ଜାପାନରେ ପ୍ରଥମକରି ଆଲ୍‌କହଲିକ୍‌ ପାନୀୟ ଲଞ୍ଚ କଲା କୋକା-କୋଲା

0 221

ଟୋକିଓ: ମୃଦ୍ୟୁ ପାନୀୟ କମ୍ପାନି କୋକା-କୋଲା ପ୍ରଥମ କରି ସୋମବାର ଜାପାନରେ ଆଲ୍‌କହଲିକ୍‌ ପାନୀୟ ଲଞ୍ଚ୍‌ କରିଛି। ବିଶେଷ କରି ଯୁବକ ଓ ମହିଳାମାନେ ଜାପାନରେ ମିଳୁଥିବା ଆଲ୍‌କହଲିକ୍‌ ପାନୀୟ ‘ଚୁହାଇ’କୁ ବେଶି ପସନ୍ଦ କରୁଥିବା ହେତୁ ତାହାକୁ ଦୃଷ୍ଟିରେ ରଖି କମ୍ପାନି ଲେମ୍ବୁ ରସଯୁକ୍ତ ଏହି ପାନୀୟ ଲଞ୍ଚ୍‌ କରିଛି। ଏହି ‘ଚୁହାଇ’ ଷ୍ଟ୍ରବେରି, ଅଙ୍ଗୁର, ଲିଚି ଆଦି ଅନେକ ଫ୍ଲେବର୍‌ର ମିଳିଥାଏ।

ଯଦିଓ ୧୯୭୦ ମସିହାରେ ଆମେରିକାରେ ଲଞ୍ଚ୍‌ କରିଥିବା କମ୍ପାନିର ଆଲ୍‌କହଲିକ୍‌ ପାନୀୟ ତିଷ୍ଠି ପାରିନଥିଲା। ମାତ୍ର କମ୍ପାନିର ୧୨୫ ବର୍ଷର ଇତିହାସ ଖେଳାଇଲେ ଏହି ସୂଚନା ମିଳୁଛି ଯେ ଜାପାନରେ କରାଯାଉଥିବା ଏହି ପରୀକ୍ଷଣ ସ୍ୱତନ୍ତ୍ର।  କୋକା-କୋଲାର ଜାପାନ ପ୍ରେସି୍େ‌ଡଣ୍ଟ ଜର୍ଜ ଗାର୍ଡୁନ କହିଛନ୍ତି କି ଜାପାନୀ ଯୁବପିଢ଼ିର ପାନୀୟ ଅଭ୍ୟାସକୁ ନଜରରେ ରଖି ଏହି ପଦକ୍ଷେପ ନିଅାଯାଇଛି।

Panda Mobile only

ସୋମବାରଠାରୁ ଆଲ୍‌କହଲ୍‌ ପ୍ରତିଶତ ତିନି, ପାଞ୍ଚ ଓ ସାତ ଯୁକ୍ତ ତିନି ଆଲ୍‌କହଲିକ୍‌ ପାନୀୟ ଜାପାନର ଦକ୍ଷିଣ କ୍ୟୁସୁ ଅଞ୍ଚଳରେ ଉପଲବ୍ଧ ହେବ।

କୋକାକୋଲା ପ୍ରଡକ୍ଟ ଡେଭ୍‌ଲପର୍‌ ଜାପାନର ‘ଇଜାକାୟା’ ପବ୍‌ ବୁଲି ଦେଖିବା ପରେ ଏପରି ପାନୀୟ ବିଷୟରେ ତାଙ୍କ ମୁଣ୍ଡରେ ବୁଦ୍ଧି ଜୁଟିଥିଲା। ସେଠାରେ ସେ ଜାଣିବାକୁ ପାଇଲେ ଲେମ୍ବୁ ରସଯୁକ୍ତ ପାନୀୟର ଖୁବ୍‌ ଚାହିଦା ରହିଛି। ସେ ନିଜ କମ୍ପାନି ସାମଗ୍ରୀରେ ତାହାକୁ ପ୍ରୟୋଗ କରିବାକୁ ଚିନ୍ତା କଲେ।

ଉଲ୍ଲେଖଯୋଗ୍ୟ, କୋକାକୋଲା ପୂର୍ବରୁ ହିଁ ଜାପାନୀ କମ୍ପାନିମାନଙ୍କର ଏକ ପ୍ରତିଦ୍ୱନ୍ଦ୍ୱୀ କମ୍ପାନି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.