ରାସ୍ତା ଅତିକ୍ରମ କରୁଥିବା ସମୟରେ ଲାଞ୍ଜ ଉପରେ ଚଢ଼ିଯିବାରୁ ଗୋଡାଇ ଗୋଡାଇ ଯୁବକଙ୍କ ବାଇକ୍ ଉପରେ ଚଢ଼ିଗଲା ନାଗ ସାପ; ଭିଡିଓ ଦେଖନ୍ତୁ
ଜାଲୋନ୍: ଅନେକ ସମୟରେ ନାଗ-ନାଗୁଣୀଙ୍କ କାହାଣୀ ସିନେମାରେ ଦେଖିଛେ ଓ ପୁସ୍ତକରେ ପଢ଼ିଛେ। କିନ୍ତୁ ବାସ୍ତବରେ କେବେ ସାପଟି ନିଜ ଯନ୍ତ୍ରଣାର ପ୍ରତିଶୋଧ ନେବାର ଘଟଣା ଦେଖିଛନ୍ତି? ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଜାଲୋନ୍ରେ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶର ଜାଲୋନ୍ରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି କି ଗୋଟିଏ ବାଇକ୍ ଉପରେ ସାପ ବସି ରହିଛି। ତେବେ ସାପଟି ବାଇକ୍ ଉପରେ ଏପରି ବସିବାର କାରଣ ହେଉଛି, ଜାଲୋନ୍ର ଚାକି ଗ୍ରାମରେ ବସବାସ କରୁଥିବା ଗୁଡୁ ପଚୋରି ବାଇକ୍ରେ ତାଙ୍କର ଜଣେ ସାଙ୍ଗ ସହିତ ଯାଉଥିଲେ।
ଏହି ସମୟରେ ଏକ ନାଗ ସାପ ରାସ୍ତା ପାର କରୁଥିଲା। ଉକ୍ତ ସାପର ଲାଞ୍ଜ ଉପରେ ଗୁଡ୍ଡୁ ବାଇକ୍ ଚଢ଼ାଇ ଦେଇଥିଲେ। ଲାଞ୍ଜରେ ବାଇକ୍ ଚଢ଼ିଯିବା ପରେ ନାଗ ସାପଟି ଉତକ୍ଷିପ୍ତ ହୋଇଯାଇଥିଲା। ଏହାପରେ ବିଷଧର ନାଗ ସାପଟି ଗୁଡ୍ଡୁଙ୍କ ପିଛା କରିବାରେ ଲାଗିଥିଲା। ଗୁଡ୍ଡୁ ନାଗ ସାପଙ୍କୁ ତାଙ୍କ ପିଛା କରୁଥିବା ଦେଖି ଭୟଭୀତ ହୋଇ ବାଇକ୍ ଛାଡି ଦୌଡ଼ି ପଳାଇଥିଲେ।
ବାଇକ ଚାଳକ ଗୁଡ୍ଡୁଙ୍କୁ ବାଇକ୍ ଛାଡିବା ଦେଖି ରାଗରେ ଫଁଫଁ ହେଉଥିବା ନାଗ ସାପଟି ବାଇକ୍ ଉପରକୁ ଚଢ଼ି ଯାଇଥିଲା। କେତେବେଳେ ବାଇକ୍ ଚାଳକ ଆସିବେ ସେ ଅପେକ୍ଷାରେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବାଇକ୍ ଉପରେ ସେମିତି ଜଗି ବସିଥିଲା।
ସାପକୁ ବାଇକ୍ରେ ଛନ୍ଦି ହୋଇ ବସିଥିବା ଦେଖି ଲୋକଙ୍କ ଘଟଣାସ୍ଥଳରେ ଭିଡ ଜମି ଯାଇଥିଲା। ଏକ ଘଣ୍ଟା ଉପରେ ବାଇକ୍ ଚାଳକଙ୍କୁ ଅପେକ୍ଷା କରି କରି ଶେଷରେ ନାଗ ସାପଟି ବାଇକ୍ରୁ ଓହ୍ଲାଇ ଆପଣାଛାଏଁ ନିଜ ରାସ୍ତାରେ ଚାଲି ଯାଇଥିଲା।