କାର ସହିତ ମାଟି ତଳେ ମୃତଦେହକୁ ପୋତାଗଲା, ଘଟଣାର ପଛର କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚାଇନାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭଇରାଲ ହୋଇଛି। ଏହି ଭିଡିଓକୁ ଦେଖି ତାହାର କାହାଣୀ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ୁଛନ୍ତି। ଚୀନର ବାଓଡିଙ୍ଗ ସିଟ୍‌ରେ ଜଣେ ବ୍ୟକ୍ତିଙ୍କ ଶେଷ ଇଚ୍ଛା ଥିଲା କି ମୃତ୍ୟୁ ପରେ ତାଙ୍କର କାରକୁ ବି ତାଙ୍କ ସହିତ ମାଟି ତଳେ ପୋତାଯିବ। ପରିବାରବର୍ଗ ମଧ୍ୟ ମୃତ ବ୍ୟକ୍ତିଙ୍କ ଏହି ଶେଷ ଇଚ୍ଛାକୁ ବି ପୂରଣ କରିଥିଲେ।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ମୁତାବକ, ମଇ ୨୮ ତାରିଖରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସିଲଭର ହୁଡଇ ସୋନାଟା କାର ସହିତ ମାଟି ତଳେ ପୋତା ଯାଇଥିଲା। ମୃତ ବ୍ୟକ୍ତିଙ୍କ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଉବୋରେ ଲେଖିଛନ୍ତି, ତାଙ୍କର କିଶୋରବସ୍ଥାରୁ କାର ପ୍ରତି ବହୁ ଦୁର୍ବଳତା ଥିଲା। ତେଣୁ ତାଙ୍କର ଇଚ୍ଛା ଥିଲା କି ମୃତ୍ୟୁ ପରେ ବି ପସନ୍ଦର କାର ତାଙ୍କ ସହିତ ପୋତା ଯାଉ। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆର ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଯାହା ହେଉ ଉକ୍ତି ବ୍ୟକ୍ତିଙ୍କ ବିମାନ ପସନ୍ଦ ନ ଥିଲା!

ସମ୍ବନ୍ଧିତ ଖବର