝାଡୁ, ସ୍ନାନ କରିବା ପରେ ଧୋଉଛି ପୋଷାକ, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: କୌଣସି ଚିଡିଆଖାନାରେ ସିମ୍ପାଞ୍ଜିକୁ ମଣିଷ ଭଳି ସ୍ୱଭାବ କରୁଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ କ’ଣ କୌଣସି ସିମ୍ପାଞ୍ଜି ମଣିଷ ଭଳି ଘରର ସବୁ କାମ କରୁଥିବା ଆପଣ କେବେ ଦେଖିବାକୁ ପାଇଛନ୍ତି? ଏହି କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ବାସ୍ତବ ଘଟଣାର ନିକଟରେ ଦେଖିବାକୁ ମିିଳିଛି।

ଚୀନର ସେନ୍‌ୟାଙ୍ଗ ସହର ନିକଟରେ ଥିବା ଚିଡିଆଖାନାରେ ରହୁଥିବା ଏକ ସିମ୍ପାଞ୍ଜିର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓଟିରେ ସିମ୍ପାଞ୍ଜି ମଣିଷ ଭଳି ଘର ସଫାସୁତୁରା କରିବା ସହିତ ପୋଷାକ ଧୋଉଥିବା ଦେଖିବାକୁ ମିଳୁଛି। ସିମ୍ପାଞ୍ଜିର ଏହି କାମର ଏକ ଭିଡିଓ ଏବେ ସୋସିଆଲ ମିଡିଆ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବା ଲାଗିଛି । ଫେସ୍‌ବୁକ୍‌ରେ ୯୧ହଜାର ଲୋକରୁ ଅଧିକ ଓ ଇନ୍‌ଷ୍ଟାଗ୍ରାମରେ ୨୧ହଜାରୁ ଅଧିକ ଲୋକେ ଭିଡିଓକୁ ଦେଖିଛନ୍ତି ଓ ବହୁ ପସନ୍ଦ ବି କରିଛନ୍ତି।

ଏହି ଚିଡିଆଖାନାର ଜଣେ ଅଧିକାରୀଙ୍କ କହିବାନୁସାରେ, ଦିନେ ସେ ଦେଖିବାକୁ ପାଇଥିଲେ କି, ଏକ ମାଈ ସିମ୍ପାଞ୍ଜି ଯେଉଁ କୋଠରୀରେ ରହୁଥିଲା, ସେଠାରେ କିଛି ଶୁଖିଲା ପାତ୍ର ବିଛା ଯାଇଥିଲା। ତେବେ ମାଈ ସିମ୍ପାଞ୍ଜିଟି ଏକ ଝାଡୁ ଧରି କୋଠରୀର କୋଣକୋଣ ସଫା କରୁଛି। ଏହି ସିମ୍ପାଞ୍ଜି କେବଳ ଯେ ଝାଡୁ ମାରୁଛି ତାହା ନୁହେଁ, ଝାଡୁ ମାରିବା ପରେ ସ୍ନାନ କରି ପୋଷାକ ଧୋଉଥିବା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର