ସଫେଇ ଦିବସ ପାଳିବା ପାଇଁ ମେୟର‌୍‌ଙ୍କ ଅଦ୍ଭୁତ କାଣ୍ତ!

ସେପ୍ଟେମ୍ବର ଏକୋଇଶ ତାରିଖରେ ପାଳିତ ହୋଇଥିଲା ‘ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’। ଏହି ଅବସରରେ ସାରା ବିଶ୍ୱରେ ସ୍ବେଚ୍ଛାସେବୀମାନେ ବେଳାଭୂମି ସଫେଇ କରିଥିଲେ। ବିଶ୍ୱରେ ଏ ଭଳି ଅନେକ ବେଳାଭୂମି ମଧ୍ୟ ଅଛି, ଯେଉଁଠି ସଫେଇର ଆବଶ୍ୟକତା ନାହିଁ। କାରଣ, ସେଗୁଡ଼ିକ ସର୍ବଦା ପରିଷ୍କାର-ପରିଚ୍ଛନ୍ନ। ତାହା ହେଲେ ସେଠାକାର ଲୋକେ ‘ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’ ପାଳିବେ କିପରି? ଏହି ଅବାନ୍ତର ଚିନ୍ତାଧାରାଟି ପଶିଥିଲା, ଦକ୍ଷିଣ କୋରିଆ ଅନ୍ତର୍ଗତ ଜିଣ୍ତୋ ସହରର ମେୟର‌୍‌ ଲି ଡୋଙ୍ଗ୍‌-ଜିନ୍‌ଙ୍କ ମୁଣ୍ତରେ। ଜିଣ୍ତୋ ବେଳାଭୂମି ବର୍ଷ ତମାମ ବେଶ୍‌ ପରିଷ୍କାର-ପରିଚ୍ଛନ୍ନ ଥାଏ। ଖାସ୍‌ ‘ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’ ପାଳିବା ପାଇଁ ମେୟର‌୍‌ଙ୍କ ନିର୍ଦେଶରେ ବେଳାଭୂମିକୁ ଅପରିଷ୍କାର କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ଆବର୍ଜନା ସ˚ଗ୍ରହ କରାଯାଇ, ଟ୍ରକ୍‌ରେ ଅଣାଯାଇ, ବେଳାଭୂମିରେ ପକାଯାଇଥିଲା। ବେଳାଭୂମିକୁ ଅପରିଷ୍କାର କରିବା ପାଇଁ ମହାନଗରନିଗମ ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଇଥିଲା। ‘ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’ ଦିନ ଛଅ ଶହ ସ୍ବେଚ୍ଛାସେବୀ ତାହା ସଫାକରିଥିଲେ। ଉକ୍ତ ଦୃଶ୍ୟର ଭିଡିଓ ରେକର୍ଡି˚ କରାଯାଇ, ବିଭିନ୍ନ ଗଣମାଧ୍ୟମକୁ ଦିଆଯାଇଥିଲା। ମେୟର‌୍‌ଙ୍କ ନିର୍ଦେଶରେ ବେଳାଭୂମିକୁ ଅପରିଷ୍କାର କରାଯାଇଥିବା କଥା ଏବେ ପ୍ରଘଟ ହେବା ପରେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର