ଘରେ ଘରେ କପଡ଼ା ବିକ୍ରି କରୁଥିଲେ ମା’, ପ୍ରେରଣା ନେଇ ଏୟାର ଇଣ୍ଡିଆର ଚାକିରି ଛାଡ଼ି ୩୦୦ କୋଟିର ବ୍ୟବସାୟୀ ସାଜିଲେ ଶରଦ

ନୂଆଦିଲ୍ଲୀ: ୩୦୦କୋଟିର ମାଲିକ ସାଜିଥିବା ଶରଦ ସୁରୀଙ୍କ ଅତୀତ ଖୁବ୍‌ ପ୍ରେରଣା ଦାୟୀ ବୋଲି ଜଣା ପଡ଼ିଛି । ଶରଦଙ୍କ ମା’ ଘରେ ଘରେ ଯାଇ କପଡ଼ା ବିକ୍ରି କରୁଥିଲେ । ଯାହା ଦ୍ୱାରା ଶରଦଙ୍କ ପରିବାର ଚଳୁଥିଲା । ନିଜ ମା’ଙ୍କଠାରୁ ପ୍ରେରଣା ନେଇ ଏବଂ କିଛି କରି ଦେଖାଇବା ଇଚ୍ଛା ଆଜି ଶରଦଙ୍କୁ ୩୦୦କୋଟିର ମାଲିକ କରି ପାରିଛି । ଶରଦ ଏବେ ସିଏନ୍‌ଏମ୍‌ ଆପେରାଲ ଏବଂ ଫ୍ୟାଶନ ବ୍ରାଣ୍ଡ ମାଲିକ ଥିବା ଜଣା ପଡ଼ିଛି । ଯାହାର ମୂଲ୍ୟ ରହିଛି ୩୦୦କୋଟି ।

money.bhaskar.com

ଶରଦଙ୍କ କହିବା ଅନୁଯାୟୀ, ସିଏନ୍‌ଏମ୍‌ର ଆରମ୍ଭ ୮୦ଦଶକରେ ତାଙ୍କ ମା’ ସତୀଶ ସୁରୀ କରିଥିଲେ । ୧୯୭୯ରେ ୩ଟି ପିଲାଙ୍କର ଖର୍ଚ୍ଚ ଉଠାଇବା ପାଇଁ ସତୀଶ ଘରେ ହିଁ କପଡ଼ା ବିକ୍ରି କରିବାର ବ୍ୟବସାୟ ଆରମ୍ଭ କରିଥିଲେ । ସତୀଶ ପ୍ରଥମେ ୫ହଜାର ଟଙ୍କା ନେଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଧିରେ ଧିରେ ଦିଲ୍ଲୀର ଲାଜ୍‌ପତନଗରରେ ସତୀଶ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଶରଦ ବଡ଼ ହେବା ପରେ ଏୟାର ଇଣ୍ଡିଆ ତରଫରୁ ମିଳିଥିବା ଚାକିରିକୁ ଛାଡ଼ି ସେ ମା’ଙ୍କୁ ବ୍ୟବସାୟରେ ସାହାଯ୍ୟ କରିବେ ବୋଲି ମନସ୍ଥ କରିଥିଲେ । ଯାହା ତାଙ୍କୁ ଆଜି ୩୦୦ କୋଟିରେ ପହଞ୍ଚାଇ ପାରିଛି ।

ସମ୍ବନ୍ଧିତ ଖବର