ଏସିଡିଟି ଓ ପେଟ ରୋଗରୁ ମୁକ୍ତି ପାଇଁ ଦିନକୁ ଦୁଇ ତିନିଟି ଲବଙ୍ଗ ଖାଆନ୍ତୁ

ଆମେ ଖାଉଥିବା ଖାଦ୍ୟ ପାକସ୍ଥଳୀରେ ପହଞ୍ଚିବା ପରେ ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥି କ୍ରିୟାଶୀଳ ହୋଇ ସେ ଖାଦ୍ୟକୁ ହଜମ କରିବାକୁ ଆବଶ୍ୟକ ଏସିଡ୍‌ ବା ଅମ୍ଳ ସୃଷ୍ଟି କରେ। ଖାଦ୍ୟ ହଜମ ପାଇଁ ଯେତିକି ଅମ୍ଳ ଆବଶ୍ୟକ ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥିରୁ ତା’ଠାରୁ ଅଧିକ ଅମ୍ଳ ନିର୍ଗତ ହେଲେ ପେଟରେ ଏସିଡିଟି ସମସ୍ୟା ସୃଷ୍ଟି ହୁଏ। ଫଳରେ ଠିକ୍‌ ପାକସ୍ଥଳୀ ଉପରକୁ ପୋଡ଼ିବା ପରି ଅନୁଭବ ହୁଏ। ନିୟମିତ ଅଧିକ ତେଲ ଓ ମଶଲାଯୁକ୍ତ ଭୋଜନ ଖାଉଥିବାରୁ ଏ ଭଳି ସମସ୍ୟା ଉପୁଜିଥାଏ ବୋଲି ଡାକ୍ତରମାନେ କହନ୍ତି।

ଏସିଡିଟିର ଲକ୍ଷଣ:

ପାକସ୍ଥଳୀ ପୋଡ଼ିବା
ତଣ୍ଟି ଓ ଛାତି ପୋଡ଼ିବା
ପାଟି ଗନ୍ଧାଇବା
ବଦହଜମୀ
ଦୀର୍ଘ ସମୟଧରି ପାଟି ଆମ୍ବିଳିଆ ଲାଗିବା
ଅସୁସ୍ଥ ଲାଗିବା
କୋଷ୍ଠକାଠିନ୍ୟ

ଏଭଳି କୌଣସି ସମସ୍ୟା ଦେଖା ଦେଲେ କେବେ ପେଟେଇ ଶୁଅନ୍ତୁ ନାହିଁ। ଏହା ସମସ୍ୟାକୁ ଆହୁରି ବିଗାଡ଼ି ଦେବ।

ଏସିଡିଟି ସମସ୍ୟାରୁ ମୁକ୍ତ ହେବା ପାଇଁ ଅନେକ ପ୍ରାକୃତିକ ଉପଚାର ରହିଛି। ସେଥିରୁ ଗୋଟିଏ ହେଲା ଲବଙ୍ଗ। ତରକାରି କିଂବା ଅନ୍ୟ କୌଣସି ଖାଦ୍ୟରେ ଲବଙ୍ଗ ପକାଇ ଖାଇଲେ ହଜମକ୍ରିୟା ସ୍ୱଭାବିକ ହୋଇ ଏସିଡିଟିକୁ ପ୍ରତିରୋଧ କରିଥାଏ। ଯେ କୌଣସି ପେଟ ରୋଗରୁ ମୁକ୍ତି ପାଇବାକୁ ତରକାରି ଓ ଭାତରେ ଲବଙ୍ଗ ମିଶାଇ ଖାଆନ୍ତୁ।

ସମ ପରିମାଣର ଲବଙ୍ଗ ଓ ଗୁଜରାତି ମିଶାଇ ଖାଇଲେ ଅମ୍ଳ ରୋଗରୁ ମୁକ୍ତି ମଳିଥାଏ। ଏଥିରେ ଥିବା ପେଟରୁ ଉପାଦାନ ବାୟୁ କମାଇ ଦେଇଥାଏ। ଛାତି ପୋଡୁଥିଲେ ଲବଙ୍ଗ ଚୋବାଇ ଖାଇଲେ ଉପସମ ମିଳିଥାଏ।

ଦୁଇ ତିନିଟି ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଏଥିରୁ ନିର୍ଗତ ରସ ହଜମକ୍ରିୟାରେ ମିଶି ତୁରନ୍ତ ଏସିଡିଟିରୁ ମୁକ୍ତି ଦେଇଥାଏ। ଲବଙ୍ଗ ଓ ଗୁଜୁରାତି ଚୂର୍ଣ୍ଣ କରି ଖାଇଲେ ଏସିଡିଟି କମିବା ସହ ମୁଖ ଦୁର୍ଗନ୍ଧ ଦୂର ହୁଏ।

ସମ୍ବନ୍ଧିତ ଖବର