ଖାଦ୍ୟରୁ ଏପରି କିଛି ଜିନିଷ ମିଳିଲା, ଯେଉଁ କାରଣ ପାଇଁ ହୋଟେଲକୁ ଦେବାକୁ ପଡ଼ିଲା ୫୦୦୦ ଡଲାର କ୍ଷତିପୂରଣ

ବେଜିଂ: ଆପଣ କେହି କେହି କହୁଥିବାର ଶୁଣିଥିବେ ‘ଉଚ୍ଚିି ଦୁକାନ ଫିକା ପକଓ୍ଵାନ’। ଏହାର ଅର୍ଥ ଦେକାନ ବଡ଼ କିନ୍ତୁ ଖାଦ୍ୟ ନୀଚ୍ଚ ମାନର । ନିକଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି ଚୀନରେ। ସୋସିଆଲ ମିଡିଆରେ ଏପରି ଏକ ଘଟଣା ଭାଇରାଲ ହେବାରେ ଲାଗିଛି । ଜଣେ ଗର୍ଭବତୀ ମହିଲା ଚୀନ୍‌ର ଏକ ଜଣାଶୁଣା ରେଷ୍ଟୁରାଣ୍ଟରେ ସୁପ୍‌ ଅର୍ଡର କରିଥିଲେ। କିନ୍ତୁ ଏହା ବଦଳରେ ତାଙ୍କୁ ଏପରି ଜିନିଷ ପରଶା ଗଲା ଯାହାକୁ ଦେଖି ତାଙ୍କ ଲୋମ ଟାଙ୍କୁରି ଉଠିଥିଲା । ଏହି ଘଟଣାକୁ ନେଇ ମହିଳା ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ। ପରେ ଘଟଣା ଏତେ ବଢି ଗଲା କି ରେଷ୍ଟୁରାଣ୍ଟ ମାଲିିକଙ୍କୁ ୫୦୦୦ ଡଲାର କ୍ଷତିପୂରଣ ବାବତକୁ ଦେବାକୁ ପଡ଼ିଲା ।

ଏହି ଘଟଣା ଜାଣିବା ପରେ ବୋଧହୁଏ ଆପଣ ଆଉ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରିବେନି ? ଘଟଣାଟି ଥିଲା ଏପରି। ଜଣେ ଗର୍ଭବତୀ ମହିଳା ଏକ ସୁପ୍‌ ଅର୍ଡର କରିଥିଲେ। କିନ୍ତୁ ଦୁଇ/ତିନି ଚାମଚ ଖାଇବା ପରେ ସୁପ୍‌ ଭିତରୁ ଏକ ମଲା ମୁଷା ବାହାରିଥିଲା । ମହିଳା ଏହାର ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସିୟାବୁ ସିୟାବୁ ହଟ୍‌ ସ୍ପଟ୍‌ ରେଷ୍ଟୁରାଣ୍ଟର ସେୟାର ଦର ପୁରା ତଳକୁ ଖସି ଯାଇଥିଲା । ଏହା ଦ୍ୱାରା ରେଷ୍ଟୁରାଣ୍ଟକୁ ୧୯ କୋଟି ଡଲାରର କ୍ଷତି ସହିବାକୁ ପଡ଼ିଥିଲା । ଏହା ସହ ରେଷ୍ଟୁରାଣ୍ଟର ଅନ୍ୟ ବ୍ରାଞ୍ଚଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ପଡିଥିଲା । ଏହି ଘଟଣା ପରେ ରେଷ୍ଟୁରାଣ୍ଟ ତରଫରୁ ମହିଳାଙ୍କୁ ୭୫୦ ଡଲାରର କ୍ଷତିପୂରଣ ଦିଆ ଯାଇଥିଲା। କିନ୍ତୁ ମହିଳାଙ୍କ ପତି କ୍ଷତିପୂରଣ ନେବା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ପୁରା ଶରୀର ଚେକ୍‌ଅପ୍‌ କରିବାକୁ କହିଥିଲେ। ତାଙ୍କ ପତିଙ୍କ କହିବା କଥା ଯେତେ ବେଳେ ତାଙ୍କ ପତ୍ନୀଙ୍କ ଗର୍ଭରେ ଥିବା ଶିଶୁର ଚେକ୍‌୍ଅପ୍‌ ହେଉଥିଲା ସେତେବେଳେ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ କହିଲେ ଶିଶୁଟିର ଗର୍ଭପାତ କରିଦିଅ ଏଥି ନିମନ୍ତେ ଆମେ ଆପଣଙ୍କୁ ୩୦୦୦ ଡଲାର ଦେବୁ ।

ଏହା ପରେ ଏହି ଘଟଣାଟି ଚୀନ୍‌ର ସୋସିଆଲ ମିଡିଆରେ ଜଙ୍ଗଲରେ ନିଆଁ ଲାଗିଲା ଭଲି ଖେଳି ଯାଇଥିଲା । ଲୋକେ କମେଣ୍ଟରେ ଏହି ରେଷ୍ଟୁରାଣ୍ଟ ଯିବେନି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର