ବିବାହ ପାଇଁ କନ୍ୟା ବସ୍‌ ଚଳାଇ ବାଟରୁ ବରକୁ ସାଥୀରେ ନେଇ ବିବାହ ମଣ୍ଡପରେ ପହଞ୍ଚିଲେ

ବେଜିଂ: ଭାରତରେ ବର ଘୋଡାରେ କିମ୍ବା କାର୍‌ରେ ବସି ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚୁ ଥିବା ଆମେ ଶୁଣିବାକୁ ପାଇଛୁ। ଆମେ ଆପଣଙ୍କୁ ଏଭଳି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚୀନରେ ଜଣେ କନ୍ୟା ବସ୍‌ ଚଳାଇ ନିଜ ବିବାହ ଉତ୍ସବରେ ଯାଇ ପହଞ୍ଚିଥିଲା। ଏଭଳି କରିବା ପଛର କାରଣ ହେଉଛି କନ୍ୟା ନିଜ ବିବାହକୁ ଏକ ଭିନ୍ନ ଶୈଳୀରେ ଆୟୋଜନ କରିବାକୁ ଚାହୁଁଥିଲେ। କେବଳ ଏତିକି ନୁହେଁ ବରକୁ ନେଇ ପାଇଁ ବି ରାସ୍ତାରେ ସେ ବସ୍‌କୁ ମଧ୍ୟ ଅଟକାଇ ଥିଲେ। ଏହି ବସ୍‌ରେ ଦୁହେଁ ସାଥୀ ହୋଇ ବିବାହ ମଣ୍ଡପରେ ପହଞ୍ଚିଥିଲେ।

ଚୀନର ପିପୁଲ୍ସ ଡେଲି ଏହି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କନ୍ୟା କହୁଛନ୍ତି, ମୁଁ ପେସାରେ ଜଣେ ବସ୍‌ ଚାଳକ। ବି୬୦୧ ଏକ୍ସପ୍ରେସ୍‌ ବସ୍‌ର ମୁଖ୍ୟ ଚାଳକ। ମିନିମମ କାର୍ବନ୍‌ ହେତୁ ଗ୍ରିନ୍‌ ଟ୍ରେବଲରେ ଯାତ୍ରା କରିବାକୁ ପସନ୍ଦ କରେ। ସେଥିପାଇଁ ମୁଁ କାର୍‌ ବଦଳରେ ବସ୍‌ରେ ଯିବାକୁ ସ୍ଥିର କରିଥିଲି।

ଏପଟେ କନ୍ୟାଙ୍କ ବର ମଧ୍ୟ ତାଙ୍କ ଭାବି ପତ୍ନୀଙ୍କୁ ବସ୍‌ ଚଳାଉଥିବା ଦେଖି ବହୁତ ଖୁସି ନଜର ଆସୁଛନ୍ତି।

ସମ୍ବନ୍ଧିତ ଖବର