ଘର ପାଖ ବଗିଚାରେ ଗଛ ଲଗାଇବା ପାଇଁ ଗାତ ଖୋଳୁଥିବା ସମୟରେ ଦମ୍ପତ୍ତିଙ୍କୁ ସୁନା,ରୁପା ଓ ହୀରା ଭର୍ତ୍ତି ବାକ୍ସ ମିଳିଲା

ନିୟୁଜିଲ୍ୟାଣ୍ଡ : ନିୟୁଜିଲ୍ୟାଣ୍ଡର ଷ୍ଟେଲନ୍‌ ଆଇଲ୍ୟାଣ୍ଡରେ ବସବାସ କରୁଥିବା ଦମ୍ପତ୍ତି ଘର ବଗିଚାରୁ ଏକ ବାକ୍ସରେ ଭର୍ତ୍ତି ଥିବା ଗୁପ୍ତଧନ ପାଇଛନ୍ତି। ଏଠାରେ ରହୁଥିବା ମ୍ୟାଥୁ ଓ ତାଙ୍କର ପତ୍ନୀ ମାରିଆ ଘର ପାଖ ବଗିଚାରେ ଗଛ ଲଗାଇବା ପାଇଁ ଗାତ ଖୋଳୁଥିଲେ। ଏହି ଗାତ ଖୋଳୁ ଖୋଳୁ ଆଉ ଖୋଳି ହୋଇ ନଥିଲା। ମାଟି ତଳେ କ’ଣ ଗୋଟେ ଥିଲା ଭଳି ତାଙ୍କୁ ଲାଗିଥିଲା। ଖୋଳି ଖୋଳି ଦେଖିଲା ବେଳକୁ ଏକ ବାକ୍ସ ମିଳିଥିଲା। ସେ ପ୍ରଥମେ ଏହାକୁ ଏକ କେବୁଲ ବାକ୍ସ ବୋଲି ଭାବିଥିଲେ। ଯେତେବେଳେ ମ୍ୟାଥୁଙ୍କ ପତ୍ନୀ ଏହି ବାକ୍ସକୁ ଖୋଲିଥିଲେ ଦୁହେଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବାକ୍ସ ସୁନା,ରୁପା ଓ ହୀରାରେ ଭର୍ତ୍ତି ଥିଲା। ବାକ୍ସ ଭିତରେ ଏକ ଛୋଟ ବ୍ୟାଗ୍‌ ଥିଲା ଯେଉଁଥିରେ ସୁନାର ମୁଦି ଓ ଚେନ୍‌ ମଧ୍ୟ ଥିବାର ଦେଖିବାକୁ ମିଳିଥିଲା। ଏହାର ମୂଲ୍ୟ ପାଖାପାଖି ୩୫ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି।

କେବଳ ଏତିକି ନୁହେଁ, ବାକ୍ସରେ ଏକ ଠିକଣା ମଧ୍ୟ ଥିଲା। ଯେଉଁଥିରେ ତାଙ୍କ ଘରଠାରୁ କିଛି ଦୂରରେ ଥିବା ସ୍ଥାନର  ଠିକଣା ଲେଖା ଯାଇଥିଲା। ମ୍ୟାଥ୍ୟୁ ଏହି ବାକ୍ସ ନେଇ ସେହି ଠିକଣାରେ ପହଞ୍ଚିବା ସହିତ ପୁଲିସକୁ ଖବର ଦେଇଥିଲେ। ଯେତେବେଳେ ମ୍ୟାଥ୍ୟୁ ତାଙ୍କ ପଡୋଶୀରେ ଯାଇ ପଚାରିଲେ କ’ଣ କେବେ ତୁମ ଘରେ ଚୋରି ହୋଇଥିଲା ? ପଡୋଶୀ କହିଥିଲେ ହଁ। ଏହା ପରେ ନ୍ୟୁୟର୍କ ପୁଲିସ ବି ଯାଞ୍ଚ କରି ଜାଣିବାକୁ ପାଇଲା ୨୦୧୧ରେ ଏହି ଠିକଣାରେ ଚୋରି ହୋଇଥିଲା । ଯେଉଁଥିରେ ୫୨ହଜାର ଡଲାର ଚୋରି ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର