ପରକୀୟା ସଂପର୍କ ରୋଗର ଚିକିତ୍ସା ପାଇଁ ଲୋକେ ଏଠାକୁ ଯାଆନ୍ତି

ଚୀନରେ ଏଭଳି ଏକ ହସ୍ପିଟାଲ ଅଛି, ଯେଉଁଥିରେ ପରକୀୟା ସଂପର୍କର ଚିକିତ୍ସା ବ୍ୟବସ୍ଥା ରହିଛି । ସେଠାରେ ଏଭଳି ସ୍ୱାମୀ-ସ୍ତ୍ରୀ ଆସି ଚିକିତ୍ସିତ ହୁଅନ୍ତି , ଯେଉଁମାନେ ପରକୀୟା ସଂପର୍କରେ ପଡ଼ିଥାଆନ୍ତି । ଏହି ଡାକ୍ତରଖାନାର ନାମ ହେଲା ଲଭ୍‌ ହସ୍ପିଟାଲ୍‌ । ଏହାର ସହ-ପ୍ରତିଷ୍ଠାତା ମିଙ୍ଗ୍‌ ଲି କହିଛନ୍ତି ଯେ ତାଙ୍କ ପାଖକୁ ଆସି ଇତି ମଧ୍ୟରେ ଦଶ ଲକ୍ଷରୁ ଅଧିକ ପୁରୁଷ ଓ ମହିଳା ସହାୟତା ନେଇଛନ୍ତି ।

ମିଙ୍ଗ୍‌ଲି ଓ ଶୁ ଜିନ୍‌ ମିଶି ପୁରୁଷ ଓ ମହିଳାମାନଙ୍କର ବୈବାହିକ ଜୀବନକୁ ଉନ୍ନତତ୍ତର କରିବା ପାଇଁ ସମସ୍ତ ପ୍ରକାରର ସମ୍ଭାବନା ସଂପର୍କରେ ପରାମର୍ଶ ଦେଇଥାଆନ୍ତି । ସେମାନଙ୍କ ଅନୁଯାୟୀ ଜଣେ ଚୀନୀ ପ୍ରେମିକାଙ୍କୁ ସ୍ୱାମୀଙ୍କ ଠାରୁ ଅଲଗା କରିବା ଲାଗି ୩୩ ଟି ଉପାୟ ଅଛି । ଏଥିମଧ୍ୟରୁ ଚାରିଟି ଫର୍ମୁଲାର ଖୁଲାସା କରିଛନ୍ତି ସେ ଦୁହେଁ ।

photo-amarujala

ପ୍ରଥମେ ସାଥୀଙ୍କ ବୁଝାଯାଏ ଯେ ସେ ଅନ୍ୟ କାହାରିକୁ ପ୍ରେମ କରନ୍ତୁ । ସ୍ୱାମୀଙ୍କ ବସ୍‌ଙ୍କୁ ରାଜି କରାଇବାକୁ ହେବ ଯେ ସେ ସ୍ୱାମୀଙ୍କର ଅନ୍ୟ ସହରକୁ ବଦଳି କରାଇ ଦିଅନ୍ତୁ । ନିଜର ବାପା ମାଆ ବା ସାଙ୍ଗ ସାଥୀଙ୍କ ଜରିଆରେ ଏଭଳି ପରିସ୍ଥିତି ଉପୁଜିଲେ ସୁଧାରିବାର ପ୍ରଚେଷ୍ଟା କରନ୍ତୁ । ଏହା ନିଜ ସ୍ୱାମୀଙ୍କର ବଦ୍‌ ଗୁଣ ବା ଏହା ବଂଶଗତ ରୋଗ ଦର୍ଶାଇ ପ୍ରେମିକାଙ୍କ ମନରେ ଘୃଣା ଜାତ କରାଇ ଦୂରେଇ ଦେବାର ପ୍ରୟାସ କରନ୍ତୁ । ତାହା ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ।
ମିଙ୍ଗ୍‌ଲି ଓ ଜିନ୍‌ ଏହି ଉପାୟରେ ଇତିମଧ୍ୟରେ ତାଙ୍କ ପାଖକୁ ଆସୁଥିବା ଅଧିକାଂଶ ପୁରୁଷ ଓ ମହିଳାଙ୍କର ଏହି ରୋଗର ସଫଳ ଚିକିତ୍ସା କରାଇବାର ଦାବି କରନ୍ତି ।

ସମ୍ବନ୍ଧିତ ଖବର