ଚୀନରେ ଲଣ୍ଡା ହେଲେ ୪ ମହିଳା , କାରଣ ଜାଣି ବିସ୍ମିତ ହେବେ ଆପଣ 

ପେଇଚିଙ୍ଗ:ଚୀନରେ ଜେଲରେ ବନ୍ଦୀ ଥିବା ନିଜ ନିଜ ସ୍ୱାମୀମାନଙ୍କୁ ନ୍ୟାୟ ଦେବା ଲାଗି କେତେଜଣ ମହିଳା ଲଣ୍ଡା ହୋଇ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପେଶାରେ ଓକିଲ ଓ ତାଙ୍କର ତିନି ସମର୍ଥକ ଚୀନ୍‌ର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରିବା ଲାଗି ସେହି ବନ୍ଦୀମାନଙ୍କ ପତ୍ନୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଚୀନର ଏହି ୪ ଜଣ ମହିଳା ହାଙ୍ଗସେକୁନ୍‌ ଉଚ୍ଚ ନ୍ୟାୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମହିଳାମାନେ କହିଛନ୍ତି ଯେ ସେମାନେ ଲଣ୍ଡା ହୋଇ ରହିପାରିବେ,କିନ୍ତୁ ଦେଶରେ ଆଇନ୍‌କୁ ଅନ୍ତ କରାଯାଇ ନପାରେ।

ଏହି ମହିଳାମାନଙ୍କ ସ୍ୱାମୀମାନଙ୍କୁ ଗତ ୨୦୦୫ ଜୁଲାଇ ୯ ତାରିଖରେ ଗିରଫ କରାଯାଇଥିଲା। ଜମି ଅଧିଗ୍ରହଣ ବିରୁଦ୍ଧରେ ଓକିଲ ଓ ତାଙ୍କର ତିନି ସମର୍ଥକ ବିକ୍ଷୋଭ କରୁଥିଲେ। ଗିରଫ ହୋଇଥିବା ସକିଲ ବାଙ୍ଗ ୨୦୦ ସକିଲଙ୍କ ମଧରୁ ଜଣେ,ଯାହାଙ୍କୁ ଗିରଫ କରାଯାଇଥିଲା। ବାଙ୍ଗଙ୍କ ମୁକ୍ତିଲାଭ ବିକ୍ଷୋଭ ପ୍ରଦର୍ଶନ କରୁଥିବା ତାଙ୍କ ପତ୍ନୀ ଲି ବେଂଜୁର କହିଛନ୍ତି ଯେ ଗତ ୩ ବର୍ଷ ଭିତରେ ତାଙ୍କ ପକ୍ଷରୁ ୩୦ରୁ ଅଧିକ ଆବେଦନ ପତ୍ର ପ୍ରେରଣା କରାଯାଇଛି,କିନ୍ତୁ ଏହାର ଉତ୍ତର ତାଙ୍କୁ ମିଳି ନାହିଁ। ଅନ୍ୟ ଜଣେ ମହିଳା ଲିୟୁ ଏରମିନ୍‌ କହିଛନ୍ତି ଯେ ଜେଲରେ ତାଙ୍କ ସ୍ୱାମୀ ୟାମିନୀଙ୍କୁ ନିର୍ଯ୍ୟାତନା ଦିଆଯାଉଛି।

 

ସମ୍ବନ୍ଧିତ ଖବର