ବ୍ୟାଙ୍କରେ ଖୋଲିଥିବା ଏକାଧିକ ଖାତା ବ୍ୟବହାର ହେଉନଥିଲେ ତୁରନ୍ତ ବନ୍ଦ କରିଦିଅନ୍ତୁ, ନହେଲେ ସହିବାକୁ ପଡ଼ିବ ଅନେକ କ୍ଷତି!
ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଗୋଟିଏ କିମ୍ବା ଦୁଇଟି ଏପରି ବ୍ୟାଙ୍କ୍ ଖାତା ଥିବ, ଯାହା ସେମାନେ ବ୍ୟବହାର କରନ୍ତି ନାହିଁ। ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି ବ୍ୟାଙ୍କ ଖାତା ଅଛି, ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ। ଏପରି ନକଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବା ପାଇଁ ପଡ଼ିବ। ଆସନ୍ତୁ ଜାଣିବା ଏପରି ବ୍ୟାଙ୍କ ଖାତାକୁ ବନ୍ଦ କରିବା କାହିଁକି ଜରୁରୀ ?
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମ ଅନୁସାରେ ସେଭିଂ ଆକାଉଣ୍ଟରେ ନ୍ୟୂନତନ ବାଲାନ୍ସ ନ ରଖିଲେ ଦେବାକୁ ପଡ଼ିବ ଫାଇନ୍। ଯାହାଫଳରେ ବିନା କାରଣରେ ଆପଣଙ୍କୁ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ପଡ଼ିବ। ଯଦି ଆପଣ ଏପରି ନକରନ୍ତି ତେବେ ଆପଣଙ୍କୁ ଅଯଥାରେ ଚାର୍ଜ ଦେବା ପାଇଁ ପଡ଼ିବ। ଏଥିପାଇଁ ବ୍ୟବହାର ହେଉନଥିବା ଖାତାକୁ ବନ୍ଦ କରିବା ହିଁ ଭଲ। ଅଯଥାରେ ବ୍ୟାଙ୍କକୁ ଟଙ୍କା ଦେବାରୁ ବଞ୍ଚନ୍ତୁ।
ଏହାବାଦ୍ ଯଦି କୌଣସି ବ୍ୟାଙ୍କ ଖାତାରେ ନେଣଦେଣ କରୁନାହାନ୍ତି ତେବେ ଆପଣଙ୍କ କ୍ରେଡ଼ିଟ୍ ସ୍କୋର ଉପରେ ଖରାପ ପ୍ରଭାବ ପଡ଼ିବ। ଏଥିପାଇଁ ଆପଣ ଏପରି ଖାତା ବନ୍ଦ କରିଦେବା ଜରୁରୀ। ବ୍ୟବହାର ହେଉନଥିବା ବ୍ୟାଙ୍କ ଖାତରେ ଅନେକ ଲୋକେ କମ୍ ଟଙ୍କା ରଖିଥାଆନ୍ତି। ଏପରି କରିବା ଦ୍ୱାରା ଉକ୍ତ ଟଙ୍କା ଅଯଥାରେ ଫସିରହେ। ଆଉ ତାହାର କୌଣସି ଉପଯୋଗ ହୋଇପାରେ ନାହିଁ। ଫଣ୍ଡର ରକମ ବହୁତ କମ ହୋଇଥିବା ଯୋଗୁଁ ଉକ୍ତ ଟଙ୍କା ଉପରେ ଠିକରେ ସୁଧ ମଧ୍ୟ ମିଳେ ନାହିଁ । ଯାହାଦ୍ୱାରା କେବଳ ଟଙ୍କା ବରବାଦ ସାର ହୁଏ।