ଏମିତି ଏକ ମନ୍ଦିର, ଯେଉଁଠି ପ୍ରାୟ ୫ ‌କୋଟି ଟଙ୍କା ସହ ସୁନା ଗହଣାରେ ସଜ୍ଜା ହେଲେ ଠାକୁର! ଜାଣନ୍ତୁ କେଉଁଠି ରହିଛି ଏହି ମନ୍ଦିର

ତାମିଲନାଡୁ : ଟଙ୍କାରେ ସଜା ହୋଇଛନ୍ତି ଠାକୁର । ମନ୍ଦିରର ଚାରି ଆଡେ ଟଙ୍କା । କାନ୍ଥରେ ବି ଟଙ୍କା, ପାହାଚରେ ବି ଟଙ୍କା । ଯୁଆଡେ ଦେଖିବେ କେବଳ ନଜର ଆସିବ କେବଳ ଟଙ୍କା ଆଉ ଟଙ୍କା। ମନ୍ଦିରରେ ଲାଗିଛି ଶହେ ଟଙ୍କିଆ ନୋଟ୍ ଠାରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ସବୁ । ସବୁ ଗୁଡାକ ବି ନୂଆ ନୋଟ୍ । କେବଳ ଏତିକିରେ ଶେଷ ହୋଇନି, ମନ୍ଦିରର ପାହାଚକୁ ବି ସଜା ଯାଇଛି ବଣ୍ଡଲ ବଣ୍ଡଲ ନୋଟରେ ।

ଏହି ମନ୍ଦିରଟି ତାମିଲନାଡୁର କୋଏମ୍ୱାଟୁରରେ ଅବସ୍ଥିତ । ଏହି ମନ୍ଦିରରେ ସ୍ଥାପିତ ଭଗବାନଙ୍କୁ ପ୍ରାୟ ୫ କୋଟି ଟଙ୍କାରେ ସାଜ୍ଜା ଯାଇଛି । ଏତେ ଟଙ୍କାର ନୋଟ୍‌ର ସାଜସଜ୍ଜାର ଦୃଶ୍ୟ, ଦଖିବା ଲୋକକୁ ବି ଘଡିଏ ଅଟକି ଯାଇ ଦେଖିବାକୁ ବାଧ୍ୟ କରିବ । ତାମିଲନାଡୁ କୋଏମ୍ୱାଟୁରର ଶ୍ରୀ ମୁଥୁମରିଅମ୍ ମନ୍ଦିରର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ନିଆରା ସାଜସଜ୍ଜା ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର । ଓଡିଶାରେ ମହାବିଷୁବ ସଂକ୍ରାନ୍ତିରେ ଓଡିଆ ନବବର୍ଷ ପାଳନ ହୋଇଥାଏ । ଠିକ୍ ସେହିପରି ଏହି ଦିନକୁ ତାମିଲନାଡୁରେ ତାମିଲ ନବବର୍ଷ ବା ପୁଥାଣ୍ଡୁ ପାଳନ ହୋଇଥାଏ। ଏହି ଅବସରରେ ମନ୍ଦିରରେ ଦେବାଦେବୀଙ୍କୁ ଟଙ୍କା ଓ ରତ୍ନ ଅଳଙ୍କାରରେ ସଜା ଯିବା ଦକ୍ଷିଣ ଭାରତର ପରମ୍ପରାର ଏକ ଅଂଶ ।

ତାମିଲ ପରମ୍ପରାର ବିଶ୍ୱାସ । ଦେବୀଙ୍କୁ ଆରାଧନା କଲେ ଭଲ ବର୍ଷା ଓ ଭଲ ଫସଲ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ତାମିଲ ନବବର୍ଷରେ କୋଟି କୋଟି ଟଙ୍କାରେ ଦେବୀଙ୍କୁ ମନ୍ଦିରରେ ସଜା ଯାଇଥାଏ । ଚଳିତ ବର୍ଷ ଏଥିରେ ୫ କୋଟି ଟଙ୍କାର ନୋଟ୍ ବ୍ୟବହାର କରାଯାଇଛି ବୋଲି ମନ୍ଦିର କମିଟି ସୂଚନା ଦେଇଛି ।

ସମ୍ବନ୍ଧିତ ଖବର