ଏଣିକି ଚାକିରିଆଙ୍କ ଦରମା ଉପରେ ବି ଲାଗିବ ଜିଏସଟି !

ଆପଣଙ୍କ ଦରମା ଉପରେ ବି ପଡିପାରେ ଜିଏସଟିର ପ୍ରଭାବ। ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରୁ ଆଲୋଚନା ଆରମ୍ଭ ହୋଇଗଲାଣି। ତେବେ ଇତି ମଧ୍ୟରେ ପ୍ରଶ୍ନ ଉଠିିଛି କି, ଜିଏସଟିର ପ୍ରଭାବ କଣ ସତରେ ଲୋକଙ୍କ ଦରମା ଉପରେ ପଡିପାରେ ? ଏବେ କଣ ଜନତାଙ୍କ ଦରମା ହେବା ସହିତ ଟ୍ୟାକ୍ସର ବୋଝ ବଢିଯିବ ? ଏସମସ୍ତ ପ୍ରଶ୍ନର ଉତ୍ତର ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଆଉ ଏସଂପର୍କରେ ଆମେ ବିସ୍ତାର ଭାବରେ ନିମ୍ନରେ ଆଲୋଚନା କରିଛୁ।

ଇକୋନମିକ ଟାଇମ୍‌ସରେ ପ୍ରକାଶିତ ଖବର ମୁତାବକ, ଜିଏସଟିର ପ୍ରଭାବ ଏବେ ସମଗ୍ର ଦେଶରେ ଥିବା ବିଭିନ୍ନ କଂପାନୀମାନଙ୍କ ଉପରେ ପଡିଛି। ଯେଉଁ କାରଣରୁ କଂପାନୀମାନେ ଏବେ ନିଜର କର୍ମଚାରୀଙ୍କୁ ଦେଉଥିବା ଦରମା ଜରିଆରେ ଆଦାୟ କରିପାରନ୍ତି। ଖବ୍‌ ଶୀଘ୍ର କଂପାନୀମାନେ ନିଜର ସାଲାରୀ ଷ୍ଟ୍ରକଚରରେ ବଡ ପରିବର୍ତ୍ତନ ଆଣିପାରନ୍ତି। ଯାହା କର୍ମଚାରୀମାନଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ ।

ସୂଚନା ଅନୁସାରେ, ଜିଏସଟି ପ୍ରଭାବରେ କର୍ମଚାରୀଙ୍କୁ ମିଳୁଥିବା ଦରମାରେ ପରିବର୍ତ୍ତନ କରିପାରନ୍ତି କଂପାନୀ ମାଲିକମାନେ। ତେବେ ସପିଂ ଏବଂ ରେଷ୍ଟୁରାଣ୍ଟ ବିଲ ଉପରେ ଜିଏସଟିର ବେଶି ପ୍ରଭାବ ପଡିଛି । ଯାହାକି ସାଧାରଣ ଜନତାଙ୍କୁ ବଡ ଝଟକା ଦେଇଛି ହୋଲି କହିଲେ କିଛି ଭୁଲ ହେବନି। ସେହିପରି, ଘର ଭଡା, ଟେଲିଫୋନ ବିଲ, ଜୀବନ ବୀମା,ପରୀବହନ ଏବଂ ମେଡିକାଲ ବିଲ ଭଳି ସାଲାରି ବ୍ରେକଅପ ଯଦି ଜିଏସଟି ପରିସରରେ ଆସିଯାଏ ତେବେ କଂପାନୀମାନେ ଏହି ଟଙ୍କା କର୍ମଚାରୀଙ୍କ ଦରମାରୁ ଆଦାୟ କରିପାରନ୍ତି।

କୁହାଯାଉଛି କି, ଏନେଇ ଟ୍ୟାକ୍ସ ଅଧିକାରୀମାନେ ମଧ୍ୟ ବିଭିନ୍ନ କଂପାନୀମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଦେଲେଣି। ଏଠାରେ ଆମେ କହି ରଖୁଛୁ କି, ଅଥରିଟି ଅଫ ଆଡଭାନ୍‌ସ (ଏଏଆର) ତରଫରୁ ନିଆଯାଇଥିବା ଏକ ନିଷ୍ପତି ପରେ ପରେ ଏବେ କଂପାନୀମାନେ ଟ୍ୟାକ୍ସରୁ ଆଶ୍ୱସ୍ତି ପାଇବା ପାଇଁ ନିଜ କର୍ମଚାରୀଙ୍କ ଦରମାରୁ ହିଁ ଆଦାୟ କରିପାରନ୍ତି ।

ସମ୍ବନ୍ଧିତ ଖବର